କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ପୁରୀ ଅଫିସ/ଖୋର୍ଦ୍ଧା ଅଫିସ/ ନିରାକାରପୁର/ ନିମାପଡ଼ା/ଗୋପ/ କୋଣାର୍କ/ଡେଲାଙ୍ଗ/ପିପିଲି,
୨୭।୧୧(ଡି.ଏନ୍‌.ଏ.)କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି। ଶ୍ରମିକ ସଙ୍ଗଠନଗୁଡ଼ିକର କର୍ମକର୍ତ୍ତମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଏଥିସହ ଶ୍ରମିକ ଛଟେଇ ବନ୍ଦ କରିବା, ଇପିଏଫ୍‌ ସୁଧ ବୃଦ୍ଧି, ସର୍ବନିମ୍ନ ମଜୁରି ୨୧ ହଜାର ଟଙ୍କା, ପରିବହନ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଆଦି ଦାବି କରିଥିଲେ। ଧର୍ମଘଟ ଯୋଗୁ କେତେକ ସରକାରୀ ଅନୁଷ୍ଠାନ ବନ୍ଦ ଥିଲାବେଳେ ଦୋକାନ ବଜାର ପ୍ରାୟତଃ ସ୍ବାଭାବିକ ଥିଲା। ଆନ୍ଦୋଳନରେ ଶ୍ର୍ରମିକ ଜଗନ୍ନାଥ ଦେଓ, ବ୍ରଜବନ୍ଧୁ ପ୍ରଧାନ, ଶରତ କୁମାର ରାୟଗୁରୁ, ଶ୍ରୀକାନ୍ତ ପରିଜା, ଜ୍ଞାନ ରଞ୍ଜନ ଦାସ, ମୋହନ ନାଇଡ଼ୁ, ଗୋପାଳ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନକ୍ରମେ କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ, ସନାତନ ପାତ୍ର, ଦେବେନ୍ଦ୍ର ସାହୁ, ଜୟକୃଷ୍ଣ ପାତ୍ର, ମହେନ୍ଦ୍ର ବାରିକ, ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ନିମାପଡ଼ା, ଚାରିଛକ, ଖେଲାର ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୋପ ବ୍ଲକ ଅଙ୍ଗନବାଡ଼ି ସଂଘ ସଭାପତି ପୁଷ୍ପାଞ୍ଜଳିଙ୍କ ନେତୃତ୍ୱରେ ମନୋରଞ୍ଜନ ପରିଡ଼ା, ନିରୁପମା ତିଓ୍ବାଡ଼ି, ପ୍ରସନ୍ନ ଦାସ ପ୍ରମୁଖ ଯୋଗଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ। କୋଣାର୍କର ଅର୍କକ୍ଷେତ୍ର ମହିଳା ସଂଗଠନ, ଅଙ୍ଗନବାଡ଼ି କର୍ମୀ, ସିପିଆଇ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଥିଲା। ସିପିଆଇ ନେତା ସୁକାନ୍ତ ମହାନ୍ତି, ମହିଳା ସଂଗଠନ ସଭାପତି ମିନର୍ଭା ରାଉତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିକ୍ଷୋଭ କରିଥିଲେ। ଡେଲାଙ୍ଗରେ ସିପିଆଇ(ଏମ୍‌ଏଲ୍‌), ଏସ୍‌ୟୁସିଆଇ ଓ ଏଆଇକେକେଏମ୍‌ଏସ ପକ୍ଷରୁ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବ୍ୟାଙ୍କ ବସ ଚଳାଚଳ ବନ୍ଦ କରାଯାଇଥିଲା। ପିପିଲିରେ ମଧ୍ୟ କମ୍ୟୁନିଷ୍ଟ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା।
ଖୋର୍ଦ୍ଧା ସହରରେ ଧର୍ମଘଟର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳ ଦୋକାନବଜାର ଖୋଲା ରହିଥିଲା। ୨ଶହରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ହାତରେ ପ୍ଲାକାର୍ଡ ଧରି ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଶୋଭଯାତ୍ରାରେ ବାହାରି କୋପେରେଟିଭ୍‌ ଛକରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଶିକ୍ଷକ ନେତା କିଶୋର ଚନ୍ଦ୍ର ପରମଗୁରୁ, ସିଆଇଟିୟୁର ଅନନ୍ତ ମଙ୍ଗରାଜ, ଶୈଳେସ ବଳିଆରସିଂ, ମୀନତି ଚମ୍ପତି, ଏଆଇସିୟୁଟିସିର ଅଶୋକ ସାହୁ, ଜୟନ୍ତ ମହାନ୍ତି, କାର୍ତ୍ତିକ ଘଡ଼େଇ, ଆଇଏନ୍‌ଟିୟୁସିର ପଦ୍ମଚରଣ ରାୟ, ରଣଜିତ୍‌ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଶିଶିର ପରିଡ଼ା, ଯୁବନେତା ପ୍ଳାବନ ପଟ୍ଟନାୟକ, ରଣଜିତ୍‌ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସେହିପରି କୃଷକ ନେତା ଗିରିଶ ମହାରଣାଙ୍କ ନେତୃତ୍ୱରେ ମହିଳା, ପୁରୁଷମାନେ ହାତରେ ପ୍ଲା କାର୍ଡ ଧରି ନିରାକାରପୁର ବଜାର ପରିକ୍ରମା କରିବା ସହିତ କଲେଜ ଛକଠାରେ ନୂଆ ଜଗନ୍ନାଥ ସଡ଼କ ରାସ୍ତକୁ ଅବରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଆଇଏମ ନେତା ଚରଣ ଦଳେଇ, ନୃସିଂହ ଦଳେଇ, ବିଭୁଦତ ମହାରଣାଙ୍କ ସମେତ ଅନେକେ ସାମିଲ ହୋଇଥିଲେ। ସେହିପରି ଟାଙ୍ଗୀ ବ୍ଲକର ଟାଙ୍ଗୀ, କୁହୁଡି, କନ୍ତଳବାଇଠାରେ ଧର୍ମଘଟ ଶାନ୍ତିପୂର୍ଣ୍ଣଭାବେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri