ନାଗାବେଶରୁ ହୋଇଛି ନାଁ

ପୁରୀ ଅଫିସ, ୨୭।୧୧: ଦାରୁଦିଅଁଙ୍କ ନାଗାର୍ଜୁନ ବେଶ ଖୁବ୍‌ ଆକର୍ଷଣୀୟ ଓ ମନୋମୁଗ୍ଧକର। ଏହି ବେଶରେ ଠାକୁରମାନେ ଯାହା ବିଭୂଷିତ ହୁଅନ୍ତି ତାହାକୁ କାରିଗରମାନେ ନିଷ୍ଠା ଓ ଏକାଗ୍ରତାର ସହ ତିଆରି କରିଥାନ୍ତି। ସୋଲ, କନା, ଜରି, ବେତ ଓ କଇଁଥ ଅଠାରେ ହାଣ୍ଡିଆ, ଢେଣୁ, ନିଶଦାଢି, ଛୁରି, କଟାରୀ, ବାଘଛାଲ, ସିଙ୍ଗଡ଼ା, କଲିଫି, ଓଳମାଳ ଆଦି ତିଆରି କରିଥାନ୍ତି। ସେହିପରି ସ୍ବର୍ଣ୍ଣ ନିର୍ମିତ ଶ୍ରୀଭୁଜ, ଶ୍ରୀପୟର, ବାଘନଖିମାଳି, ହରିଡ଼ା ମାଳି ଏବଂ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ରଙ୍କ ହସ୍ତରେ ହଳ, ମୂଷଳ ଧାରଣ କରି ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରୁ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ବେଶରେ ସଜାଇଥାନ୍ତି। ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସାହାଯ୍ୟ କରିଥାନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ନାଗାର୍ଜୁନ ବେଶ କେବେଠାରୁ ଆରମ୍ଭ ହେଲା ଏବଂ ଏହାର ଇତିହାସ ସମ୍ପର୍କରେ କୌଣସି ତଥ୍ୟ ନାହିଁ। କିନ୍ତୁ ପୁରୀରେ ନାଗା ସମ୍ପ୍ରଦାୟର ଅଭ୍ୟୁଦୟ ପରେ ଏହା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। କାରଣ ଶ୍ରୀରାମାନନ୍ଦ ଆଚାର୍ଯ୍ୟ ପୁରୀରେ ପଦାର୍ପଣ କରିବା ପରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଆଖଡ଼ା ପ୍ରତିଷ୍ଠା କରିଥିଲେ। ଏହି ଆଖଡ଼ାରେ ତାଙ୍କ ସମ୍ପ୍ରଦାୟର ନାଗାମାନେ ରହୁଥିଲେ। ଇତିହାସରୁ ଜଣାଯାଏ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଇଥିଲେ। ସେଥିପାଇଁ ଭୋଇ ବଂଶର ଗଜପତି ସେମାନଙ୍କ ତିଳକକୁ ସମ୍ମାନ ସ୍ବରୂପ ଶ୍ରୀମନ୍ଦିର ଅଁଳାବେଢାରେ ସ୍ଥାନ ଦେଇଥିଲେ। ଏହାପରେ ଜାଗା ଆଖଡ଼ାରେ ନାଗା ଉପାସନା କରିଥିଲେ। ନାଗାମାନେ ପୁରୁଷ ହେଲେ ମଧ୍ୟ ପୁରୀରେ ସେମାନଙ୍କୁ ବନଦୁର୍ଗା ମନ୍ତ୍ରରେ ଉପାସନା କରାଯାଏ। ତେଣୁ ନାଗାମାନଙ୍କ ସ୍ମୃତିକୁ ସ୍ମାରକୀ ରୂପେ ରଖିବା ପାଇଁ ଗଜପତି ଶ୍ରୀମନ୍ଦିରରେ ନାଗା ବେଶ ପ୍ରଚଳନ କରାଇଥିଲେ। ଆରମ୍ଭରୁ ଏହା ନାଗା ବେଶ ନାମରେ ନାମିତ ଥିଲା। ଅର୍ଜୁନ ବୀରତ୍ୱର ପ୍ରତୀକ ହୋଇଥିବାରୁ ପରବର୍ତ୍ତୀ ସମୟରେ ଲୋକମୁଖରେ ନାଗା ଶବ୍ଦ ସହିତ ଅର୍ଜୁନ ଶବ୍ଦ ମିଶି ନାଗାର୍ଜୁନ ବେଶ ଭାବେ ଏହା ପ୍ରସିଦ୍ଧ ହୋଇଛି ବୋଲି ଡ. ମିଶ୍ର ପ୍ରକାଶ କରିଛନ୍ତି।
କେବେ ହୋଇଥିଲା ନାଗାର୍ଜୁନ ବେଶ
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ନାଗାର୍ଜୁନ ବେଶ ସଂକ୍ରାନ୍ତରେ ଠିକ୍‌ ଇତିହାସ କିମ୍ବା ପୁରାତନ କାଗଜାତ୍‌ ନାହିଁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେକର୍ଡ ରୁମ୍‌ରେ ଥିବା ପୁରାତନ ନଥିରେ କେବଳ ୧୯୬୬ ମସିହାଠାରୁ ଏହି ବେଶ ସମ୍ବନ୍ଧରେ ସୂଚନା ଉଲ୍ଲେଖ ରହିଛି। ପ୍ରାୟ ୫୪ ବର୍ଷ ପୂର୍ବେ ୧୯୬୬ ମସିହା ନଭେମ୍ବର ୨୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ କ୍ରମାଗତ ଭାବେ ୧୯୬୭ ନଭେମ୍ବର ୧୬ ମଳ ଚତୁର୍ଦ୍ଦଶୀ, ୧୯୬୮ ନଭେମ୍ବର ୩ ମଳ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଇଥିଲା। ଏହାର ୨୭ ବର୍ଷ ପରେ ଅର୍ଥାତ୍‌ ୧୯୯୩ ନଭେମ୍ବର ୨୬ ତାରିଖ ମଳ ଦ୍ୱାଦଶୀ ତିଥିରେ ନାଗାର୍ଜୁନ ବେଶ କରାଯାଇଥିଲା। ପୁନର୍ବାର ୧୯୯୪ ନଭେମ୍ବର ୧୬ ତାରିଖ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନରେ ଏହି ବୀର ବେଶରେ ଦାରୁବିଗ୍ରହ ଦର୍ଶନ ଦେଇଥିଲେ।
ଦଳାଚକଟାରେ ଯାଇଥିଲା ୩ ଜୀବନ
୧୯୯୩ରେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏଥିରେ ଦଳାଚକଟା ଯୋଗୁ ୩ଜଣଙ୍କ ଜୀବନ ଯାଇଥିଲା। ୧୯୯୪ରେ ଉଭୟ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେହିଦିନ ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନେଇ କେତେକ କଟକଣା ଜାରି କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ବେଶକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ବେଶ ପୂର୍ବଦିନ ଅର୍ଥାତ୍‌ ନଭେମ୍ବର ୧୫ ତାରିଖ ରାତି ୧୧ଟାରେ ଠାକୁରଙ୍କ ପହୁଡ଼ ନୀତି ହୋଇ ସେହି ରାତି ୨ଟାରେ ଦ୍ୱାରଫିଟା, ୨ଟା ୩୦ରେ ମଙ୍ଗଳ ଆଳତି, ୩ଟା ୫୦ରେ ଅବକାଶ ଏବଂ ୪ଟାରେ ନାଗାର୍ଜୁନ ବେଶ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ଘଟିଥିଲା। ଏହାସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ବେଶ ସମ୍ପନ୍ନ ହୋଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?