ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି।

କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବିଭିନ୍ନ ସରକାରୀ ବ୍ୟାଙ୍କ ଶାଖାରେ ସାଧାରଣ ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟ ବନ୍ଦ ରହିବା ଯୋଗୁ ଦୈନନ୍ଦିନ ବ୍ୟବସାୟିକ କାରବାର ସମେତ ଗ୍ରାହକ ସେବା ବ୍ୟାହତ ହୋଇଛି। ଦେଶବ୍ୟାପୀ ଧର୍ମଘଟର ମୁଖ୍ୟ ଦାବି ମଧ୍ୟରେ ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ ଏବଂ ଅନ୍ୟାନ୍ୟ ଦୀର୍ଘଦିନର ବକେୟା ପ୍ରସଙ୍ଗ ରହିଛି। ଶାଖା ବନ୍ଦ ରହିବାରୁ ନଗଦ ଜମା ଓ ଉଠାଣ, ଚେକ୍‌ ପ୍ରକ୍ରିୟାକରଣ, ଋଣ ସମ୍ବନ୍ଧୀୟ କାର୍ଯ୍ୟ ଓ ଅନ୍ୟାନ୍ୟ ଶାଖାଭିତ୍ତିକ ସେବା ପ୍ରଭାବିତ ହୋଇଥିଲା।

ସ୍ଥାନୀୟ ବ୍ୟବସାୟୀ, ଛୋଟ ବ୍ୟବସାୟୀ, ଠିକାଦାର ଓ ସାଧାରଣ ଗ୍ରାହକଙ୍କ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଥିଲା। ଇଉପିଆଇ, ଏଟିଏମ୍‌, ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌ ଭଳି ଡିଜିଟାଲ ସେବା ଚାଲୁଥିଲେ ମଧ୍ୟ ଅନେକ ଜରୁରୀ ଶାଖାଭିତ୍ତିକ କାର୍ଯ୍ୟ ଅଟକି ରହିଥିଲା। ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦୁଝରରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଙ୍ଗଠନର ନେତାମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ।

ବାଲେଶ୍ୱର ଜୋନ୍‌ର ସହକାରୀ ସାଧାରଣ ସମ୍ପାଦକ ତୁଷାରକାନ୍ତ ବେହେରା, ଉମାକାନ୍ତ ହାଁସଦା, ବାଲେଶ୍ୱର ଜୋନ୍‌ର ବିଶ୍ୱରଞ୍ଜନ ପୃଷ୍ଟି, ପଙ୍କଜ ଲୋଚନ ନାଏକ ଏବଂ କେନ୍ଦୁଝର ଜୋନ୍‌ର ବିବେକାନନ୍ଦ ନାଏକ ନେତୃତ୍ୱ ନେଇଥିଲେ। ସେହିପରି ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେତା ଉମେଶ ଚନ୍ଦ୍ର ବେହେରା, ବିକାଶ ଯାଦବ, ସୁଭାଷ ଦାସ ଓ ସଞ୍ଜୟ ସାହୁ ଧର୍ମଘଟକୁ ସମର୍ଥନ ଜଣାଇ ସକ୍ରିୟ ଭୂମିକା ନେଇଥିବା ବେଳେ କେନ୍ଦୁଝର ଜିଲା ଆଞ୍ଚଳିକ ସମ୍ପାଦକ ହରିହର ମହାନ୍ତ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

୨୦୨୪ରେ ହୋଇଥିବା ବୁଝାମଣା ଅନୁଯାୟୀ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ୍‌ ସପ୍ତାହ ଲାଗୁ କରିବା, ପିଏଲ୍‌ଆଇ ବ୍ୟବସ୍ଥାରେ ଥିବା ବୈଷମ୍ୟ ଦୂର କରିବା, ପେନ୍‌ସନ ସମ୍ବନ୍ଧୀୟ ଦାବି ଏବଂ ଅନ୍ୟାନ୍ୟ ଦୀର୍ଘଦିନର ଦାବିର ସମାଧାନ ପାଇଁ ଆନ୍ଦୋଳନ ଜାରି ରହିବ। ସ୍ଥାନୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଆଜିର ଧର୍ମଘଟର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଇଥିବା ବେଳେ ଆଗାମୀ ଦିନରେ ଦାବିଗୁଡ଼ିକର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଙ୍ଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?