ଚିଲିକା ତଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା

କୃଷ୍ଣପ୍ରସାଦ,୨୧ା୧୧(ଡି.ଏନ୍‌.ଏ): ଶୀତ ପଡ଼ିଲେ ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକାର ପରିବେଶ ମୁଖରିତ ହୋଇଉଠେ। ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ। ଏବେ ଶୀତର ପ୍ରଭାବ ଧିରେ ଧିରେ ବଢୁଥିବାରୁ ପକ୍ଷୀଙ୍କ ସମାଗମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପକ୍ଷୀ ଅଭୟାରଣ୍ୟରେ ଖାଦ୍ୟ ଅଭାବ ଯୋଗୁ ବିଦେଶାଗତ ପକ୍ଷୀମାନେ ଚିଲିକା ତଟଦେଶରେ ଥିବା ପାରିକୁଦ, ଗୁରୁବାଇ, ଚିଲିକା, ନୂଆପଡ଼ା, ଅଁଳାକୁଦା, ସିପିଆ, ତିଛିଣି, ଖଟିଆକୁଦି, ଖୋଳାମୁହଁ ଅଞ୍ଚଳକୁ ଚାଲିଆସୁଛନ୍ତି। ଏସବୁ ଅଞ୍ଚଳରେ ପ୍ରଚୁର ମାତ୍ରାରେ ଦଳ ଓ କଇଁଫୁଲ ଖାଇବାକୁ ମିଳୁଛି। ବିଶେଷକରି ପାରିକୁଦ ଚିଲିକାର ତଟଦେଶସ୍ଥ ପାଞ୍ଚକୁଦି, ପାଣ୍ଢା, ଚିଖିଲି, ଚିତ୍ରକୋଟ, ବନମାଳ, ସୋଲାକୁଦି, ଚଟେଇକୋଣ ଆଦି ସ୍ଥାନରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଏହି ପକ୍ଷୀମାନଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି।  ମାଂସ ପିପାସୁ ଶିକାରୀମାନଙ୍କ କବଳରୁ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବନରାମ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପାରିକୁଦ ତଟଦେଶରେ ବନପାଳ ଜିତେନ୍ଦ୍ରୀୟ କୁମାର ଜେନା, ବନରକ୍ଷୀ ଅନିଲ କୁମାର ଲେଙ୍କା, ସୁରକ୍ଷାକର୍ମୀ ସନ୍ତୋଷ ସେଠୀ, ସାଧୁ ଚରଣ ସାହୁ, ସୌମ୍ୟରଞ୍ଜନ ବିଶ୍ୱାଳ, ଲଲାଟ ସ୍ବାଇଁ, ସୁଶାନ୍ତ ସାହୁ, ଜୟନ୍ତ ଜେନା, ପ୍ରମୋଦ ବେହେରା, ଜ୍ଞାନ ସାହୁ ପ୍ରମୁଖ ଅଞ୍ଚଳ ପରିଦର୍ଶନରେ ସାମିଲ ହୋଇଛନ୍ତି। ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ନୂଆପଡ଼ା ରେଞ୍ଜର ରଞ୍ଜନ କୁମାର ଦାସଙ୍କ ତତ୍ତ୍ୱାବଧାନରେ ବନପାଳ ମୀନା କୁମାରୀ ନାୟକଙ୍କ ନେତୃତ୍ୱରେ ବନରକ୍ଷୀ ତ୍ରିଲୋଚନ ମହାରଣା ଏବଂ ଅନ୍ୟ କର୍ମଚାରୀ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେହିପରି ସାମୁଦ୍ରିକ କଇଁଛଙ୍କ ପାଇଁ ମଧ୍ୟ ବିଭାଗ ତରଫରୁ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri