କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ପୁରୀ ଅଫିସ/ଖୋର୍ଦ୍ଧା ଅଫିସ/ ନିରାକାରପୁର/ ନିମାପଡ଼ା/ଗୋପ/ କୋଣାର୍କ/ଡେଲାଙ୍ଗ/ପିପିଲି,
୨୭।୧୧(ଡି.ଏନ୍‌.ଏ.)କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି। ଶ୍ରମିକ ସଙ୍ଗଠନଗୁଡ଼ିକର କର୍ମକର୍ତ୍ତମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଏଥିସହ ଶ୍ରମିକ ଛଟେଇ ବନ୍ଦ କରିବା, ଇପିଏଫ୍‌ ସୁଧ ବୃଦ୍ଧି, ସର୍ବନିମ୍ନ ମଜୁରି ୨୧ ହଜାର ଟଙ୍କା, ପରିବହନ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଆଦି ଦାବି କରିଥିଲେ। ଧର୍ମଘଟ ଯୋଗୁ କେତେକ ସରକାରୀ ଅନୁଷ୍ଠାନ ବନ୍ଦ ଥିଲାବେଳେ ଦୋକାନ ବଜାର ପ୍ରାୟତଃ ସ୍ବାଭାବିକ ଥିଲା। ଆନ୍ଦୋଳନରେ ଶ୍ର୍ରମିକ ଜଗନ୍ନାଥ ଦେଓ, ବ୍ରଜବନ୍ଧୁ ପ୍ରଧାନ, ଶରତ କୁମାର ରାୟଗୁରୁ, ଶ୍ରୀକାନ୍ତ ପରିଜା, ଜ୍ଞାନ ରଞ୍ଜନ ଦାସ, ମୋହନ ନାଇଡ଼ୁ, ଗୋପାଳ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନକ୍ରମେ କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ, ସନାତନ ପାତ୍ର, ଦେବେନ୍ଦ୍ର ସାହୁ, ଜୟକୃଷ୍ଣ ପାତ୍ର, ମହେନ୍ଦ୍ର ବାରିକ, ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ନିମାପଡ଼ା, ଚାରିଛକ, ଖେଲାର ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୋପ ବ୍ଲକ ଅଙ୍ଗନବାଡ଼ି ସଂଘ ସଭାପତି ପୁଷ୍ପାଞ୍ଜଳିଙ୍କ ନେତୃତ୍ୱରେ ମନୋରଞ୍ଜନ ପରିଡ଼ା, ନିରୁପମା ତିଓ୍ବାଡ଼ି, ପ୍ରସନ୍ନ ଦାସ ପ୍ରମୁଖ ଯୋଗଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ। କୋଣାର୍କର ଅର୍କକ୍ଷେତ୍ର ମହିଳା ସଂଗଠନ, ଅଙ୍ଗନବାଡ଼ି କର୍ମୀ, ସିପିଆଇ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଥିଲା। ସିପିଆଇ ନେତା ସୁକାନ୍ତ ମହାନ୍ତି, ମହିଳା ସଂଗଠନ ସଭାପତି ମିନର୍ଭା ରାଉତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିକ୍ଷୋଭ କରିଥିଲେ। ଡେଲାଙ୍ଗରେ ସିପିଆଇ(ଏମ୍‌ଏଲ୍‌), ଏସ୍‌ୟୁସିଆଇ ଓ ଏଆଇକେକେଏମ୍‌ଏସ ପକ୍ଷରୁ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବ୍ୟାଙ୍କ ବସ ଚଳାଚଳ ବନ୍ଦ କରାଯାଇଥିଲା। ପିପିଲିରେ ମଧ୍ୟ କମ୍ୟୁନିଷ୍ଟ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା।
ଖୋର୍ଦ୍ଧା ସହରରେ ଧର୍ମଘଟର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳ ଦୋକାନବଜାର ଖୋଲା ରହିଥିଲା। ୨ଶହରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ହାତରେ ପ୍ଲାକାର୍ଡ ଧରି ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଶୋଭଯାତ୍ରାରେ ବାହାରି କୋପେରେଟିଭ୍‌ ଛକରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଶିକ୍ଷକ ନେତା କିଶୋର ଚନ୍ଦ୍ର ପରମଗୁରୁ, ସିଆଇଟିୟୁର ଅନନ୍ତ ମଙ୍ଗରାଜ, ଶୈଳେସ ବଳିଆରସିଂ, ମୀନତି ଚମ୍ପତି, ଏଆଇସିୟୁଟିସିର ଅଶୋକ ସାହୁ, ଜୟନ୍ତ ମହାନ୍ତି, କାର୍ତ୍ତିକ ଘଡ଼େଇ, ଆଇଏନ୍‌ଟିୟୁସିର ପଦ୍ମଚରଣ ରାୟ, ରଣଜିତ୍‌ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଶିଶିର ପରିଡ଼ା, ଯୁବନେତା ପ୍ଳାବନ ପଟ୍ଟନାୟକ, ରଣଜିତ୍‌ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସେହିପରି କୃଷକ ନେତା ଗିରିଶ ମହାରଣାଙ୍କ ନେତୃତ୍ୱରେ ମହିଳା, ପୁରୁଷମାନେ ହାତରେ ପ୍ଲା କାର୍ଡ ଧରି ନିରାକାରପୁର ବଜାର ପରିକ୍ରମା କରିବା ସହିତ କଲେଜ ଛକଠାରେ ନୂଆ ଜଗନ୍ନାଥ ସଡ଼କ ରାସ୍ତକୁ ଅବରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଆଇଏମ ନେତା ଚରଣ ଦଳେଇ, ନୃସିଂହ ଦଳେଇ, ବିଭୁଦତ ମହାରଣାଙ୍କ ସମେତ ଅନେକେ ସାମିଲ ହୋଇଥିଲେ। ସେହିପରି ଟାଙ୍ଗୀ ବ୍ଲକର ଟାଙ୍ଗୀ, କୁହୁଡି, କନ୍ତଳବାଇଠାରେ ଧର୍ମଘଟ ଶାନ୍ତିପୂର୍ଣ୍ଣଭାବେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri