ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ ଗ୍ରାମବାସୀ ଓ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନଦୀରେ କମ୍‌ ପାଣି ଥିବାରୁ ଚଳିଯାଉଥିବା ବେଳେ ବର୍ଷ ଦିନେ ସେମାନଙ୍କ ପାଇଁ ଚଳିବା କଷ୍ଟକର ହେଉଛି। ବିଶେଷକରି ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ପାଠପଢ଼ି ଯାଉଥିବା ଦେଖିବାକୁ ମିଳେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ। ବ୍ଲକରେ ପ୍ରବାହିତ ଚବ୍ରି ନଦୀ ଗ୍ରାମବାସୀ ଓ ଛାତ୍ରୀଛାତ୍ରଙ୍କ ବିକାଶରେ ବାଧକ ସାଜିଛି।
୧୨୦ରୁ ଊଦ୍ଧର୍‌ବ ପରିବାର ବସବାସ କରୁଥିବା ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଞ୍ଚାୟତର ରାଉତପୁଟ ଗ୍ରାମର ଚବ୍ରି ନଦୀ ପାଇଁ ହୋଇପାରୁନାହିଁ କୌଣସି ଉନ୍ନତି। ୯ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ପ୍ରବାହିତ ଚବ୍ରି ନଦୀ ଉପରେ ଭରସାକରି ଚଳନ୍ତି ଗ୍ରାମବାସୀ। ବର୍ଷସାରା ନଦୀ ପାରହୋଇ ଯାତାୟାତ କରନ୍ତି। ବର୍ଷା ୪ମାସ ସେମାନେ ନାହିଁ ନ ଥିବା ହଇରାଣ ହେଉଥିବା କହନ୍ତି ଗ୍ରାମର ରାମଚନ୍ଦ୍ର ଗୌଡ଼, ଅମିର ଟାକ୍ରି, କୁନ୍ତି ଖରା, ଲକ୍ଷ୍ମଣ ଗୌଡ଼। ବର୍ଷାଦିନେ ସେମାନେ ଜଳବନ୍ଦୀ ଜୀବନ କାଟନ୍ତି। ଅଧିକ ବର୍ଷାରେ ନଦୀ ବଢ଼ିଲେ ପିଲାଙ୍କ ପାଠପଢ଼ା ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। କେହିେ କହି ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ି ନ ଥାନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବା, ରାଶନ ଚାଉଳ ଏବଂ ବୃଦ୍ଧାବୃଦ୍ଧ ସେମାନଙ୍କ ଭତ୍ତା ଟଙ୍କା ଆଣିବାରେ ବହୁ ଅସୁବଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ଲାଗି ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ବିଭିନ୍ନ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ପୋଲଟିଏ ନିର୍ମାଣ ହୋଇପାରିଲେ ଗ୍ରାମକୁ ରାସ୍ତା ସହଜରେ ନିର୍ମାଣ ହୋଇପାରନ୍ତା ବୋଲି କହିଛନ୍ତି ସେମାନେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆମେ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ରାଉତପୁଟ ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri