ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ନୂଆ ନୂଆ ଘୋଷଣା କରିଚାଲିଛନ୍ତି। ସମ୍ପ୍ରତି ରାଜ୍ୟରେ ୬୯୩କୋଟି ଟଙ୍କା ଖର୍ଚ୍ଚରେ ୮୯ଟି ବହୁମୁଖୀ ଇନଡ଼ୋର ଷ୍ଟାଡିୟମ ନିର୍ମାଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଥିବା ସମ୍ଭାବନାକୁ ସଫଳତାରେ ରୂପାନ୍ତରିତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ମାତ୍ର ଆନ୍ତଜାର୍ତିକ ଟୁର୍ନାମେଣ୍ଟରେ ସଫଳ ହୋଇଥିବା ଖେଳାଳି ପ୍ରୋତ୍ସାହନରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ କାଳ କାଟୁଥିବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଏପରି ଜଣେ ଖେଳାଳି ହେଉଛନ୍ତି ସତ୍ୟଜିତ ସିଂ।

ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର ସତ୍ୟଜିତ ବାପାଙ୍କ ମୃତ୍ୟୁ ପରେ ୨ୟ ଶ୍ରେଣୀରୁ ବାଲେଶ୍ୱରର ବାଳାଶ୍ରମରେ ରହି ପାଠ ପଢ଼ିଥିଲେ। ପାଠପଢା ସମୟରୁ ତାଙ୍କର ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। ବିଦ୍ୟାଳୟସ୍ତରରେ ସଫଳ କ୍ରୀଡ଼ାବିତ୍‌ ଭାବେ ଉଭା ହୋଇଥିବା ସତ୍ୟଜିତ ସ୍ଥାନୀୟ କୋଚ୍‌ ମଳୟ ରଞ୍ଜନ ବେହେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଖୋ ଖୋ ଖେଳିବା ଆରମ୍ଭ କରିଥିଲେ। ତାଙ୍କଠାରୁ ପ୍ରଶିକ୍ଷଣ ନେଇ ସେ ଜୁନିୟର ବିଭାଗରେ ରାଜ୍ୟସ୍ତରୀୟ ଖେଳାଳି ହୋଇପାରିଥିଲେ। ତେବେ ୧୦ମ ଶ୍ରେଣୀ ପାସ୍‌ କରିବା ପରେ ତାଙ୍କୁ ବାଳାଶ୍ରମ ଛାଡ଼ିବାକୁ ପଡ଼ିଥିଲା। ବାଲେଶ୍ୱରର କୌଣସି ସ୍ଥାନରେ ରହିବା ପାଇଁ ସ୍ଥାନ ନ ଥିବାରୁ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ ତାଙ୍କ ଅରଡ଼ବଜାରରେ ଥିବା ଏକ ଚାଳ ଘରେ ସତ୍ୟଜିତଙ୍କ ରହିବା ବ୍ୟବସ୍ଥା କରିଥିଲେ। ସେହି ଚାଳଘରେ ରହି କଲେଜ ପାଠ ସହିତ ସେ କ୍ରୀଡ଼ା ପ୍ରଶିକ୍ଷଣ ଜାରି ରଖିଛନ୍ତି। ପୈତୃକ ଗ୍ରାମରେ ରୋଗିଣା ବଡ଼ଭାଇ ଓ ମା’ଙ୍କ ଉପରୁ ବୋଝ କମାଇବାକୁ ସେ ସାନ ଭାଇଙ୍କୁ ମଧ୍ୟ ନିଜ ପାଖରେ ଆଣି ରଖୁଛନ୍ତି। ଚଳିବାକୁ ପଇସାପତ୍ର ନ ଥିଲେ ବି କେତେଜଣ କ୍ରୀଡ଼ାବିତ୍‌ ଓ କୋଚ ମଳୟଙ୍କ ସହାୟତାରେ ନିଜର ଅଭ୍ୟାସ ଜାରି ରଖିଛନ୍ତି।
୨୦୧୮ରେ ରାଜସ୍ଥାନର ଆଜମେରଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଆନ୍ତର୍ଜାତିକ ଖୋ ଖୋ ମ୍ୟାଚ୍‌ରେ ଜାତୀୟ ଦଳରେ ସାମିଲ ହୋଇ ସଫଳତାର ସହ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୨୦୧୯ରେ ନେପାଳଠାରେ ଆୟୋଜିତ ସାଉଥ ଏସିଆନ ଖୋ ଖୋ ଟୁର୍ନାମେଣ୍ଟରେ ସତ୍ୟଜିତ ଜାତୀୟ ଦଳକୁ ପ୍ରତିନିଧିତ୍ୱ ସହ ଗୋଲ୍ଡ ମେଡାଲ ପାଇଥିଲେ। ତାଙ୍କର ଏହି ସଫଳତାରେ ବାଲେଶ୍ୱର ଜିଲା ପ୍ରଶାସନ ୨୦୨୦ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଖଣ୍ଡିଏ ଗାମୁଛା ଓ ମାନପତ୍ର ସହ ସମ୍ମାନିତ କରି ନିଜର ଦାୟିତ୍ୱ ଶେଷ କରିଦେଇଛି। ଇତିମଧ୍ୟରେ ପ୍ରାୟ ଦେଢ଼ ବର୍ଷର କରୋନା କାଳରେ ଏହି ସଫଳ କ୍ରୀଡ଼ାବିତ୍‌ଙ୍କ ଅବସ୍ଥା ବୁଝିବାକୁ କାହାରି ପାଖରେ ସମୟ ନ ଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ କୋଚ ମଳୟ ରଞ୍ଜନ ବେହେରା କହନ୍ତି, ଜାତୀୟ ଖୋ ଖୋ ଟିମ୍‌ରେ ଓଡ଼ିଶାରୁ ବିଶେଷ କରି ବାଲେଶ୍ୱରର ଏକାଧିକ ଖେଳାଳି ସାମିଲ ହୋଇଛନ୍ତି। ଏବେ ଏହି ଖେଳକୁ ଏସିଆଡ଼ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ଉପଯୁକ୍ତ ପ୍ରୋତ୍ସାହନ ଦିଆଯାଇପାରିଲେ ଜିଲାର ବହୁ କ୍ରୀଡ଼ା ପ୍ରତିଭା ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରିପାରିବେ।
ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା କହନ୍ତି, ଜିଲା ପ୍ରଶାସନ ପକ୍ଷରୁ ସତ୍ୟଜିତଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କାର ଆର୍ଥତ୍କ ସହାୟତା ଦିଆଯାଇଛି। ଜିଲାରେ ଖୋ ଖୋ ଖେଳାଳିଙ୍କ ପାଇଁ ଏକ ହଷ୍ଟେଲ ବ୍ୟବସ୍ଥା ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଚିଠି ଲେଖାଯାଇଛି। ସେଠାରୁ ଏ ସମ୍ପର୍କିିତ ଉତ୍ତର ଆସିଲେ ସରକାରଙ୍କ ନିୟମ ଅନୁଯାୟୀ ଖେଳାଳିଙ୍କୁ ଥଇଥାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଧର୍ମଶାଳାରେ ଚାଞ୍ଚଲ୍ୟ, କେଲୁଅ ନଦୀରେ ଭାସୁଛି ମୃତଦେହ

ଧର୍ମଶାଳା,୩୦ା୮(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ବାସୁଦେବପୁର ଶନି ମନ୍ଦିର ନିକଟ କେଲୁଅ ନଦୀରେ ଏକ ଅଜଣା ଶବ ଭାସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri