ରାତିରେ ଦାନ୍ତ ନ ଘସିଲେ ହୋଇପାରେ ହୃଦ୍‌ରୋଗ

ଓ୍ବାଶିଂଟନ,୫ା୭: ସ୍ବାସ୍ଥ୍ୟ ହିଁ ସମ୍ପଦ। ଅସ୍ବାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ, ମାଦକ ଦ୍ରବ୍ୟ ସେବନ, ଶରୀରର ଯତ୍ନ ନ ନେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ବର୍ତ୍ତମାନ ସମୟରେ ମଧୁମେହ ଏବଂ ହୃଦ୍‌ଜନିତ ରୋଗ ସହିତ ଅନେକ ଲୋକ ସଂଘର୍ଷ କରୁଛନ୍ତି। ଆମେରିକାର ନେଚର ଜର୍ନାଲସ୍‌ ସାଇଣ୍ଟିଫିକ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାତିବେଳା ଦାନ୍ତ ନ ଘସିଲେ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
ଜାପାନର ଓସାକା ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୦ ବର୍ଷ ଏବଂ ଏହାଠାରୁ ଊର୍ଦ୍ଧ୍ୱ ବୟସ ବର୍ଗର ୧,୬୭୫ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ଷ୍ଟଡି ପାଇଁ ଉକ୍ତ ରୋଗୀଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍‌ ଏମ୍‌ଏନ୍‌ର ୪୦୯ ରୋଗୀ ସକାଳେ ଓ ରାତିରେ ଦାନ୍ତ ଘସୁଥିଲେ। ସେହିପରି ଗ୍ରୁପ୍‌ ନାଇଟ୍‌ର ୭୫୧ ଜଣ କେବଳ ରାତିରେ ଦାନ୍ତ ଘସୁଥିବାବେଳେ ଗ୍ରୁପ୍‌ ଏମ୍‌ର ୧୬୪ ରୋଗୀ କେବଳ ସକାଳବେଳା ଶୋଇକି ଉଠିବା ପରେ ଦାନ୍ତ ଘସୁଥିଲେ ଏବଂ ଗ୍ରୁପ୍‌ ନନ୍‌ର ୨୫୯ ଜଣ ରୋଗୀଙ୍କୁ ଆଦୌ ଦାନ୍ତ ଘସିବାକୁ ଦିଆଯାଉ ନ ଥିଲା। ଦାନ୍ତ ନ ଘସିବା ଯୋଗୁ ବ୍ୟାକ୍ଟେରିଆ ରକ୍ତରେ ମିଶି ଶରୀରସାରା ବ୍ୟାପିଯାନ୍ତି, ଯାହାଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟିହୁଏ। ଦିନକୁ ୨ ଓଳି କିମ୍ବା କେବଳ ରାତିରେ ଦାନ୍ତ ଘସିଲେ ଏ ପ୍ରକାର ସମସ୍ୟାକୁ ଦୂର କରିହେବ ତା’ ନୁହେଁ। ଖାଇବା ପରେ ଖାଦ୍ୟର କିଛି ଟୁକୁଡ଼ା ଦାନ୍ତ ସନ୍ଧିରେ ଜମା ହେବାରୁ ଦାନ୍ତରେ ଏକ ଆସ୍ତରଣ ପଡ଼ିଯାଏ। ଏଥିରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ନିୟମିତ ଦାନ୍ତ ଘସି ପାଟି ସଫା କରିବାର ଆବଶ୍ୟକତା ଅଛି। ଫଳରେ ହୃଦ୍‌ଜନିତ ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri