କଡ଼କଡ଼ିଆ ଜଙ୍କଫୁଡ୍‌ ଓ ଚିଲିକା ପକ୍ଷୀ

ଶୁଭନାରାୟଣ ଶତପଥୀ

 

ଚିଲିକା ହେଉଛି ସର୍ବବୃହତ ମୁକ୍ତ ପକ୍ଷୀ ଚିଡ଼ିଆଖାନା। ଆଉ ପକ୍ଷୀ ଦର୍ଶନାଭିଳାଷୀଙ୍କ ସ୍ବର୍ଗ।  ଚିଲିକାର ଅବସ୍ଥିତି ଓଡ଼ିଶାରେ ହୋଇଥିବାରୁ ଏହା ଆମ ପାଇଁ ଗର୍ବ ଓ ସୁଯୋଗ। ଏହା କେବଳ ଚିଲିକାର ପରିବେଶ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସହାୟକ ହୁଏ ତାହା ନୁହେଁ ବରଂ ପର୍ଯ୍ୟଟନ, ରୋଜଗାର ବିକାଶର ପ୍ରକ୍ରିୟା ବୋଲି କୁହାଯାଇପାରେ। ଧଳା ସମୁଦ୍ର ଚିଲ, ଗ୍ରିଲାରା ଗିଜ୍‌, ବାଇଗଣୀ ମୁରହେନ୍‌, ଉତ୍ତର ପେଣ୍ଟେଲ, ରାଜହଂସ ଜାକାନା ଇତ୍ୟାଦି ବିଦେଶାଗତ ପକ୍ଷୀଙ୍କ ସମେତ ମୋଟ ୨୨୫ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥାନ୍ତି ବିଚରଣ କରିବାକୁ। ବିଶେଷକରି ଶୀତ ଋତୁରେ ଏମାନଙ୍କର ଅଧିକ ମାତ୍ରାରେ ସାମାଗମ ହୋଇଥାଏ। ଏହି ସମୟରେ ପର୍ଯ୍ୟଟକଙ୍କ ଭିଡ ବଢିଥାଏ। ପର୍ଯ୍ୟଟକମାନେ ଚିଲିକାର ନଳବଣଠାରୁ ମୁହାଣ ତଥା କାଳିଜାଈ ଆଦି ସ୍ଥାନ ଭ୍ରମଣ କରି ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି।
ବିଗତ ବର୍ଷ ଶୀତଋତୁ ସମୟର ଭ୍ରମଣ ସଂକ୍ରାନ୍ତୀୟ ଏକ ଘଟଣା। ସାଙ୍ଗମାନଙ୍କ ସହ ସୋମନାଥବାବୁ କାଳିଜାଈ ଦର୍ଶନରେ ଯାଇଥିଲେ। ଚିଲିକାରେ ନୌବିହାର କରି ସେଠାରେ ପହଞ୍ଚିଲେ। ବୁଲାବୁଲି ସାରି ଫେରିବା ସମୟରେ ସେଠାକାର ଜଣେ ଦୋକାନୀ ସୋମନାଥବାବୁଙ୍କୁ ପଚାରିଲେ- ବାବୁ, ଚିଲିକାକୁ ଆସିଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କୁ ନିକଟରୁ ଦେଖିଛନ୍ତି କି ଆପଣ? ସୋମନାଥବାବୁ ଉତ୍ତରରେ ନା କହିଲେ। ଦୋକାନୀ ଜଣକ କହିଲେ ହଉ, ମୁଁ ଆପଣଙ୍କୁ ଗୋଟିଏ ସୂତ୍ର ବତେଇବି। ତାକୁ ମାନିଲେ ଆପଣଙ୍କ ଏତେ ବାଟର ଯାତ୍ରା ଖର୍ଚ୍ଚ ଉଠିଯିବ ଓ ଯାତ୍ରାର ଶ୍ରମ ସାର୍ଥକ ହେବ। ଏକଥା ସୋମନାଥବାବୁ ଓ ତାଙ୍କ ସାଙ୍ଗମାନେ ଉତ୍ସାହର ସହ ଶୁଣୁଥିଲେ। କୁରକୁରେ, ପଟାଟୋ ଚିପ୍‌ସ ଭଳି ଦୁଇଟି କଡକଡିଆ ଜଙ୍କଫୁଡର ପ୍ୟାକେଟ ସୋମନାଥବାବୁଙ୍କ ହାତକୁ ବଢାଇ ଦେଇ ଦୋକାନୀ ଜଣକ କହିଲେ, ଆପଣ ଡଙ୍ଗାରେ ଘରକୁ ଫେରିବା ସମୟରେ ଏଗୁଡିକୁ ପାଣିକୁ ପକାଇଦେବେ, ଦେଖିବେ ବିଭିନ୍ନ ରଙ୍ଗବେରଙ୍ଗର ପକ୍ଷୀମାନେ ଆପଣାଛାଏଁ ଆପଣଙ୍କ ଚାରିପାଖକୁ ଚାଲି ଆସିବେ। ଆଉ ଆପଣ ଏ ଦୃଶ୍ୟ ମନଭରି ଉପଭୋଗ କରିବେ। ଏକଥା ଶୁଣି ସୋମନାଥବାବୁଙ୍କ ସାଙ୍ଗମାନେ କୋଡିଏଟି ପ୍ୟାକେଟ କଡକଡିଆ ଜଙ୍କ ଫୁଡ କିଣିଲେ। ସୋମନାଥବାବୁ ଭାବୁଥାନ୍ତି ଏହା କ’ଣ ଦୋକାନୀର ବ୍ୟବସାୟ ଭିତ୍ତିକ ଯୋଜନା ନା ଆଉ କିଛି। ତେବେ ସମସ୍ତେ ଡଙ୍ଗାରେ ବସିବା ପରେ ଡଙ୍ଗା ଛାଡିଲା। ଦୋକାନୀର କଥା ଅନୁସାରେ ସୋମନାଥବାବୁଙ୍କ ସାଙ୍ଗମାନେ ପ୍ୟାକେଟ ଖୋଲିବା ମାତ୍ରେ ଦଳଦଳ ପକ୍ଷୀ ସେମାନଙ୍କ ଆଡକୁ ମାଡିଆସିଲେ ଓ ଚାରିପାଖରେ ଘୂରିବାକୁ ଲାଗିଲେ। ଏଥିରୁ ସୋମନାଥବାବୁ ଜାଣିପାରିଲେ ଯେ ବୋଧହୁଏ, ପକ୍ଷୀମାନେ ଜଙ୍କଫୁଡ ଖାଇବା ଅଭ୍ୟାସରେ ପଡିଗଲେଣି। ଯେମିତି ପ୍ୟାକେଟରୁ ବାହାର କରି କଡକଡିଆ ଜଙ୍କଫୁଡକୁ ପାଣିରେ ପକାଇଛନ୍ତି, ଖପଖାପ କରି ପକ୍ଷୀମାନେ ତାଙ୍କ ଥଣ୍ଟରେ ସେଗୁଡିକୁ ନେଇ ଉଡିଯାଉଥାନ୍ତି। ପରବର୍ତ୍ତୀ ସମୟରେ ସୋମନାଥବାବୁଙ୍କ ମନରେ ଏ ଦୃଶ୍ୟ ଗଭୀର ରେଖାପାତ କଲା। ଆରେ ଇଏତ ସମ୍ପୂର୍ଣ୍ଣ ଭୁଲ୍‌ କାମ। ତେବେ ଏହି କାର୍ଯ୍ୟ କିଏ ଆରମ୍ଭ କରିଛି ଯେ ଏହା ଆମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଲାଣି। ଏହି କଥା ସୋମନାଥବାବୁଙ୍କ ପରି ପ୍ରକୃତିପ୍ରେମୀଙ୍କୁ ପ୍ରଭାବିତ କରିବା ଏକ ସ୍ବାଭାବିକ କଥା। କାରଣ ନିଜର ଖୁସି ଓ ଯାତ୍ରାକୁ ଉପଭୋଗ କରିବାକୁ ଯାଇ ନିରୀହ ପକ୍ଷୀଙ୍କୁ କଡକଡିଆ ଜଙ୍କଫୁଡର ମାୟାଜାଲରେ ପକାଉଥିବା ମାଧ୍ୟମ ହେଉଛନ୍ତି ଆମପରି ମଣିଷମାନେ। ଯେଉଁଠି ସଚେତନଶୀଳ ବ୍ୟକ୍ତି ଭାବରେ ନିଜକୁ ଓ ଶିଶୁମାନଙ୍କୁ ଏପରି ଖାଦ୍ୟଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଉଛେ, ସେଠି ଏହି ନିରୀହ ପକ୍ଷୀଙ୍କ ପ୍ରତି କେମିତି କ୍ରୂର ଆଚରଣ ପ୍ରଦର୍ଶନ କରୁଛେ କେମିତି ? ଏଠାରେ କୁହାଯାଇପାରେ ଯେ, ଦୋକାନୀଟି ନିଜର ବ୍ୟବସାୟିକ ଫାଇଦା ପାଇଁ ଓ ପର୍ଯ୍ୟଟକମାନେ ଏ ଦୃଶ୍ୟକୁ ଉପଭୋଗ କରିବା ଲାଗି ପକ୍ଷୀଙ୍କ ସ୍ବାର୍ଥକୁ ବଳି ପକାଉଛନ୍ତି। ତେଣୁ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନୀୟ ବ୍ୟବସାୟୀ, ପର୍ଯ୍ୟଟକ ସମସ୍ତେ ଯତ୍ନବାନ ହେବା ଉଚିତ। ତଥାପି ମନରେ ପ୍ରଶ୍ନ ଉଠେ, କଡକଡିଆ ଜଙ୍କଫୁଡର ବ୍ୟବହାର କରି କେହି କେହି ପକ୍ଷୀଙ୍କୁ ଶିକାର କରୁନାହାନ୍ତି ତ ? ତାହା କିଏ ନିଶ୍ଚିତ କରିବ? ପର୍ଯ୍ୟଟକଙ୍କ ସହ ଯାଇଥିବା ଶିଶୁମାନଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ? ଏହି ଖାଦ୍ୟ କ’ଣ ପକ୍ଷୀମାନଙ୍କ ସ୍ବାସ୍ଥ୍ୟ ଅନୁକୂଳ ନା ଖାଦ୍ୟ ଦେବା ପ୍ରକ୍ରିୟାର ଏକ ଉଚିତ ମାର୍ଗ? ଏହି ପ୍ରକ୍ରିୟା ଦୀର୍ଘଦିନ ଅବ୍ୟାହତ ରହିଲେ ପକ୍ଷୀବଂଶ ନାଶ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
ଏମିତିକା ଘଟଣା ପୂର୍ବରୁ ମୁମ୍ବାଇରେ ଘଟିଥିବାର ପ୍ରସାରିତ ହୋଇଥିଲା। ଏହି କାର୍ଯ୍ୟକୁ ବାରଣ କରିଥିଲା ସେଠାକାର ପରିବେଶ ବିଭାଗ। ହୋଇପାରେ ଏ କାର୍ଯ୍ୟ ପର୍ଯ୍ୟଟକଙ୍କ ଅଜ୍ଞତା, ଅସଚେତନତା, ମନୋରଞ୍ଜନ କିମ୍ବା ପକ୍ଷୀ ଶିକାର ଉଦ୍ଦେଶ୍ୟରେ, କିନ୍ତୁ କ୍ଷତି ତ ପରିବେଶର ହେଉଛି ନା। ଯେଉଁଠି ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ସ୍ଥାନୀୟ ଜନସାଧାରଣ, ପରିବେଶବିତ୍‌, ପର୍ଯ୍ୟଟକ, ସରକାରଙ୍କର। ବିଦେଶାଗତ ପକ୍ଷୀ ବିଶେଷଜ୍ଞ ଡ. ରିନା ଜେବ୍‌ଙ୍କ ମତ ଓ ଅଧ୍ୟୟନରୁ ଜଣାଯାଏ ଯେ, ପକ୍ଷୀମାନେ ଜଙ୍କଫୁଡ ଖାଇବା ଦ୍ୱାରା ମଣିଷଙ୍କ ଭଳି ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରିଥାନ୍ତି। ଯେପରି କି ଲିଭର, ପାଚନକ୍ରିୟା, ପ୍ରଜନନ ଜନିତ ସମସ୍ୟା ଇତ୍ୟାଦି। ଏଣୁ ଏ କାଯର୍‌ୟକୁ ବେଳ ହୁଁ ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ଏହା ପକ୍ଷୀବଂଶଙ୍କ ପାଇଁ କାଳ ହେବାର ସମ୍ଭାବନା ସୃଷ୍ଟି କରିବ। ଆମେ ଜାଣୁ ଯେ, ଆକର୍ଷଣୀୟ ଜଙ୍କଫୁଡଗୁଡିକରେ ଅତ୍ୟଧିକ ଲୁଣ, ଟ୍ରାନ୍‌ସ ଫ୍ୟାଟ, ତେଲ, କମ୍‌ ପୁଷ୍ଟିଯୁକ୍ତ ତଥା ସ୍ବାସ୍ଥ୍ୟ ହାନିକାରକ ଉପାଦାନ ଥାଏ। ଏହାକୁ ଅତ୍ୟଧିକ ଖାଇବା ଯୋଗୁ ହୃଦ୍‌ରୋଗ, ରକ୍ତଚାପ, ଅବସାଦ, ଓଜନବୃଦ୍ଧି ଭଳି ବେମାରି ସୃଷ୍ଟି ହୋଇଥାଏ। ଏସବୁ ନକାରାତ୍ମକ ଦିଗକୁ ଲକ୍ଷ୍ୟ କରି ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୋଇଥିବା ବ୍ୟକ୍ତିମାନେ ନିଜର ଶିଶୁମାନଙ୍କୁ ଏହି ଖାଦ୍ୟଠାରୁ ଦୂରେଇ ରଖୁଛନ୍ତି। ଏଣୁ ସଚେତନଶୀଳ ହୋଇ ପକ୍ଷୀଙ୍କ ଆଖିରେ ନିଜ ଶିଶୁଙ୍କ ଆଖି ଦେଖିପାରୁଥିବା ବ୍ୟକ୍ତି ଉଭୟ ପକ୍ଷୀ ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିପାରିବ। ଏବେ କରୋନା ଭୂତାଣୁ ସଂକ୍ରମଣଯୁକ୍ତ ମହାମାରୀର ଅନଲକ ପ୍ରକ୍ରିୟାରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଲାଗିଲାଣି। ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବଢିବ। ତେବେ ପକ୍ଷୀ ସୁରକ୍ଷା ନିମନ୍ତେ ଆଇନଗତ କଟକଣା ଓ ସଚେତନତାକୁ ବୃଦ୍ଧି କରିବାକୁ ହେବ। ନଚେତ ଏ ସମାଜରେ ପକ୍ଷୀ ଓ ଶିଶୁ ଉଭୟ ବିପଥଗାମୀ ହେବାର କାରଣ ପାଇଁ ଆମେମାନେ ଦାୟୀ ରହିବା। ଚିଲିକା ଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହ୍ରଦ ଆଉ ସୁରକ୍ଷିତପୂର୍ଣ୍ଣ ମୁକ୍ତ ବିହଙ୍ଗ ଆଶ୍ରୟସ୍ଥଳୀ ହୋଇ ରହିପାରିବ ନାହିଁ। ବେଳ ହୁଁ ପଦକ୍ଷେପ ନ ନେଲେ ମୁକ୍ତବିହଙ୍ଗ ପୂର୍ଣ୍ଣ ଚିଲିକା ଓ ସମାଜର ସୁସ୍ଥ ଭବିଷ୍ୟତ ଉଭୟଙ୍କର ପତନ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri