ସୁସି ଓ୍ବିଲ୍ସଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମନୋନୀତ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୯ା୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ ସୁସି ଓ୍ବିଲ୍ସଙ୍କୁ ମନୋନୀତ କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଚାରର ସଫଳ ପରିଚାଳନା କରିଥିଲେ ସୁସି। ସେ ଟ୍ରମ୍ପ୍‌ଙ୍କର ଘନିଷ୍ଠ ହୋଇଥିବାବେଳେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ଖୁବ୍‌ ଭଲ ଭାବେ ପ୍ରଚାର ପରିଚାଳନା କରିଥିଲେ। ବୁଧବାର ଟ୍ରମ୍ପ୍‌ ନିଜର ବିଜୟକୁ ସେଲିବ୍ରେଟ କରୁଥିବାବେଳେ ସୁସି ନିଜକୁ ଦୂରେଇ ରଖିବା ସହ ମାଇକରେ କିଛି କହିବାକୁ ମନା କରିଦେଇଥିଲେ। ସେ ବେଶ୍‌ ଦୃଢ଼ମନା, ସ୍ମାର୍ଟ ଏବଂ ଇନୋଭେଟିଭ୍‌ ହୋଇଥିବାବେଳେ ସମସ୍ତେ ତାଙ୍କୁ ପ୍ରଶଂସା ଓ ସମ୍ମାନ କରିଥାନ୍ତି। ଆମେରିକାକୁ ପୁଣିଥରେ ମହାନ୍‌ କରିବା ଦିଗରେ ସେ ଅକ୍ଳାନ୍ତ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି। ସେ ଆମେରିକା ଇତିହାସରେ ପ୍ରଥମ ମହିଳା ଚିଫ୍‌ ଅଫ୍‌ ଷ୍ଟାଫ୍‌ ହେବାକୁ ଯାଉଛନ୍ତି। ସେ ଆମ ଦେଶକୁ ଗର୍ବିତ କରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶଧାରା ଓଡ଼ିଶା ସାରା ମହାସମାବେଶ: ସରକାରଙ୍କ ୨ ବର୍ଷର ଶାସନ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୦।୬ (ଅରୁଣ ସାହୁ): ଓଡ଼ିଶାରେ ଭାଜପା ସରକାରଙ୍କ ଦୁଇ ବର୍ଷର ଶାସନ ପୂର୍ତ୍ତି ଅବସରରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri