ଚାପରେ ବିଦ୍ୟାର୍ଥୀ ଓ ଆତ୍ମହତ୍ୟା

ଡା. ସମ୍ରାଟ କର

ଭାରତୀୟ ଛାତ୍ରୀଛାତ୍ରମାନେ ଆଜିକା ସମୟରେ ନିଜର ସଫଳତାର ମାତ୍ରାକୁ ପୂରଣ କରିବା ପାଇଁ ସ୍ବାଭାବିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେଥିରେ ଆଉ ଗୋଟିଏ ବଡ଼ କଥା ହେଲା ଯେ ପ୍ରାୟତଃ ଅଭିଭାବକମାନେ ନିଜ ପିଲାର ସଫଳତାକୁ ଏକ ପ୍ରକାର ଯେଉଁ ଆଶା ରଖିଥାନ୍ତି ଏହାକୁ ପାଳନ କରିବା ପାଇଁ ପିଲାଟି ବିଭିନ୍ନ ଚାପର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ସମୟରେ ଆମ ଦେଶରେ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ଭାରତୀୟ ଛାତ୍ରୀଛାତ୍ରମାନେ ସବୁଠାରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହୁଅନ୍ତି। ଅନେକେ ହୁଏତ ଜାଣି ନ ଥିବେ ଯେ ସେହି ସର୍ବମୋଟ ପରୀକ୍ଷାର୍ଥୀଙ୍କ ଭିତରୁ ମାତ୍ର ଏକ ପ୍ରତିଶତ ହିଁ ନିଜ ମନ ମୁତାବକ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇବାରେ ସଫଳ ହୁଅନ୍ତି। ନିକଟରେ ବେଙ୍ଗାଲୁରୁସ୍ଥିତ ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋ ସାଇନ୍‌ସେସ୍‌ ବା ନିମହାନ୍‌ସ’ର ସଦ୍ୟତମ ତଥ୍ୟରୁ ଜଣାଯାଇଛି ଯେ, ପୃଥିବୀରେ ପ୍ରତିବର୍ଷ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ବେଳେ, ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ସଂଖ୍ୟା ୧.୩୫ ଲକ୍ଷ। ତେଣୁ ଭାରତ ପୃଥିବୀର ଅନ୍ୟତମ ସର୍ବାଧିକ ଆତ୍ମହତ୍ୟାପ୍ରବଣ ଦେଶଗୁଡ଼ିକ ଭିତରୁ ଗୋଟିଏ। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି, ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ଭିତରେ ୧୫-୩୦ ବର୍ଷ ବୟସ ପର୍ଯ୍ୟାୟର ଯୁବତୀଯୁବକଙ୍କ ସଂଖ୍ୟା ସର୍ବାଧିକ।
ଆଜିକାଲି କେବଳ ପାଠପଢ଼ା ବ୍ୟବସ୍ଥା ନୁହେଁ; ଚାକିରି ଖୋଜିବାର ହତାଶବୋଧ, ପ୍ରେମପ୍ରତାରଣା, ନିର୍ବାଚନ ହେଉ ବା ଲଟେରି ଏହାର ପରାଜୟଠାରୁ ଆହୁରି ଅନେକ କାରଣ। କମ୍‌ ବୟସରୁ ହିଁ ମାନସିକ ଚାପ କିଶୋରମାନଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଚାପରେ ଦଳିମକଚି ହୋଇଯାଉଛି କିଶୋର ଜୀବନର ଛୋଟ ଛୋଟ ସ୍ବପ୍ନ। ଭାରତର ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୁବପିଢ଼ି ହେଉଛନ୍ତି ଆଗାମୀ କାଲିର ସ୍ବପ୍ନ। ଭାରତର ଭବିଷ୍ୟତ ମଧ୍ୟ ନିଶ୍ଚିତ ଭାବରେ ଉଜ୍ଜ୍ୱଳ କିନ୍ତୁ ଦୁଃଖଦ ସ୍ଥିତି ହେଉଛି ଏହା ଯେ ଭାରତର ଅଧିକାଂଶ ଯୁବବର୍ଗ ବିଭିନ୍ନ କାରଣରୁ ନୈରାଶ୍ୟର ଶିକାର ହୋଇ ଜୀବନକୁ ହାରୁଛନ୍ତି। କହିବାକୁ ଗଲେ ଭାରତ ହେଉଛି କିଶୋର ଆତ୍ମହତ୍ୟାର ପୃଥିବୀର ରାଜଧାନୀ। ପ୍ରାୟତଃ କସ୍ମୋପଲିଟାନ ସହରରେ ଏହି ଘଟଣା ଅଧିକ ଦେଖିବାକୁ ମିଳୁଛି। ସେହିପରି ବ୍ରିଟିଶ ମେଡିକାଲ ଜର୍ନାଲ ଲାନେକ୍ସଟ୍‌ର ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଇନ୍‌ଫରମେସନ ଟେକ୍ନୋଲୋଜି ହବ୍‌ ଭାବେ ପରିଚିତ ଭାରତର ଦକ୍ଷିଣ ଭାରତର ଅଧିକାଂଶ ସହରରେ ସର୍ବାଧିକ ଆତ୍ମହତ୍ୟା ଯୁବଗୋଷ୍ଠୀଙ୍କ ଭିତରେ ଦେଖାଯାଇଥାଏ। ଭାରତରେ ଆତ୍ମହତ୍ୟାର ପରିସଂଖ୍ୟାନ ହେଉଛି ଏହା ପୁରୁଷଙ୍କ ଆତ୍ମହତ୍ୟା ହାର ନାରୀଙ୍କଠାରୁ ପ୍ରାୟ ୪ଗୁଣ ଅଧିକ। କିନ୍ତୁ ଯେବେ କିଶୋରୀ କିଶୋର ବା ଯୁବତୀ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଆସେ ଏହି ହାର ସମ୍ପୂର୍ଣ୍ଣ ଓଲଟା ପରିଲକ୍ଷିତ ହୋଇଥାଏ। ଏଥିଲାଗି ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଅନେକ ପରିମାଣରେ ଦାୟୀ ବୋଲି ମତ ପ୍ରକାଶ ପାଉଛି।
ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଅତ୍ୟଧିକ ଚାକିରିକୈନ୍ଦ୍ରିକ ହୋଇପଡ଼ିଥିବାରୁ ଉଚ୍ଚଶିକ୍ଷିତ ଛାତ୍ରୀଛାତ୍ରମାନେ ଆତ୍ମନିଯୁକ୍ତ ହେବା ପ୍ରତି ଆଗ୍ରହ ପ୍ରଦର୍ଶନ ନ କରି କେବଳ ଚାକିରି ପଛରେ ଗୋଡ଼ାଉଛନ୍ତି ଏବଂ ଆମ ଦେଶରେ ବାରମ୍ବାର ଦେଖାଯାଉଥିବା ନିଯୁକ୍ତି ସଂକୋଚନ ହେତୁ ଚାକିରି ନ ପାଇ ସେମାନଙ୍କ ଭିତରୁ ଅନେକେ ହତାଶା ଜର୍ଜରିତ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ଏହା ମଧ୍ୟ ଦେଖାଯାଉଛି ଯେ, ବହୁ ଶିକ୍ଷିତ ବେକାର ଯୁବତୀଯୁବକ ଆତ୍ମହତ୍ୟା ନ କଲେ ବି ବିପଥଗାମୀ ହୋଇ ନିଜ ଜୀବନକୁ ନଷ୍ଟ କରିବା ସହିତ ଦେଶ ଓ ସମାଜ ଲାଗି ବୋଝ ହୋଇପଡ଼ୁଛନ୍ତି। ଏଇ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ମୌଳିକ ସଂସ୍କାର ଅଣାଯିବା ଆବଶ୍ୟକ। ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା କେବଳ ଚାକିରିକୈନ୍ଦ୍ରିକ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ସାମର୍ଥ୍ୟ ବୃଦ୍ଧିକୈନ୍ଦ୍ରିକ ହେବା ଉଚିତ। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଏ ଦିଗରେ ଯେତେ ଶୀଘ୍ର ପଦକ୍ଷେପ ନେବେ ସେତେ ଭଲ।
କିଶୋରମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାର ବିଭିନ୍ନ କାରଣ ରହିଛି। ପ୍ରଥମତଃ ହେଉଛି ସେମାନଙ୍କ ଭିତରେ ମାନସିକ ଚାପ ବଢ଼ୁଛି। ସଂପ୍ରତି ଦେଖାଯାଉଛି କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହେଁ ଅଭିଭାବକମାନେ ପିଲାର ବୌଦ୍ଧିକ ସାମର୍ଥ୍ୟଠାରୁ ଅଧିକ ପାଇବାର ଆଶା ରଖି ତା’ ଉପରେ ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରୁଛନ୍ତି। ତେବେ ଯେଉଁମାନେ ଏଥିରେ ବିଫଳ ହୁଅନ୍ତି ସେମାନେ ନିଜକୁ ଅପାରଗ ଓ ଅନ୍ୟମାନଙ୍କଠାରୁ ହୀନମନ୍ୟ ଭାବି ଆତ୍ମହତ୍ୟା ପାଇଁ ଦୁଃଖଦ ରାସ୍ତାକୁ ବାଛି ନେଇଥାନ୍ତି। ସେହିପରି କେତେକ କ୍ଷେତ୍ରରେ ମନପସନ୍ଦର ପାଠପଢ଼ା ବା କ୍ୟାରିୟର ଗଠନର ସ୍ବାଧୀନତା ନ ପାଇବାରୁ ପିଲାମାନେ ମୃତ୍ୟୁପରି ଭୟଙ୍କର ନିଷ୍ପତ୍ତି ନେଇଥାନ୍ତି। ସେହିପରି ଅନ୍ୟତମ ବଡ଼ କାରଣ ହେଉଛି ପାରିବାରିକ ସମସ୍ୟା। ବର୍ତ୍ତମାନ ଅଧିକାଂଶ ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବିଭିନ୍ନ କାରଣରୁ ଘରେ ମାନସିକ ଅଶାନ୍ତି ଓ ଝଗଡ଼ା ଲାଗି ରହୁଥିବାରୁ ପିଲାମାନେ ଏକ୍ଷେତ୍ରରେ ମା’ବାପାଙ୍କଠାରୁ ସ୍ନେହ, ଶ୍ରଦ୍ଧା କମ୍‌ ପାଇ ମାନସିକ ଭାବରେ ଏକୁଟିଆ ଅନୁଭବ କରି ଦୀର୍ଘ ସମୟ ଧରି ଚୁପ୍‌ଚାପ ବସି ରହନ୍ତି। ସେହିପରି ସାଧାରଣ ଜୀବନରେ ହଠାତ୍‌ କିଛି ପରିବର୍ତ୍ତନ ଆସିବା ଆତ୍ମହତ୍ୟା ମନୋବୃତ୍ତି ସୃଷ୍ଟିର ଆଶଙ୍କାକୁ ବଢ଼ାଇଥାଏ। କେହି କେହି ଆତ୍ମହତ୍ୟା କରିବି ବୋଲି ଖୋଲାଖୋଲି ଭାବେ ମଧ୍ୟ କହିଥାନ୍ତି। ତେବେ ଏ କ୍ଷେତ୍ରରେ ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥଳେ ପିଲାଟିକୁ ମାନସିକ ଭାବରେ ଓ ନୈତିକ ସ୍ତରରେ ଧୈର୍ଯ୍ୟ, ସାହସ ଓ ଦୃଢ଼ ମନୋବଳର ପ୍ରେରଣା ଦିଅନ୍ତୁ। କୌଣସି ପରିସ୍ଥିତିରେ ତାକୁ ନିଃସଙ୍ଗତାର ଅନୁଭବ କରିବାକୁ ଦିଅନ୍ତୁ ନାହିଁ। ବରଂ ଭଲ ହେବ ପିଲାଟିକୁ କୌଣସି ପ୍ରକାର ଆଧ୍ୟାତ୍ମିକ ରାସ୍ତାର ବାଟ ଦେଖାଇବା। ନିଜର ବ୍ୟସ୍ତବହୁଳ ସମୟରୁ କିଛି କାଢ଼ି ପିଲାଟି ସହିତ ମନଖୋଲା କଥା ହୁଅନ୍ତୁ। କୌଣସି ଦର୍ଶନୀୟ ସ୍ଥାନ, ପ୍ରାକୃତିକ ପରିବେଶ ବା ପିଲାଟିର ସ୍ମୃତି ରହିଥିବା ଜାଗାକୁ ତାକୁ ବୁଲାଇ ନିଅନ୍ତୁ। ମଠ, ମନ୍ଦିର ଯିବାକୁ ଇଚ୍ଛା କରୁଥିଲେ ତ ଖୁବ୍‌ ଭଲ। ତେବେ ଏ ସବୁ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। କାହା କଥାରେ କୌଣସି ଇଆଡୁ ସିଆଡୁ ନିଦ ବଟିକା ପିଲାଟିକୁ ଦିଅନ୍ତୁ ନାହିଁ ବା ଡାକ୍ତରୀ ଚିକିତ୍ସା ନ କରି ଗୁଣୀଗାରେଡ଼ି ଝଡ଼ାଫୁଙ୍କା ଚିକିତ୍ସାକୁ ବିଶ୍ୱାସ କରନ୍ତୁ ନାହିଁ। ଧୈର୍ଯ୍ୟହରା ନ ହୋଇ ନିୟମିତ ଡାକ୍ତରୀ ପରାମର୍ଶ ନେଇ ପିଲାମାନଙ୍କୁ ଭଲ ରାସ୍ତା ଦେଖାଇଲେ ଦେଖିବେ ଏହି ସୁଇସାଇଡ୍‌ର ମାତ୍ରା ନିଶ୍ଚିତ ଭାବରେ କମିଯିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ, ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri