ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ: ଅବହେଳାକୁ ଦାୟୀକଲେ ପରିବାର

ପାରଳାଖେମୁଣ୍ଡି,୧୭ା୨(ଗିରିଧାରୀ ପରିଚ୍ଛା): ସରକାର ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ବିଭିନ୍ନ ଯୋଜନା କରି ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଏଥିରୁ ସେମାନେ ବିଶେଷ ଉପକୃତ ହେଉନାହାନ୍ତି। ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ନିରୀହ ପିଲାଙ୍କ ମୃତ୍ୟୁ ହେବାପରି ଘଟଣା ବିଭିନ୍ନ ସମୟରେ ଘଟୁଥିବା ଦେଖିବାକୁ ମିଳୁଛି। ଗଜପତି ଜିଲା ରାୟଗଡ ବ୍ଲକ କେରାଣ୍ଡି ପଞ୍ଚାୟତର ଓୟା ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟରେ ଏପରି ଏକ ଘଟଣା ଘଟିଛି। ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ଆଦିବାସୀ ଛାତ୍ରଙ୍କ ଗତ ଗୁରୁବାର ମୃତ୍ୟୁ ହୋଇଛି। ଏଥିପାଇଁ ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।

ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଶଗଡିଆ ଗ୍ରାମର ସ୍ବର୍ଗତ ଗୁରୁଣ୍ଡା ଶବରଙ୍କ ପୁଅ ଗୋବିନ୍ଦ(୮) ଓୟା ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ସେଠାରେ ଗୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ହେବ ଖରାପ ଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରାଇ ନ ଥିଲେ ବୋଲି ତାଙ୍କ ମା’ ଗୁରୁବାରୀ ଅଭିଯୋଗ କରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ପୁଅ ଗୋବିନ୍ଦର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଚିକିତ୍ସା କରିବାକୁ ଡାକ୍ତରଖାନା ନ ନେଇ ରୋଷେୟା ଯାତ୍ରା କାର୍ଜିଙ୍କ ସାଙ୍ଗରେ ଘରକୁ ପଠାଇ ଦେଇଥିଲେ। ଶୁକ୍ରବାର ପୁଅକୁ ଗୁରୁବାରୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ମେଡିକାଲ ନେଇ ଚିକିତ୍ସା କରାଇ ଘରକୁ ଆଣିଥିଲେ। ତେବେ ପୁଣି ଶନିବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା l ପୁଅର ସ୍ବାସ୍ଥ୍ୟ ଖରାପ ହୋଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ଚିକିତ୍ସା ନ କରିବାରୁ ଆଜି ମୋ ପୁଅର ମୃତ୍ୟୁ ହେଲା। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ବୋଲି ଗୁରୁବାରୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ମୃତ୍ୟୁକୁ ୩ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କେହି ତାଙ୍କ ନିକଟରେ ପହଞ୍ଚି ନାହାନ୍ତି। ଫଳରେ ଏନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. କୃଷ୍ଣ ରାଓଙ୍କୁ ପଚାରିବାରୁ ସେ କହିଲେ, ଗୋବିନ୍ଦ ଭଲ ଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଅବସ୍ଥା ଗୁରୁତର ହୋଇପଡିଥିଲା। ଏଥିପାଇଁ ଗୁରୁବାର ତାଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଥିଲୁ ବୋଲି କହିଛନ୍ତି।

ଖବର ପାଇ ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜି, ସମିତିିସଭ୍ୟା ସୁମିତ୍ରା ଶବର ଓ କେରାଣ୍ଡି ସମିତିସଭ୍ୟ ଗୋବର୍ଦ୍ଧନ ଶବର ଗୋବିନ୍ଦଙ୍କ ଘରେ ପହଞ୍ଚି ସରକାରଙ୍କ ସହାୟତା ରାଶି ମିଳିବା ନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗୋବିନ୍ଦଙ୍କ ଆବଶ୍ୟକ ଚିକିତ୍ସାରେ ଅବହେଳା କରିଥିବା ଶିକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଏ ନେଇ ଜିଲା ମଙ୍ଗଳ ଅଧିକାରୀ ସଲମନ ରାଇକାଙ୍କୁ ପଚାରିବାରୁ ସେ କହିଲେ, ମେଡିକାଲ ଅଫିସର, ଡେପୁଟି କଲେକ୍ଟର, ଡିଇଓ ଏବଂ ଡିଡବ୍ଲ୍ୟୁଓଙ୍କୁ ନେଇ ଏକ ୪ ଜଣିଆ କମିଟି ଗଠନ ହୋଇଛି। କମିଟି ସୋମବାର ଗୋବିନ୍ଦଙ୍କ ଗ୍ରାମକୁ ଅନୁଧ୍ୟାନ ପାଇଁ ଯାଇଛନ୍ତି। ଏଥିରେ ଯିଏ ଅବହେଳା କରିଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri