ବି ପଜିଟିଭ୍‌

ମନ ଖୁବ୍‌ ଚଞ୍ଚଳ। ସାମାନ୍ୟ ସଫଳତାରେ ଏହା
କେବେକେବେ ଖୁସିରେ ବିଭୋର ହୋଇ ଉଠେ ତ ପୁଣି କେବେ ବିଫଳତାରେ ହୋଇଯାଏ ଅବସାଦଗ୍ରସ୍ତ। ଆଉ କେତେକଙ୍କଠାରେ ଏହି ବିଫଳତା ହିଁ ଭାଙ୍ଗିଦିଏ ଆଗକୁ ବଢ଼ିବାର ମନୋବଳ। ହେଲେ ସକାରାତ୍ମକ ଚିନ୍ତାର ଶକ୍ତି ଖୁବ୍‌ ଅଧିକ। ଏହା ଜଣଙ୍କୁ ଯେକୌଣସି ଅପ୍ରୀତିକର ଏବଂ କଷ୍ଟକର ପରିସ୍ଥିତିରୁ ମଧ୍ୟ ମୁକୁଳି ଆସିବାର ସାହସ ଯୋଗାଇ ଦେଇଥାଏ ଏବଂ ସଫଳତା ମାର୍ଗରେ ଆଗେଇ ଯିବାକୁ ବାଟ କଢ଼ାଏ…

ଅନେକଙ୍କଠାରେ ଶାରୀରିକ କ୍ଷମତା ଥିଲେ ସୁଦ୍ଧା ସଫଳତା ହାସଲ କରିବା କଷ୍ଟ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ନକାରାତ୍ମକ ମାନସିକତା। କାରଣ ଜୀବନରେ ସଫଳତା ପାଇବାକୁ ହେଲେ ସର୍ବପ୍ରଥମେ ମଣିଷକୁ ମାନସିକ ସ୍ତରରେ ସୁଦୃଢ଼ ହେବା ଆବଶ୍ୟକ, ଯେଉଁଥିପାଇଁ ଲୋଡ଼ା ସକାରାତ୍ମକ ଭାବନା। ଯଦି ଲକ୍ଷ୍ୟ ହାସଲକୁ ନେଇ ମନରେ ନକାରାତ୍ମକ ଭାବନା ଆସୁଛି, ତେବେ ଜାଣିରଖନ୍ତୁ …
ଆଗକୁ ବଢ଼ିବାର ବାଟ କଢ଼ାଏ: ବେଳେବେଳେ ସାମାନ୍ୟ ବିଫଳତାରେ ମଣିଷ ଭାଙ୍ଗିପଡ଼େ। ଆଉ ଆଗକୁ କିପରି ବଢ଼ିବି, ଯଦି ପୁନର୍ବାର ବିଫଳ ହୁଏ ଲୋକେ କ’ଣ କହିବେ, ମୋ ଦ୍ୱାରା ଏହି କାର୍ଯ୍ୟ ଅସମ୍ଭବ ଭଳି ନକାରାତ୍ମକ ଭାବନା ମଣିଷକୁ ନିରାଶ କରିଥାଏ। ଫଳରେ କ୍ୟାରିୟରକୁ ମଜଭୁତ କରିବା କଷ୍ଟସାଧ୍ୟ ହୋଇପଡ଼େ। ହେଲେ ଯେକୌଣସି ପରିସ୍ଥିତିରେ ବି ଯଦି ଭାବନା ସକାରାତ୍ମକ ହୁଏ, ଅର୍ଥାତ୍‌ ମୁଁ ନିଶ୍ଚେ ପାରିବି, ମୋ ଦ୍ୱାରା କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଇତ୍ୟାଦି ଭାବନା ଆତ୍ମବଳ ବଢ଼ାଏ, ଯାହାକି ମଣିଷକୁ ଆଶାବାଦୀ କରିଥାଏ ଏବଂ କଳେବଳେ କୌଶଳେ ସଫଳତା ଦିଗରେ ଆଗେଇ ଯିବାକୁ ବାଟ ଖୋଜିବାରେ ସାହାଯ୍ୟ କରିଥାଏ।
ସଫଳତାର ମୂଳମନ୍ତ୍ର ସକାରାତ୍ମକ ଚିନ୍ତା: ସକାରାତ୍ମକ ଚିନ୍ତାର ଶକ୍ତି ଖୁବ୍‌ ଅଧିକ। ଏହା ଜଣଙ୍କୁ ଯେକୌଣସି ଅପ୍ରୀତିକର ଏବଂ କଷ୍ଟକର ପରିସ୍ଥିତିରୁ ମଧ୍ୟ ମୁକୁଳି ଆସିବାର ସାହସ ଯୋଗାଇ ଦେଇଥାଏ। ୟୁନିଭର୍ସିଟି ଅଫ୍‌ ନର୍ଥ କରୋଲିନାର ମନୋବିଜ୍ଞାନ ଗବେଷକ ବାର୍ବାରା ଫେଡ୍ରିକ୍ସନ୍‌ଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ମୁତାବକ ସକାରାତ୍ମକ ଚିନ୍ତାଧାରା ଏକ ସଫଳ କ୍ୟାରିୟର ଗଢ଼ିବାର ମୂଳମନ୍ତ୍ର।
ଦୂର କରେ ମାନସିକ ଚାପ: କୌଣସି କାର୍ଯ୍ୟକୁ ନେଇ ଚିନ୍ତା, ଚାପ କିମ୍ବା ବିଫଳତାର ଅବସାଦ ରହିଲେ ବାରମ୍ବାର ମନ ଭାରାକ୍ରାନ୍ତ ହୋଇପଡ଼େ ଏବଂ ସେଇଠୁ ନକାରାତ୍ମକ ଭାବନା ଆସେ। ହେଲେ ଏହି ସମୟରେ ମନକୁ ଦୃଢ଼ ରଖି ସକାରାତ୍ମକ ଚିନ୍ତା କଲେ ଏଭଳି ସମସ୍ୟାକୁ ଦୂର କରି ଆଗେଇଯିବାର ସାହସ ଯୋଗାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କୁ ନା କେବଳ ସଫଳତା ଆଣିଦିଏ ବରଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଅର୍ଥାତ୍‌ ଆପଣଙ୍କ ବ୍ୟବହାର ଏବଂ ଚିନ୍ତାଧାରାରେ ଅନ୍ୟମାନେ ମଧ୍ୟ ଉପକୃତ ହେଉଥିବାରୁ ଆପଣଙ୍କୁ ସେମାନେ ନିଜର ଆଦର୍ଶ ବା ରୋଲମଡେଲ୍‌ ଭାବେ ମଧ୍ୟ ଗ୍ରହଣ କରିଥାଆନ୍ତି।
ବଢ଼ାଏ ଆତ୍ମବିଶ୍ୱାସ: ପାଠପଢ଼ା ହେଉ ଅବା ଚାକିରି, ପ୍ରତ୍ୟେକ କ୍ଷେତ୍ରରେ ଜଣେ ଭଲ ପ୍ରଦର୍ଶନ କରିବାକୁ ଚାହେଁ। ହେଲେ କେବେକେବେ ବିଫଳତାର ସାମ୍‌ନା କରିବାକୁ ପଡ଼ିଥାଏ। ଏମିତି ହେଲେ ହାର୍‌ ମାନି ଭାଗ୍ୟର ଦୋଷ ଦେଇ ବସିଯିବା ବଦଳରେ ବାରମ୍ବାର ଚେଷ୍ଟା କରନ୍ତୁ। ମନେରଖନ୍ତୁ, ଯଦି କୌଣସି ପ୍ରକାରର ଭାବନା ବା ଚିନ୍ତା ଆପଣଙ୍କୁ ଆଗକୁ ବଢ଼ିବାକୁ ମାନସିକ ସ୍ତରରେ ପ୍ରତିରୋଧ କରୁଛି, ତେବେ ସର୍ବପ୍ରଥମେ ତାହାକୁ ଦୂର କରନ୍ତୁ। ନିଜ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ମନରେ ସକାରାତ୍ମକ ଭାବନା ଆଣିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ଯୋଗ, ପ୍ରାଣାୟାମ ଆଦି କରିପାରିବେ। ବିଫଳତାରୁ ସଫଳ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନୀ ପଢ଼ିପାରିବେ। ଏହା ମଧ୍ୟ ଆପଣଙ୍କ ମନୋବଳ ବଢ଼ାଇବ ଏବଂ ସଫଳ ହେବା ଲାଗି ଉତ୍ସାହ ଓ ସକାରାତ୍ମକ ଭାବନା ସଞ୍ଚାର କରିବ।

କ’ଣ କୁହନ୍ତି ଏମାନେ…
ଜ୍ୟୋତିପ୍ରକାଶ ବେହେରା (କର୍ମଜୀବୀ, ମହୀଶୂର)- ଜଣେ ବ୍ୟାଙ୍କର ହେବାକୁ ଇଚ୍ଛା ଥିଲା। ତେଣୁ ବି.ଟେକ୍‌. ପରେ ବ୍ୟାଙ୍କିଙ୍ଗ୍‌ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲି। ପ୍ରଥମ ଥର ପରୀକ୍ଷାରେ ଅଳ୍ପ ନମ୍ବର ଯୋଗୁ ଜବ୍‌ ପାଇବାରୁ ବଞ୍ଚତ୍ତ ହେଲି। ମନ କଷ୍ଟ ହେଲା, ତଥାପି ପୁନର୍ବାର ଚେଷ୍ଟା କଲି। ହେଲେ ଦ୍ୱିତୀୟ ଥର ବିଫଳ ହେବା ପରେ କେତେ ଜଣ ସାଙ୍ଗ ବ୍ୟାଙ୍କିଙ୍ଗ୍‌ ତୋ ପାଇଁ ଉପଯୁକ୍ତ ନୁହେଁ, ସେ ନିଶା ଛାଡ଼ି ଇଂଜିନିୟରିଂ ଉପରେ ଧ୍ୟାନ ଦେ ବୋଲି ପରାମର୍ଶ ଦେଇଥିଲେ। କିଛିଦିନ ପର୍ଯ୍ୟନ୍ତ ମୁଁ ଭାବିନେଇଥିଲି ବୋଧହୁଏ ଏହା ହିଁ ଠିକ୍‌। ହେଲେ ନିଜ ଇଚ୍ଛାକୁ ସମ୍ମାନ ଦେଇ ଏକ ସକାରାତ୍ମକ ଭାବନା ରଖି ପୁଣିଥରେ ଚେଷ୍ଟା କଲି ଏବଂ ତୃତୀୟ ଥର ସଫଳ ହେଲି। ପ୍ରଥମେ କ୍ଲରିକାଲ୍‌ରେ ପାଇ ଜବ୍‌ ଆରମ୍ଭ କଲି। ଏହାର ପରବର୍ଷ ପିଓ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ପିଓ ଭାବେ ଯୋଗ ଦେଲି ଏବଂ ବାରମ୍ବାର ଚେଷ୍ଟା ବଳରେ ଏବେ ବ୍ୟାଙ୍କ ଅଫ୍‌ ବରୋଦାରେ ଜଏଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛି। ମୋ ମତରେ ପଜିଟିଭ୍‌ ବା ସକାରାତ୍ମକ ଚିନ୍ତା ମଣିଷକୁ ଆଗକୁ ବଢ଼ିବାକୁ ଶକ୍ତି ଯୋଗାଏ।
ସମ୍ବିତ ରୟ (ଆଡ୍‌ଭୋକେଟ୍‌, ଭୁବନେଶ୍ୱର
କୋର୍ଟ, ଭୁବନେଶ୍ୱର)
ଲ’ ପରୀକ୍ଷା ପରେ ଓଜେଏସ୍‌ (Odisha
Judicial Service) ଲାଗି ଦୁଇ ବର୍ଷ ଚେଷ୍ଟା କଲି। ହେଲାନି। ତା’ପରେ ମୁଁ ଓକିଲାତି କରିବି ବୋଲି ସ୍ଥିର କଲି। ପ୍ରଥମେ ଯେଉଁ ଲ’ ଅଫିସରଙ୍କ ପାଖରେ ପ୍ରାକ୍ଟିସ୍‌ ଆରମ୍ଭ କଲି, ତାଙ୍କର ୭୦ରୁ ୧୦୦ ପାଖାପାଖି ବ୍ରିଫ୍‌ ସବୁକୁ ହ୍ୟାଣ୍ଡେଲ କରୁଥିଲି। ପ୍ରାକ୍ଟିସ୍‌ ଆରମ୍ଭରୁ କୋର୍ଟ ଆସୁଥିଲି। ଏହାପରେ ମୋ ଲୋକାଲ ଏରିଆର କିଛି ବ୍ରିଫ୍‌ ହ୍ୟାଣ୍ଡେଲ କଲି। ଏମିତି ଧୀରେ ଧୀରେ ମୋର ଲୋକସମ୍ପର୍କ ବଢ଼ିଲା। ମନରେ ଏହାକୁ ନେଇ ଉତ୍ସାହ ଜାଗ୍ରତ ହେଲା। ଓଜେଏସ୍‌ ଅଫିସ୍‌ର ହୋଇ ପାରିଲିନି ବୋଲି କୌଣସି ଦୁଃଖ ରହିଲାନି। ପାଠ ସମସ୍ତଙ୍କ ପାଇଁ ସମାନ। ତେଣୁ ଜଣେ ଓକିଲ ଭାବେ କାର୍ଯ୍ୟ କରି ବେଶ୍‌ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?