ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍‌, ଘୋଷଣା କଲେ ସରକାର…

ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି। ଥାଇଲାଣ୍ଡରେ ଭିଡ଼ ଜମାଇଥିବା ପ୍ରେମୀଯୁଗଳ ଏବଂ ଦମ୍ପତିଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେମାନଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି॥ ଏହା ସହିତ ମୁହାଁମୁହିଁ ସ୍ଥିତି ଠାରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି। ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।

ସେହିପରି ଶାରୀରିକ ସମ୍ପର୍କ ପୂର୍ବରୁ ମଧ୍ୟ ଦମ୍ପତି ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ସଚେତନ କରିବା ଲାଗି ଏଭଳି କହିଛନ୍ତି। ସଚେତନ ନ ହେଲେ ସଂକ୍ରମଣ ପୁଣି ବଢ଼ିପାରେ ବୋଲି ସରକାର ଭୟ କରୁଛନ୍ତି।

ଥାଇଲାଣ୍ଡର ପଟ୍ଟାୟା ସହର ଏହାର ସେକ୍ସ୍‌ ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଏବଂ ବହୁ ସଂଖ୍ୟାରେ ଲୋକ ଏଠାରେ ଭାଲେଣ୍ଟାଇନ୍ସ୍‌ ଦିବସ ଅବସରରେ ପହଞ୍ଚନ୍ତି। ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ସହରରେ ଦୈନିକ ସଂକ୍ରମଣ ୮,୦୦୦ରେ ପହଞ୍ଚିଛି। ଗତ ୧୫ ଦିନ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି। ଭାଲେଣ୍ଟାଇନ୍ସ ଡେ’ରେ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସରକାର ଆଶଙ୍କା କରୁଛନ୍ତି।

ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ବିବାହ କରିବାକୁ ଏଠାକୁ ଆସନ୍ତି। ଥାଇଲାଣ୍ଡରେ ଭାଲେଣ୍ଟାଇନ୍ସ ଡେ’ରେ ବହୁ ସଂଖ୍ୟକ ଦମ୍ପତି ଏକତ୍ରିତ ହୁଅନ୍ତି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କରୋନା ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପୁଥିବା ରୋଗ ନୁହେଁ, କିନ୍ତୁ ଯଦି ଆପଣ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ପରସ୍ପର ସହିତ ଗଭୀର ଚୁମ୍ବନ ବିନିମୟ କରନ୍ତି, ତେବେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ନିଜ ସାଥୀମାନଙ୍କୁ ସଂକ୍ରମିତ ନକରିବା ପାଇଁ ଦମ୍ପତିମାନଙ୍କୁ ଆଣ୍ଟିଜେନ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ମୁହାଁମୁହିଁ ସ୍ଥିତିକୁ ଏଡ଼ାଇବାକୁ ଏବଂ ଦୀର୍ଘ ସମୟ ଚୁମ୍ବନ ନକରିବାକୁ ଏବଂ ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ଗର୍ଭନିରୋଧକ ପଦକ୍ଷେପ ମଧ୍ୟ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରେମୀଯୁଗଳଙ୍କୁ ପରାମର୍ଶ ଦେଇଛନ୍ତି। ଭାଲେଣ୍ଟାଇନ୍ସ ଦିବସକୁ ଥାଇଲାଣ୍ଡରେ ଏକ ଅତି ପବିତ୍ର ଦିନ ଭାବରେ ବିବେଚନା କରାଯାଏ ଏବଂ ଏହି ଦିନ ବିବାହ କରିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାରେ ପହଞ୍ଚନ୍ତି। ରାଜଧାନୀ ବ୍ୟାଙ୍କକର ବେଙ୍ଗ ରାକ ଜିଲା ଏହି ଅବସରରେ ‘ପ୍ରେମର ଜିଲା’ ରେ ପରିଣତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri