ବିଦେଶିନୀଙ୍କ ଜଙ୍ଘରେ କରିଥିଲେ ଜଗନ୍ନାଥଙ୍କ ଟାଟୁ: ଏତଲା ପରେ କ୍ଷମା ମାଗିଲେ ଷ୍ଟୁଡିଓ ମାଲିକ

ଭୁବନେଶ୍ୱର,୩ା୩: ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଆର୍ଟିଷ୍ଟ ଜଣକ ଏବେ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଥାନାରେ ଏତଲା ପରେ ଷ୍ଟୁଡିଓ ମାଲିକ ରକି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କ୍ଷମାପ୍ରାଥନା କରିଛନ୍ତି। ଟାଟୁ କରିବା ମୋର ବହୁତ ବଡ଼ ଭୁଲ ହୋଇଗଲା। ଏଥିପାଇଁ ମୁଁ ସମସ୍ତଙ୍କୁ ସରି କହୁଛି। ରିବବାର ଜଣେ ବିଦେଶିନୀ ଷ୍ଟୁଡିଓକୁ ଆସି ଜଗନ୍ନାଥଙ୍କ ଟାଟୁ କରାଇଥିଲେ। ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଷ୍ଟୁଡିଓ ମାଲିକ ରକି ।

ଅନ୍ୟପକ୍ଷେ ଜଗନ୍ନାଥ ସଂସ୍କୃତିକୁ ରକି ଅପମାନିତ କରିଥିବାରୁ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ପୋଲିସ ଏହି ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଶହୀଦନଗରରେ ଥିବା ରକିଙ୍କ ଷ୍ଟୁଡିଓ ପକ୍ଷରୁ ଜଣେ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରାଯିବା ସହ ଉକ୍ତ ଫଟୋକୁ ଇନ୍‌ଷ୍ଟାଗ୍ରାମ ଓ ହ୍ବାଟସ୍‌ ଆପ୍‌ରେ ଶେୟାର କରାଯାଇଥିଲା। ଏହାପରେ ଘଟଣା ପଦାକୁ ଆସିଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାରେ କୁଠାରାଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri