ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାସୁଦେବପୁର, ୧୩।୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଭାସ ଚନ୍ଦ୍ର ମହାନ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତା ଉପରେ ସେମାନଙ୍କର ଚିହ୍ନ ଲଗାଇ ଶନିବାର ଲୋକଙ୍କୁ ବାଣ୍ଟୁଥିବା ବେଳେ ରତାଙ୍ଗ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ପ୍ରାର୍ଥୀଙ୍କ ଚିହ୍ନ ଲଗାଯାଇଥିବା ଗୀତା ବହିକୁ ଜବତ କରି ଦୁଇ ଅଟକ ପ୍ରାର୍ଥୀଙ୍କୁ ଉଦ୍ଧାର କରିଛି। ଏହି ଘଟଣା ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ବିଷୟରେ ଅନୁଧ୍ୟାନ କରାଯାଉଛି ବୋଲି ବିଡିଓ ସତ୍ୟଜିତ ରାଉତ କହିଛନ୍ତି। ଦୁଇ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ପ୍ରଭାସ ଚନ୍ଦ୍ର ମହାନ୍ତି ଏହି ଘଟଣାକୁ ସ୍ବୀକାର କରିବା ସହ ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟରୁ ଦୂରେଇ ରହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ...

ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ...

ଫିକା ପଡ଼ିଲା ଈଦ୍‌-ଉଲ୍‌-ଫିତର୍‌ : ଘରେ ଘରେ ପାଳିଲେ ଈଦ୍‌

ଭଦ୍ରକ ଅଫିସ, ୨୫ା୫- ଶାନ୍ତି, ମୈତ୍ରୀ ଓ ଦାନର ପର୍ବ ଈଦ ବା ଈଦ୍‌-ଉଲ୍‌-ଫିତର୍‌। ଏହି ପର୍ବ କରୋନା କଟକଣା କାରଣରୁ ଭଦ୍ରକ ସହରରେ ସୋମବାର...

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ଭଦ୍ରକ ଅଫିସ,୨୨।୪ – ବୁଧବାର ସକାଳୁ ଭଦ୍ରକ ଜିଲାରେ ଆଉ ତିନି କରୋନା ରୋଗୀ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲା କରୋନା ପିଜିଟିଭ...

ପ୍ରଚାର ମୈଦାନରେ ଜିଲାପରିଷଦ ପ୍ରାର୍ଥୀ

ଗଞ୍ଜାମ,୪।୧(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ l ଏଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତିି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ l...

ଭୋଟର ତାଲିକାରେ ନାଁ ନାହିଁ

ଆରଡ଼ି, ୧୮।୧ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ୯ ନଂ. ଓ୍ବାର୍ଡର ସଂଶୋଧିତ ଭୋଟର ତାଲିକାରୁ ୪୦ଜଣ ବ୍ୟକ୍ତିଙ୍କ ନାମ...

ଅମରପୁରରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ/ତିହିଡ଼,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୋହ୍ଲ ପଞ୍ଚାୟତ ଅମରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଗୋରୁ ଜୀବନ୍ତ...

ଆଚରଣବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଅ

ଭଦ୍ରକ ଅଫିସ, ୨୯ା୧୦: ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କୁ ଲାଞ୍ଚ ଦେବା, ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣ ବିଧି...

Advertisement
Archives

Model This Week