Posted inଜାତୀୟ

ନବାନ୍ନ ଅଭିଯାନ ବେଳେ ସଂଘର୍ଷ

କୋଲ୍‌କାତା,୨୮ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ଛାତ୍ର ସଂଗଠନ ‘ପଶ୍ଚିମବଙ୍ଗ ଛାତ୍ର ସମାଜ’ ଏବଂ ଅସନ୍ତୁଷ୍ଟ ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ‘ସଂଗ୍ରାମୀ ଯୌଥ ମଞ୍ଚ’ ପକ୍ଷରୁ ନବାନ୍ନ ଅଭିଯାନ ବିଭିନ୍ନ ସ୍ଥାନରୁ ବାହାରିଥିଲାବେଳେ ଏହା ହିଂସାତ୍ମକ ସଂଘର୍ଷର ରୂପ ନେଇଛି। ହାଓଡ଼ା ମଇଦାନ ଅଞ୍ଚଳର ଜି.ଟି. ରୋଡ୍‌ଠାରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଛି। ବିକ୍ଷୋଭକାରୀ ବାରିକେଡ୍‌ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କଲାବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାଳନା କରିଥିଲା। ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଫଳରେ ଜି.ଟି. ରୋଡ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ସଂଘର୍ଷରେ ହାଓଡ଼ା କମିଶନରେଟ୍‌ ପୋଲିସର ଚଣ୍ଡିତାଲା ଥାନା ଭାରପ୍ରାପ୍ତ ଅଧିକାରୀ ଆହତ ହୋଇଛନ୍ତି। ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।
ହାଷ୍ଟିଙ୍ଗ୍‌ସ ଏବଂ ଏମ୍‌.ଜି. ରୋଡ୍‌ ଅଞ୍ଚଳରେ ମଧ୍ୟ ବିକ୍ଷୋଭକାରୀ ପୋଲିସ ଉପରକୁ ଟେକାମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଗୋଡ଼ାଇ ପିଟିଥିଲେ। ଆମେ ଆଇନ ଭାଙ୍ଗିନାହୁଁ। ମୃତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବିରେ ଶାନ୍ତିପୂର୍ଣ୍ଣ ରାଲି କରୁଥିବାବେଳେ ପୋଲିସ ଆମକୁ ମାଡ଼ ମାରିଛି। ମମତା ବାନାର୍ଜୀ ଏଥିପାଇଁ ନିଜକୁ ଦାୟୀ କରିବା ସହ ଇସ୍ତଫା ଦିଅନ୍ତୁ ବୋଲି ଜଣେ ମହିଳା ବିକ୍ଷୋଭକାରୀ କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ କେତେକ ସ୍ଥାନରେ ବାରିକେଡ୍‌ ଭାଙ୍ଗି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବାରୁ ଲାଠିଚାଳନା ଓ ଲୁହବୁହା ବାଷ୍ପ ପ୍ରୟୋଗ କରାଗଲା ବୋଲି ପୋଲିସ ସଫେଇ ଦେଇଛି। ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଭାଜପା ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଛି। ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁରକ୍ଷା ଦେଉଥିବା ଅଭିଯୋଗକରି ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ତାଙ୍କ ଇସ୍ତଫା ଦାବି କରିଛି। ମମତାଙ୍କ ସମେତ ଅପରାଧରେ ଜଡ଼ିତ ଥିବା କୋଲକାତା ପୋଲିସ କମିଶନର ବିନୀତ ଗୋଏଲଙ୍କ ପଲିଗ୍ରାଫ ପରୀକ୍ଷା କରାଯାଉ ବୋଲି ଭାଜପା କହିଛି।
ପ୍ରଥମେ ହାଓଡ଼ା ବ୍ରିଜ୍‌ର କୋଲକାତା ପାର୍ଶ୍ୱ ଏବଂ କୋନା ଏକ୍ସପ୍ରେସ୍‌ଓ୍ବେର ସାନ୍ତ୍ରାଗାଛି ରେଳଷ୍ଟେଶନ ନିକଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା ସହ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସାନ୍ତ୍ରାଗାଛିରେ ଆନ୍ଦୋଳନକାରୀଙ୍କ ଟେକାମାଡ଼ରେ ବହୁ ପୋଲିସ ଆହତ ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ନବାନ୍ନ ଅଭିଯାନ ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହତ୍ୟା ଷଡ଼ଯନ୍ତ୍ର ଓ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଉକ୍ତ ୪ ଜଣ ଛାତ୍ର କର୍ମୀ ମଧ୍ୟରାତ୍ରରୁ ନିଖୋଜ ହୋଇଯାଇଥିବା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଥିଲେ।
ରାଜ୍ୟ ସଚିବାଳୟକୁ ଯାଇଥିବା ରାସ୍ତାର ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ପୋଲିସ ଲୁହା ଓ ଆଲୁମିନିୟମ ବାରିକେଡ୍‌ ଲଗାଇଥିଲା। ବିକ୍ଷୋଭକାରୀ ଏହା ଉପରେ ଯେପରି ଚଢ଼ି ନ ପାରିବେ, ସେଥିପାଇଁ ସେଥିରେ ତେଲ ଲଗାଯାଇଥିଲା। ସଚିବାଳୟ ରାସ୍ତାରେ ୬,୦୦୦ ପୋଲିସ ମୁତୟନ ହୋଇଥିଲେ। ବିଭିନ୍ନ ରାଜ୍ୟରୁ ଅତିରିକ୍ତ ପୋଲିସ ଫୋର୍ସ ମଗାଯିବା ସହ ରାପିଡ୍‌ ଆକ୍ସନ ଫୋର୍ସ, କୁଇକ୍‌ ଆକ୍ସନ ଟିମ୍‌ ଏବଂ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ମୁତୟନ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ ଏବଂ ରୋବୋକପ୍‌ ନିୟୋଜିତ ହେବା ସହ ବିକ୍ଷୋଭ ସ୍ଥଳରେ ଦଙ୍ଗା ନିରୋଧୀ ବଜ୍ରଯାନ ରଖାଯାଇଥିଲା। ଆନ୍ଦୋଳନକାରୀ ନବାନ୍ନ ଅଭିଯାନ ପାଇଁ ଅନୁମତି ଲୋଡ଼ି ନ ଥିବାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବେଆଇନ ଥିଲା ବୋଲି ପୋଲିସ କହିଛି।
ଆର୍‌.ଜି. କର ହସ୍ପିଟାଲର ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ, ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ପଶ୍ଚିମବଙ୍ଗ ଛାତ୍ର ସମାଜ ନବାନ୍ନ ଅଭିଯାନର ଡାକରା ଦେଇଥିଲା। ରବୀନ୍ଦ୍ର ଭାରତୀ ୟୁନିଭର୍ସିଟିର ଛାତ୍ରନେତା ପ୍ରବୀର ଦାସ, କଲ୍ୟାଣୀ ୟୁନିଭର୍ସିଟିର ଶୁଭଙ୍କର ହାଲ୍‌ଦାର ଏବଂ ରବୀନ୍ଦ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ସାୟନ ଲାହିରି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ଆନ୍ଦୋଳନ ପଛରେ ଭାଜପା ରହିଥିବା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଭିଯୋଗ କରିଛି। ଟିଏମ୍‌ସିର ଅଭିଯୋଗକୁ ଭାଜପା ଖଣ୍ଡନ କରିବା ସହ ଆନ୍ଦୋଳନକୁ ସମର୍ଥନ ଜଣାଇବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri