ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ନୂଆ ନୂଆ ଘୋଷଣା କରିଚାଲିଛନ୍ତି। ସମ୍ପ୍ରତି ରାଜ୍ୟରେ ୬୯୩କୋଟି ଟଙ୍କା ଖର୍ଚ୍ଚରେ ୮୯ଟି ବହୁମୁଖୀ ଇନଡ଼ୋର ଷ୍ଟାଡିୟମ ନିର୍ମାଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଥିବା ସମ୍ଭାବନାକୁ ସଫଳତାରେ ରୂପାନ୍ତରିତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ମାତ୍ର ଆନ୍ତଜାର୍ତିକ ଟୁର୍ନାମେଣ୍ଟରେ ସଫଳ ହୋଇଥିବା ଖେଳାଳି ପ୍ରୋତ୍ସାହନରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ କାଳ କାଟୁଥିବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଏପରି ଜଣେ ଖେଳାଳି ହେଉଛନ୍ତି ସତ୍ୟଜିତ ସିଂ।

ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର ସତ୍ୟଜିତ ବାପାଙ୍କ ମୃତ୍ୟୁ ପରେ ୨ୟ ଶ୍ରେଣୀରୁ ବାଲେଶ୍ୱରର ବାଳାଶ୍ରମରେ ରହି ପାଠ ପଢ଼ିଥିଲେ। ପାଠପଢା ସମୟରୁ ତାଙ୍କର ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। ବିଦ୍ୟାଳୟସ୍ତରରେ ସଫଳ କ୍ରୀଡ଼ାବିତ୍‌ ଭାବେ ଉଭା ହୋଇଥିବା ସତ୍ୟଜିତ ସ୍ଥାନୀୟ କୋଚ୍‌ ମଳୟ ରଞ୍ଜନ ବେହେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଖୋ ଖୋ ଖେଳିବା ଆରମ୍ଭ କରିଥିଲେ। ତାଙ୍କଠାରୁ ପ୍ରଶିକ୍ଷଣ ନେଇ ସେ ଜୁନିୟର ବିଭାଗରେ ରାଜ୍ୟସ୍ତରୀୟ ଖେଳାଳି ହୋଇପାରିଥିଲେ। ତେବେ ୧୦ମ ଶ୍ରେଣୀ ପାସ୍‌ କରିବା ପରେ ତାଙ୍କୁ ବାଳାଶ୍ରମ ଛାଡ଼ିବାକୁ ପଡ଼ିଥିଲା। ବାଲେଶ୍ୱରର କୌଣସି ସ୍ଥାନରେ ରହିବା ପାଇଁ ସ୍ଥାନ ନ ଥିବାରୁ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ ତାଙ୍କ ଅରଡ଼ବଜାରରେ ଥିବା ଏକ ଚାଳ ଘରେ ସତ୍ୟଜିତଙ୍କ ରହିବା ବ୍ୟବସ୍ଥା କରିଥିଲେ। ସେହି ଚାଳଘରେ ରହି କଲେଜ ପାଠ ସହିତ ସେ କ୍ରୀଡ଼ା ପ୍ରଶିକ୍ଷଣ ଜାରି ରଖିଛନ୍ତି। ପୈତୃକ ଗ୍ରାମରେ ରୋଗିଣା ବଡ଼ଭାଇ ଓ ମା’ଙ୍କ ଉପରୁ ବୋଝ କମାଇବାକୁ ସେ ସାନ ଭାଇଙ୍କୁ ମଧ୍ୟ ନିଜ ପାଖରେ ଆଣି ରଖୁଛନ୍ତି। ଚଳିବାକୁ ପଇସାପତ୍ର ନ ଥିଲେ ବି କେତେଜଣ କ୍ରୀଡ଼ାବିତ୍‌ ଓ କୋଚ ମଳୟଙ୍କ ସହାୟତାରେ ନିଜର ଅଭ୍ୟାସ ଜାରି ରଖିଛନ୍ତି।
୨୦୧୮ରେ ରାଜସ୍ଥାନର ଆଜମେରଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଆନ୍ତର୍ଜାତିକ ଖୋ ଖୋ ମ୍ୟାଚ୍‌ରେ ଜାତୀୟ ଦଳରେ ସାମିଲ ହୋଇ ସଫଳତାର ସହ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୨୦୧୯ରେ ନେପାଳଠାରେ ଆୟୋଜିତ ସାଉଥ ଏସିଆନ ଖୋ ଖୋ ଟୁର୍ନାମେଣ୍ଟରେ ସତ୍ୟଜିତ ଜାତୀୟ ଦଳକୁ ପ୍ରତିନିଧିତ୍ୱ ସହ ଗୋଲ୍ଡ ମେଡାଲ ପାଇଥିଲେ। ତାଙ୍କର ଏହି ସଫଳତାରେ ବାଲେଶ୍ୱର ଜିଲା ପ୍ରଶାସନ ୨୦୨୦ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଖଣ୍ଡିଏ ଗାମୁଛା ଓ ମାନପତ୍ର ସହ ସମ୍ମାନିତ କରି ନିଜର ଦାୟିତ୍ୱ ଶେଷ କରିଦେଇଛି। ଇତିମଧ୍ୟରେ ପ୍ରାୟ ଦେଢ଼ ବର୍ଷର କରୋନା କାଳରେ ଏହି ସଫଳ କ୍ରୀଡ଼ାବିତ୍‌ଙ୍କ ଅବସ୍ଥା ବୁଝିବାକୁ କାହାରି ପାଖରେ ସମୟ ନ ଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ କୋଚ ମଳୟ ରଞ୍ଜନ ବେହେରା କହନ୍ତି, ଜାତୀୟ ଖୋ ଖୋ ଟିମ୍‌ରେ ଓଡ଼ିଶାରୁ ବିଶେଷ କରି ବାଲେଶ୍ୱରର ଏକାଧିକ ଖେଳାଳି ସାମିଲ ହୋଇଛନ୍ତି। ଏବେ ଏହି ଖେଳକୁ ଏସିଆଡ଼ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ଉପଯୁକ୍ତ ପ୍ରୋତ୍ସାହନ ଦିଆଯାଇପାରିଲେ ଜିଲାର ବହୁ କ୍ରୀଡ଼ା ପ୍ରତିଭା ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରିପାରିବେ।
ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା କହନ୍ତି, ଜିଲା ପ୍ରଶାସନ ପକ୍ଷରୁ ସତ୍ୟଜିତଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କାର ଆର୍ଥତ୍କ ସହାୟତା ଦିଆଯାଇଛି। ଜିଲାରେ ଖୋ ଖୋ ଖେଳାଳିଙ୍କ ପାଇଁ ଏକ ହଷ୍ଟେଲ ବ୍ୟବସ୍ଥା ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଚିଠି ଲେଖାଯାଇଛି। ସେଠାରୁ ଏ ସମ୍ପର୍କିିତ ଉତ୍ତର ଆସିଲେ ସରକାରଙ୍କ ନିୟମ ଅନୁଯାୟୀ ଖେଳାଳିଙ୍କୁ ଥଇଥାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri