ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୧୦ା୩ : ଗୁରୁବାର ଜାଗର। ଏଥିପାଇଁ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ୨ନିଯୋଗ ବିଭିନ୍ନ ଦାବି ପୂରଣ ନେଇ ଅଡ଼ି ବସିଛନ୍ତି। ଦାବି ପୂରଣ ନ ହେଲେ ସେବାୟତମାନେ ଜାଗର ଦିନ ସେବାରେ ଅସହଯୋଗ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ପ୍ରଶାସନିକ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନ ଥିବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କୋଭିଡ୍କୁ ଦୃଷ୍ଟିରେ ରଖି ଜାଗର ଉପଲକ୍ଷେ ମେଳା ଓ ଭିଡ଼କୁ ବାରଣ କରିଛନ୍ତି। ଏନେଇ ସ୍ବତନ୍ତ୍ର ଗାଇଡ୍ଲାଇନ ମଧ୍ୟ ଜାରି ହୋଇଛି। ମନ୍ଦିର ପରିସର ଓ ବାହାରେ ଗହଳି ନ କରିବାକୁ କୁହାଯାଇଛି। ଏପରି କି ମେଳା ବସିବା ଉପରେ ମଧ୍ୟ କଟକଣା ଜାରି ରହିଛି। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏସ୍ଆର୍ସିଙ୍କ ଏହି ନିର୍ଦ୍ଦେଶ ପରେ ଭକ୍ତ ମହଲରେ ଶଙ୍କା ଦେଖାଦେଇଛି।
ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ସେବାୟତମାନେ ବିଭିନ୍ନ ଦାବି ପୂରଣ ଜିଦ୍ରେ ଅଟଳ ଅଛନ୍ତି। ମଙ୍ଗଳବାର ମନ୍ଦିରର ଉତ୍ତର ଦ୍ୱାର ନିକଟରେ ସେବାୟତଙ୍କ କୋଭିଡ୍ ପରୀକ୍ଷା ଚାଲିଥିବାବେଳେ ୨ ନିଯୋଗର ସେବାୟତମାନେ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଏକପ୍ରକାର ମୁହଁାମୁହିଁ ପରିସ୍ଥିତି ଦେଖାଦେଇଛି। ଏନେଇ ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ ଗଣମାଧ୍ୟମକୁ କହିଛନ୍ତି, ଜାଗରକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ। ସେହି ଅନୁସାରେ ଆଜି ସେବାୟତମାନେ କୋଭିଡ୍ ପରୀକ୍ଷା କରାଇଛନ୍ତି। ବଡୁ ନିଯୋଗର ବହୁଦିନର ଦାବି ରହିଛି। ତାହା ହେଉଛି ଶ୍ରାବଣୀ, ବକେୟା ପ୍ରାପ୍ୟ ପ୍ରଦାନ। ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ୨୦ଦିନ ତଳେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୫ରୁ ପଡ଼ି ରହିଥିବା ଏହି ଦାବିଗୁଡିକ ପୂରଣ ନ ହେଲେ ଜାଗର ଦିନ ଠାକୁରଙ୍କ ସେବାରେ ସହଯୋଗ କରିବୁ ନାହିଁ। କିନ୍ତୁ ମହାଦୀପ ଠିକ୍ ସମୟରେ ଉଠିବ। ସେହିଦିନ ଯେଉଁ ସେବାୟତଙ୍କ ପାଳି ଥିବ ସେହିମାନେ ନୀତି କରିବେ। ନିୟମତଃ ଜାଗରରେ ପ୍ରତି ନିଯୋଗର ସମସ୍ତ ସେବାୟତମାନେ ନୀତିରେ ଭାଗନେବା କଥା। କିନ୍ତୁ ତାହା ଏଥର ହେବ ନାହିଁ ବୋଲି କମଳାକାନ୍ତ କହିଛନ୍ତି।
ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚତ୍ ପତି କହିଛନ୍ତି, ଲିଙ୍ଗରାଜ ମନ୍ଦିର ସେବକମାନଙ୍କ ବେବନ୍ଦୋବସ୍ତ ଜମିକୁ ଲିଙ୍ଗରାଜଙ୍କ ନାମରେ କରାଯାଇଛି। ୨ମାସ ହେଲା ଜମିର ପୂର୍ବ ସ୍ବତ୍ୱକୁ ଫେରାଇ ଆଣିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲୁ। ତାହା ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ। ସେହିପରି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମାକୁ ଦେବୋତ୍ତର କମିଶନର କାର୍ଯ୍ୟକାରୀ ନ କରିବା ଦ୍ୱାରା ୬୦୦ବର୍ଷର ପରମ୍ପରା ଭାଙ୍ଗିବା ସହ ଲକ୍ଷାଧିକ ଭକ୍ତଙ୍କ ସମେତ ସେବାୟତଙ୍କୁ ବ୍ୟଥିତ କରିଛି। ଯାହାପାଇଁ ବ୍ରାହ୍ମଣ ନିଯୋଗ ଦେବୋତ୍ତର କମିଶନରଙ୍କୁ ଦାୟୀ କରିଛି। ଏହି ୨ଟି ଦାବି ବ୍ରାହ୍ମଣ ନିଯୋଗର ପୂରଣ ନ ହେଲେ ଜାଗରରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ପତି କହିଛନ୍ତି।
ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ୨ ନିଯୋଗର ଦାବି ସମ୍ପର୍କରେ ଦେବୋତ୍ତର କମିଶନରଙ୍କୁ ଅବଗତ କରାଯାଇଛି। ସେ ଯାହା ନିଷ୍ପତ୍ତି ନେବେ। କୋଭିଡ୍ ଗାଇଡ୍ଲାଇନ ଅନୁସାରେ ଭକ୍ତମାନେ ମନ୍ଦିରକୁ ଯାଇପାରିବେ । ଥର୍ମାଲ୍ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯିବ ବୋଲି ଦାଶ ମତ ରଖିଛନ୍ତି। ଅନ୍ୟପଟେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କ୍ଷେତ୍ରରେ ଜାଗରରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ କୌଣସି କଟକଣା ରଖାଯିବା ଉଚିତ୍ ନୁହେଁ ବୋଲି ସେବାୟତ ମଣ୍ଟୁ ପୂଜାପଣ୍ଡା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...
ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ
ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ): ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...
Archives


