କିମ୍‌ଙ୍କୁ କଡ଼ା ଜବାବ୍‌, ଆମେରିକା-ଦକ୍ଷିଣ କୋରିଆ ପରୀକ୍ଷା କଲେ ୮ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ/ସିଓଲ, ୬।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ୮ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ। ଏହାର ଜବାବରେ ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ମଧ୍ୟ ଆଠଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ସୂଚନା ଦକ୍ଷିଣ କୋରିଆର ଅଧିକାରୀଙ୍କଠାରୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ବିଭିନ୍ନ ଟାର୍ଗେଟରେ ଏହି କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷା କରାଯାଇଥିଲା। ଏହା ଦ୍ୱାରା କିମ୍‌ଙ୍କୁ କଡ଼ା ଜବାବ ମିଳିଥିବାର କୁହାଯାଉଛି।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ ଦକ୍ଷିଣ କୋରିଆ-ଆମେରିକା ଭୂପୃଷ୍ଠରୁ ଭୂପୃଷ୍ଠରେ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ମିଳିତ ପରୀକ୍ଷଣ କରିବା ସହିତ ଆକ୍ରମଣ ସମୟରେ ସଠିକ ଷ୍ଟ୍ରାଇକ କରିବାର କ୍ଷମତାର ପ୍ରଦର୍ଶନ ମଧ୍ୟ କରିଛନ୍ତି।

ଦକ୍ଷିଣ କୋରିଆ ଏକ ବିବୃତ୍ତି ଜାରି କରି କହିଛି ଯେ ’ଆମର ସୈନ୍ୟବାହିନୀ ଉତ୍ତର କୋରିଆ ଦ୍ୱାରା କରାଯାଉଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଦୃଢ଼ନିନ୍ଦା କରୁଛି। ଏଥିସହିତ ଦୁଇଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି କରୁଥିବା ତଥା ସୁରକ୍ଷା ଚିନ୍ତା ବଢ଼ାଉଥିବା ଯେ କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଉତ୍ତର କୋରିଆକୁ ଅନୁରୋଧ କରିଛି।

ରବିବାର ଉତ୍ତର କୋରିଆ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହାପୂର୍ବରୁ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ କହିଥିଲେ ଯେ ତାଙ୍କ ଦେଶ ପରମାଣୁ କ୍ଷମତାକୁ ବୃଦ୍ଧି କରିବ।

୧୦ ବର୍ଷରୁ ଅଧିକ କ୍ଷମତାରେ ଥିବା ବେଳେ ଉତ୍ତର କୋରିଆ ନେତା କିମ ଜୋଙ୍ଗ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ସେଥିମଧ୍ୟରେ ଯେପରିକି ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ରହିଛି। ଏହା ସହିତ କିମ୍‌ ଚାରିଟି ଆଣବିକ ପରୀକ୍ଷଣ ମଧ୍ୟ କରିଛନ୍ତି। ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପିତା କିମ ଜୋଙ୍ଗ ଇଲ ୧୬ ଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିବାବେଳେ ଦୁଇଟି ପରମାଣୁ ପରୀକ୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ଶିକ୍ଷା ବିଭାଗରେ ହଇଚଇ! ୧୨ ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ, ଭିଡିଓ ଭାଇରାଲ୍‌ ପରେ…

ପାଟନା,୩।୯: ବିହାରର ବକ୍ସର ଜିଲାରୁ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା। ଡୁମରାଓ ପ୍ରଖଣ୍ଡର ଦୁଇଜଣ ଶିକ୍ଷକ ପ୍ରାୟ ୧୨ ଜଣ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ସହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri