ଅଧ୍ୟକ୍ଷ ପଦ ପାଇଁ ଜୋରଦାର କସରତ

ଜଗତ୍‌ସିଂହପୁର ଅଫିସ, ୧୨ା୩: ଆଗାମୀ ପୌର ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ଚାଲିଛି। ଏଥିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ, ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ଆସନ୍ତା ୧୪ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ହାତଗଣତି କେତୋଟି ୱାର୍ଡରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ ହେଉଥିଲେ ସୁଦ୍ଧା ଅବଶିଷ୍ଟ ଚୂଡାନ୍ତ ହେବା ସମ୍ଭାବନା ରହିଛି। ଏହା ଭିତରେ ବିଭିନ୍ନ ୱାର୍ଡରେ ପ୍ରାର୍ଥୀମାନେ ଡୋର କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି। ବିଶେଷକରି ଅଧ୍ୟକ୍ଷା ପଦ ହାତେଇବାକୁ ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ୨୦୧୩ ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେଇ ହୋଇଥିଲା। ଶେଷରେ ପରିଷଦ କଂଗ୍ରେସ ଦଖଲକୁ ଯାଇଥିଲା। ଭାଜପା ସ୍ଥିତି ଅତି ଦୁର୍ବଳ ଥିଲା। ଏଥର ମଧ୍ୟ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ସମୀକ୍ଷକମାନଙ୍କ ଯୁକ୍ତି ହେଲା ଯେହେତୁ ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ଥିଲା ତେଣୁ ପାରିଷଦମାନଙ୍କ ନିଷ୍ପତ୍ତି ଚୂଡାନ୍ତ ହେଉଥିଲା। ଏହି ଆଧାରରେ ଅଧିକାଂଶ କଂଗ୍ରେସ ପାରିଷଦ ପୌରାଧ୍ୟକ୍ଷ ବାଛିଥିଲେ। ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି। ଅର୍ଥାତ୍‌ ପୌରାଞ୍ଚଳର ଭୋଟରମାନେ ଅଧ୍ୟକ୍ଷା ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ ଦେଇ ଜିତାଇବେ। ସେ ଦୃଷ୍ଟିରୁ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ଆପଣାଯାଉଛି। ବଡ କଥା ହେଲା ଗତ ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଅଙ୍କ କଷୁଛି। କାରଣ ଏହି ନିର୍ବାଚନରେ ବିଜେଡିଠାରୁ କଂଗ୍ରେସ ସପକ୍ଷରେ ଅଧିକ ୧ ହଜାର ଭୋଟ ଯାଇଥିଲା। ନିକଟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ବିଜେଡିକୁ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରୁ ଆଶାଜନକ ସଫଳତା ମିଳିପାରିନାହିଁ। କାରଣ ପାଖାପାଖି ଅଧା ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀମାନେ ଜିତିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଜଗତ୍‌ସିଂହପୁର ପୌରାଞ୍ଚଳରୁ କଂଗ୍ରେସ ସପକ୍ଷରେ ଆଶାଜନକ ଭୋଟ ଯାଇଥିଲା। ଅନ୍ୟପକ୍ଷେ ଗତଥର ଭାଜପା ପକ୍ଷରୁ ୧୨ଟି ୱାର୍ଡରେ ପ୍ରାର୍ଥୀ ଦିଆଯିବା ସମ୍ଭବ ହୋଇପାରି ନ ଥିଲା। ଏଥର କିନ୍ତୁ ଭାଜପା ସଙ୍ଗଠନରେ ଉନ୍ନତି ପରିଲକ୍ଷିତ ହୋଇଛି। ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇଛି। ଭାଜପା ସପକ୍ଷରେ ଯେଉଁ ଭୋଟ ଯିବ ତାହା ନିଶ୍ଚୟ ଗୁରୁତ୍ୱ ବହନ କରିବ। ତେଣୁ ପୌରାଧ୍ୟକ୍ଷ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବା ଆଶା କରାଯାଉଥିବା କୁହାଯାଉଛି।
ଜଗତ୍‌ସିଂହପୁର ପୌର ପରିଷଦ କହିଲେ, ୨୧ଟି ୱାର୍ଡକୁ ନେଇ ଗଠିତ। ଗତ ନିର୍ବାଚନ ସମୟରେ ଭୋଟର ସଂଖ୍ୟା ୨୩,୪୮୫ ଥିବାବେଳେ ୧୮,୯୩୬ ଜଣ ଅର୍ଥାତ୍‌ ୮୦.୬୩% ମତଦାନ କରିଥିଲେ। ଏଥର ୨,୦୩୨ ଭୋଟର ବଢିଛନ୍ତି। ଅର୍ଥାତ୍‌ ମୋଟ ଭୋଟର ଅଛନ୍ତି ୨୫,୫୧୭ ଜଣ। ସେମାନଙ୍କ ମଧ୍ୟରୁ ମହିଳା ୧୨,୪୭୪ ଓ ପୁରୁଷ ଭୋଟର ହେଉଛନ୍ତି ୧୩,୦୪୩ ଜଣ। ଏଥର ଅଧ୍ୟକ୍ଷ ପଦବୀଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କଂଗ୍ରେସରୁ ଅର୍ଚ୍ଚନା ସିଂହ, ବିଜେଡି ରାଜଶ୍ରୀ ମହାପାତ୍ର, ଭାଜପା ଶ୍ରୀମତୀ ପଙ୍କଜିନୀ ଓ ବହୁଜନ ସମାଜବାଦୀ ପାର୍ଟିରୁ ଝିଲିନା ଦାସ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ୨୦୧୩ ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଜଣାଯାଏ, କଂଗ୍ରେସ ଦଖଲକୁ ସର୍ବାଧିକ ୧୨ଟି ୱାର୍ଡ ଯାଇଥିଲା। ସେଗୁଡିକ ହେଲା ୨, ୪, ୫, ୭, ୯, ୧୦, ୧୨, ୧୪, ୧୫, ୧୬ ଓ ୧୭, ୧୯ ନଂ. ୱାର୍ଡ। ବିଜେଡି ସପକ୍ଷରେ ୱାର୍ଡ ସଂଖ୍ୟା ୧, ୩, ୬, ୮, ୧୧, ୧୩, ୧୮, ୨୦ ଓ ୨୧କୁ ମିଶାଇ ମୋଟ ୯ଟି ଥିଲା। କଂଗ୍ରେସ ସପକ୍ଷରେ ପୌରାଞ୍ଚଳର ୯,୮୫୦ ଭୋଟର ଭୋଟ ଦେଇଥିଲେ। ବିଜେଡିକୁ ୮,୮୭୫ ଓ ଭାଜପା ସପକ୍ଷରେ ମାତ୍ର ୧୪୦ ଖଣ୍ଡ ଭୋଟ ଯାଇଥିଲା। ଏହି ଅଙ୍କ ଦେଖିଲେ ଜଣାଯାଏ ବିଜେଡିଠାରୁ କଂଗ୍ରେସ ସପକ୍ଷରେ ପାଖାପାଖି ୧ ହଜାର ଅଧିକ ଭୋଟ ଯାଇଥିଲା। ସେତେବେଳେ ଭାଜପା କେବଳ ୨, ୫, ୭, ୯, ୧୦, ୧୨, ୧୩, ୧୪ ଓ ୨୦ ନଂ. ୱାର୍ଡରେ ପ୍ରାର୍ଥୀ ଦେଇଥିଲା। ଏଥର ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିବାରୁ ଏହି ଦଳ ସପକ୍ଷରେ ଯିବାକୁ ଥିବା ଭୋଟ କେଉଁ ଦଳକୁ ଅଧିକ କ୍ଷତିରେ ପହଞ୍ଚାଇବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri