ସାଢେ ୫ଘଣ୍ଟା ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

କୁଆଁରମୁଣ୍ଡା,୨୭।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆରମୁଣ୍ଡା ବ୍ଲକ କୁମଝରିଆସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଶନିବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଛାତ୍ରୀଛାତ୍ର କହିଥିଲେ, ସଞ୍ଜୟ ସାର୍‌ ନିର୍ଦ୍ଦୋଶ। ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ତୁରନ୍ତ ଛାଡି ଦେବାକୁ ଦାବିକରି ଅପରାହ୍ନରେ କୁମଝରିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସାଢେ ୫ଘଣ୍ଟା ଧରି ପିଲା ଓ ସେମାନଙ୍କର ଅଭିଭାବକ ରାଜପଥ ଅବରୋଧ କରିବାରୁ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନଠାରୁ ଆରମ୍ଭ କରି ଯାତ୍ରୀବାହୀଯାନଗୁଡିକ ଅଟକି ରହିଥିଲା। ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲଙ୍କୁ ଭିଜିଲାନ୍ସ ନ ଛାଡିବା ପର୍ଯ୍ୟନ୍ତ ରାଜପଥରୁ ହଟିବେ ନାହିଁ କି ଖାଇବେ ନାହିଁ ବୋଲି ପିଲାମାନେ ନିଜ ଜିଦ୍‌ରେ ଅଡି ବସିଥିଲେ। ଏହା ପରେ ଖବର ପାଇ କୁଆଁରମୁଣ୍ଡା ବିଡିଓ ତୃପ୍ତି ବରାଇ, ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ର ଚନ୍ଦ୍ରାକାର ଓ ବୀରମିତ୍ରପୁର ଉପଖଣ୍ଡ ସମେତ ଜିଲା ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ରମାନଙ୍କୁ ଯେତେ ବୁଝାଇଲେ ମଧ୍ୟ କିଛି ଶୁଣି ନ ଥିଲେ। ଛାତ୍ରୀଛାତ୍ର ଗୋଟିଏ ଜିଦରେ ଅଟଳ ରହି କହିଥିଲେ, ‘ଆମର ସାର୍‌ ନିର୍ଦ୍ଦୋଶ ଓ ତାଙ୍କୁ ଆମ ସ୍କୁଲକୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ଏହା ପରେ କୁଆଁରମୁଣ୍ଡା ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, କୁମଝରିଆ ସରପଞ୍ଚ ବାତିଆ ଲାକ୍ରା, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହଁାସଦା, ପଦମପୁର ସରପଞ୍ଚ ଦିଲ୍ଲୀପ ଏକ୍କା, ପୁଟ୍ରିଖମଣ ସରପଞ୍ଚ ନରେଶ ସୁରିନଙ୍କ ସମେତ ୧୫ ରୁ ଊର୍ଦ୍ଧ୍ୱ ସରପଞ୍ଚ ସେଠାରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କର ଦାବିକୁ ଯଥାର୍ଥ ବୋଲି କହିବା ସହ ପ୍ରଶାସନ ସମ୍ପୃକ୍ତ ପ୍ରଧାନଶିକ୍ଷକ ସାମଲଙ୍କୁ ଖଲାସ କରିବା ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରୁ ବୋଲି ଦାବି କରିଥିଲେ। ଏହା ପରେ ପ୍ରଧାନଶିକ୍ଷକ ସାମଲ ଜାମିନ୍‌ରେ ଆସିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ଯେଉଁ ପ୍ରକାରେ ପିଲାମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା ତାହାର ପୂର୍ଣ୍ଣ ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ। ପ୍ରଧାନଶିକ୍ଷକ ସାମଲଙ୍କୁ ପୁନର୍ବାର ଏହି ବିଦ୍ୟାଳୟକୁ ଫେରାଇ ଅଣାଯିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବେ ବୋଲି ଉପଜିଲାପାଳ ଚନ୍ଦ୍ରାକାର କହିବାରୁ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରିବା ସହ ରାତ୍ରଭୋଜନ କରିବାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri