ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଅଭିଭାବକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ଖବର ମିଳିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ତୁରନ୍ତ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୦ରେ ସ୍କୁଲ ଚାଲିଥିବା ବେଳେ ୨ ଜଣ ଛାତ୍ର ଏକ ସାଇକେଲ ନେଇ ସ୍କୁଲରୁ ଏକ କିଲୋମିଟର ଦୂର ବଜାରକୁ ଯାଇଥିଲେ। ଏକ ଦୋକାନରେ ଠିଆ ହୋଇ ମୂଲଚାଲ କରିବା ପରେ ଆଳୁ ଓ ପିଆଜ କିଣି ବସ୍ତାରେ ପୂରାଇଥିଲେ। ପରେ ସେହି ବସ୍ତାକୁ ସାଇକେଲରେ ଲଦି ସ୍କୁଲ ଅଭିମୁଖେ ସାଇକେଲ ଗଡ଼ାଇ ଗଡ଼ାଇ ଆସିଥିଲେ। ବାଟରେ ଆଉ କେତୋଟି ଦୋକାନରେ ରହି କିଛି ସାମଗ୍ରୀ ମଧ୍ୟ କିଣିଥିଲେ। କିଛି ସମୟ ପରେ ଦୁଇ ଛାତ୍ର ବିଦ୍ୟାଳୟରେ ପହଞ୍ଚି ଆଳୁ ଓ ପିଆଜ ବସ୍ତାକୁ ରୋଷେଇ ଘରେ ରଖିଥିଲେ। କିଣାଯାଇଥିବା ଆଳୁ ଓ ପିଆଜ ମଧ୍ୟାନ୍ନ ଭୋଜନରେ ଲଗାଯାଇଥିଲା। ମଧ୍ୟାନ୍ନ ଭୋଜନ ବାବଦ ଅର୍ଥ ସରକାର ସିଧାସଳଖ ପ୍ରଧାନ ଶିକ୍ଷକଙ୍କ ପାଖକୁ ପଠାଉଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଜାରରୁ ରୋଷେଇ ସାମଗ୍ରୀ କିଣିବାର ନିୟମ ରହିଛି। କିନ୍ତୁ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ କିପରି ୨ ଛାତ୍ରଙ୍କୁ ବଜାରକୁ ପଠାଯାଇ ଆଳୁ, ପିଆଜ କିଣି ଅଣାଗଲା ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ପିଲାମାନେ ପାଠପଢ଼ିବାକୁ ଆସୁଥିବା ବେଳେ ସେମାନଙ୍କୁ କିପରି ବଜାରକୁ ପଠାଗଲା ଓ ଏହି ସମୟରେ ଦୁର୍ଘଟଣା ଘଟିଥିଲେ କିଏ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ ପଟ୍ଟନାୟକ କହିଛନ୍ତି, ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର କୌଣସି କାର୍ଯ୍ୟରେ ଲଗାଯିବା କଥା ନୁହେଁ। ଘଟଣା ଦୃଷ୍ଟିକୁ ଆସିବା ପରେ ତୁରନ୍ତ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଯୋଗାଯୋଗ ସମ୍ଭବ ନ ହେବାରୁ ଘଟଣା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ କରି…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri