ପ୍ରାର୍ଥନା ବେଳେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଧାମନଗର,୧୫।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନସର୍‌ ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସକାଳ ପ୍ରାୟ ୬ଟା ୨୦ ମିନିଟ ସମୟରେ ପ୍ରାର୍ଥନା ଚାଳୁଥିବା ବେଳେ ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇ ପଡିଥିଲେ। ବିଦ୍ୟାଳୟର ଶିକ୍ଷକ ତୁରନ୍ତ ତାଙ୍କୁ ସ୍ଥାନୀୟ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ମମିତା ରାଣୀ ବେହୁରିଆ। ସେ ନବମ ଶ୍ରେଣୀରେ ପଢୁଥିଲେ। ତେବେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋମାଂସ, ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଧରିଲେ ଲୋକେ

ବାହାନଗା,୫ା୧୨(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଟ୍ରକ୍‌ ଶେରଗଡ ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଉକ୍ତ ଟ୍ରକ୍‌କୁ ବାଲେଶ୍ୱର...

ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର...

ଓ୍ବେସ୍କୋ ଘରୋଇକରଣକୁ କର୍ମଚାରୀଙ୍କ ବିରୋଧ

ଦେବଗଡ଼,୧୭ା୧୨(ଡି.ଏନ୍‌.ଏ.): ଓ୍ବେସ୍କୋ ଘରୋଇକରଣ ପ୍ରତ୍ୟାହାର ଦାବିରେ ବୁର୍ଲା ଓ୍ବେସ୍କୋ ମୁଖ୍ୟାଳୟଠାରେ ଧାରଣା ଦିଆଯାଇଥିଲା। ଏହି କ୍ରମରେ ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ବିଦ୍ୟୁତ୍‌...

୨୦ରୁ ରେଭେନ୍‌ଶାରେ ବିଜ୍ଞାନ ଓ ପରିବେଶ କଂଗ୍ରେସ

ଭୁବନେଶ୍ୱର,୧।୧୦ (ବ୍ୟୁରୋ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୦ ତାରିଖରୁ ଦୁଇଦିନିଆ ୨୨ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା...

ମଦ ବିରୋଧରେ ଗର୍ଜିଲେ ମହିଳା

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବସୁଲେଇ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ରଣହୁଙ୍କାର ଦେଇଛନ୍ତି ମହିଳା ଗୋଷ୍ଠୀ। ରବିବାର ଏକ ବିଶାଳ ଶୋଭାଯାତ୍ରାରେ ୭୦ ସ୍ବୟଂ...

ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର...

କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ...

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ...

Advertisement
Archives

Model This Week