ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାସୁଦେବପୁର, ୧୩।୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଭାସ ଚନ୍ଦ୍ର ମହାନ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତା ଉପରେ ସେମାନଙ୍କର ଚିହ୍ନ ଲଗାଇ ଶନିବାର ଲୋକଙ୍କୁ ବାଣ୍ଟୁଥିବା ବେଳେ ରତାଙ୍ଗ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ପ୍ରାର୍ଥୀଙ୍କ ଚିହ୍ନ ଲଗାଯାଇଥିବା ଗୀତା ବହିକୁ ଜବତ କରି ଦୁଇ ଅଟକ ପ୍ରାର୍ଥୀଙ୍କୁ ଉଦ୍ଧାର କରିଛି। ଏହି ଘଟଣା ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ବିଷୟରେ ଅନୁଧ୍ୟାନ କରାଯାଉଛି ବୋଲି ବିଡିଓ ସତ୍ୟଜିତ ରାଉତ କହିଛନ୍ତି। ଦୁଇ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ପ୍ରଭାସ ଚନ୍ଦ୍ର ମହାନ୍ତି ଏହି ଘଟଣାକୁ ସ୍ବୀକାର କରିବା ସହ ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟରୁ ଦୂରେଇ ରହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri