ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ବି ପୋଲିସ, ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଠପ୍‌

ଭବାନୀପାଟଣା, ୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ। ସେହିପରି ସ୍ଥାନୀୟ ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବିତ କରିଥିଲା। ଉକ୍ତ ଦିନ ପ୍ରଧାନଶିକ୍ଷକ ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏହାପରେ ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଥିଲା । ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ମୋ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ । ସହକାରୀ ଶିକ୍ଷକ ଯିଶୁ ଗୋପାଲ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ସହ ଖରାପ ସମ୍ପର୍କ ଥିବା ଜାଣି ମୋ ସ୍ବାମୀ ଶିକ୍ଷା ବିଭାଗକୁ ଜଣାଇ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍କୁଲକୁ ବଦଳି କରି ଦେଇଥିଲେ । ଯାହାର ବ୍ୟକ୍ତିଗତ ରାଗ ରଖି ସହକାରୀ ଶିକ୍ଷକ ଗୋପାଲ ଓ ଅନ୍ୟ ୨ ଶିକ୍ଷକ ମିଶି ମୋ ସ୍ବାମୀଙ୍କୁ କର୍ମ କ୍ଷେତ୍ରରେ ମାନସିକ ନିର୍ଯାତନା ଦେବା ସହ ଫସାଇବାକୁ ଚେଷ୍ଟା କରୁଥିଲେ। ଗତ ଅଗଷ୍ଟ ୨୫ ତାରିଖ ସ୍କୁଲର ଝିଅଙ୍କୁ ମୋ ସ୍ବାମୀ ଅସଦାଚରଣ କରିବା ନେଇ ଜୁନାଗଡ଼ ବିଇଓଙ୍କୁ ଡାକ ମାଧ୍ୟମରେ ଅଭିଯୋଗ କରିଥିଲେ। ସେହିପରି ଗତ ୨ତାରିଖ ଗ୍ରାମର କେତେକ ବ୍ୟକ୍ତିଙ୍କୁ ଧରି ସେମାନେ ମୋ ସ୍ବାମୀଙ୍କୁ ସ୍କୁଲରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ସମ୍ମାନହାନୀ କରିବା ପାଇଁ ତାଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଇ ଅସଦାରଣ କରିଥିଲେ। ତେଣୁ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ସହକାରୀ ଶିକ୍ଷକ ଓ ସାମିଲ ଥିବା ଗ୍ରାମର କିଛି ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ସେହିପରି ପୋଲିସ ଉପଯୁକ୍ତ ନ୍ୟାୟ ଦେଇ ନ ପାରିଲେ ଆତ୍ମହତ୍ୟା କରିବାକୁ ବାଧ୍ୟହେବି ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଳା ନଂ (୫୮୦/୨୫ ) ରୁଜୁ କରିଥିଲା। ହେଲେ ଇତିମଧ୍ୟରେ ଏହି ଘଟଣାର ସପ୍ତାହ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ ନାଁ ଶିକ୍ଷା ବିଭାଗର କାର୍ଯ୍ୟନୁଷ୍ଠାନ ଠପ୍‌ ଦେଖିବାକୁ ମିଳିଛି। ଯାହାକୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। କେଳ ତଦନ୍ତ ଚାଲିଛି କହି ପୋଲିସ ଓ ଶିକ୍ଷା ବିଭାଗ ନିଜ ଦୋଷ ଖସାଉଛନ୍ତି। ପ୍ରଧାନଶିକ୍ଷକଙ୍କ ନାମରେ ଅଭିଯୋଗ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ପୋଲିସ ଗିରଫ କରିଥିବାବେଳେ ଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ହେଲେ ପ୍ରଧାନ ଶିକ୍ଷକଙ୍କ ସ୍ତ୍ରୀ ଏତଲା ଦେବାର ସପ୍ତାହ ପରେ ବି ଉଭୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏପରିକି ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଲିଖିତ ଅଭିଯୋଗକୁ ଛାତ୍ରୀଙ୍କ ଅଭିଭାବକ,ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ନ ଆଣି ସ୍କୁଲର ଜଣେ ସହକାରୀ ଶିକ୍ଷକ ଯିଶୁ ଗୋପାଳ ବିଇଓଙ୍କୁ ଡାକ ମାଧ୍ୟମରେ ଦେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହକାରୀ ଶିକ୍ଷକ ଗୋପାଳ ଅଭିଯୋଗ ଦେବା ନେଇ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଜାଣିଥିଲେ ମଧ୍ୟ ଏହାର ପ୍ରଥମେ ତଦନ୍ତ ନ କରି ସେମାନେ ତରବରିଆ ଭାବେ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଥିଲେ। ତେବେ କେଉଁ ସ୍ବାର୍ଥରେ ସହକାରୀ ଶିକ୍ଷକ ଗୋପାଳ ବିଇଓ ଅଫିସକୁ ଛାତ୍ରୀଙ୍କ ଅଭିଯୋଗ ଆଣିଥିଲେ ଓ ଏହି ଚିଠି ଲେଖା, ଦସ୍ତଖତ ପ୍ରକୁତ ଛାତ୍ରୀଙ୍କର ନା ନାହିଁ ତାହା ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡନ୍ତ। ସପ୍ତାହ ପରେ ବି ଉପରୋକ୍ତ ୩ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସ ଓ ଶିକ୍ଷା ବିଭାଗର ଭୂମିକାକୁ ନେଇଁ ସନ୍ଦେହ ପ୍ରକାଶ ପାଇଛି। ସହକାରୀ ଶିକ୍ଷକ ଯିଶୁ ଗୋପାଳଙ୍କ ଉପରେ ଜୁନାଗଡ଼ର ଏକ ଆତ୍ମଘୋଷିତ ବରିଷ୍ଠ ସାମାଜିକ କର୍ମୀଙ୍କ ହାତ ରହିଥିବାରୁ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ନେବାକୁ ମଣୁ ନ ଥିବା ଶୁଣିବାକୁ ମିଳୁଛି। ଏ ନେଇ ଘଟଣାର ତଦନ୍ତ କରୁଥିବା ପୋଲିସ ଏସଆଇ ସୋନାଲିଶା ବିଶ୍ୱାଳ ଓ ଆଇଆଇସି ଶେଷଦେ ବେହେରାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି ଉଭୟେ ଅତି ହାଲୁକା ଭାବେ ସଫେଇ ଦେଇଥିଲେ। ସେହିପରି ଏହି ଘଟଣାକୁ ନେଇ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ମୁଁ ଜିଲା ଶିକ୍ଷାଅଧିକାରୀଙ୍କୁ ଏ ବିଷୟରେ ଜଣାଇ ଦେଇଛି ବୋଲି ସଫେଇ ଦେଇଥିଲେ। କଳାହାଣ୍ଡି ଜିଲାପାଳ ତଥା ଏସପି ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?