ନିଆଁ ଲଗାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବାରିପଦା ଅଫିସ,୧୬।୩ – ଜୈବ ମଣ୍ଡଳ ଶିମିଳିପାଳ ଓ ଆଖପାଖ ସଂରକ୍ଷିତ ଜଙ୍ଗଲକୁ ବନାଗ୍ନିରୁ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ୍ୟପ୍ରାଣୀ ସଂରକ୍ଷକ, ବନ ସୁରକ୍ଷା ସମିତି ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଆଲୋଚନା କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ.ଜଗଜୟାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟୀ ଡାଇରେକ୍ଟର(ଉତ୍ତର) ସାଇ କିରଣ ଓ (ଦକ୍ଷିଣ) ସମ୍ରାଟ ଗୌଡା, ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ, ରାଇରଙ୍ଗପୁର ଡିଏଫ୍‌ଓ ନଳୀନୀକାନ୍ତ ବେହେରା ଓ କରଞ୍ଜିଆ ଡିଏଫ୍‌ଓ ଶ୍ରୀକାନ୍ତ ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବନାଗ୍ନିକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ରହିଥିବା ବେଳେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବନସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ସହିତ ବନବିଭାଗ ସମନ୍ବୟ ରଖିପାରିଲେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ସମ୍ଭବ ହୋଇପାରିବ । ଫାୟାର ଲାଇନକୁ ସଫା କରିବା, ଦମକଳ ବାହିନୀ ଓ ବିଭାଗୀୟ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ବର୍ଷମାନଙ୍କରେ ନିଆଁ ଲାଗୁଥିବା ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇ ପରିବେଶକୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରହିଛି । ବିଭାଗ ପକ୍ଷରୁ ୨୪ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ କରାଯାଇଥିବା ବେଳେ ଡଗ୍‌ ସ୍କ୍ବାଡ୍‌ ମାଧ୍ୟମରେ ଶିକାରୀଙ୍କୁ ରୋକାଯାଇପାରିଛି। ସେହିପରି ବନ୍ୟଜନ୍ତୁ ଶିକାର କରୁଥିବା ଅପରାଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ମାମଲାକୁ ପରିଚାଳନା କରୁଥିବା ଅଧିକାରୀମାନେ ଠିକ୍‌ ଭାବେ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କଲେ ଶିକାରୀମାନଙ୍କୁ ଉଚିତ ଦଣ୍ଡବିଧାନ ମିଳିପାରିବ ବୋଲି ମତପ୍ରକାଶ ପାଇଥିଲା। ରାଜକୁମାରୀ ଅକ୍ଷିତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ, ସଂଯୁକ୍ତା ବସା, ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ବିବେକାନନ୍ଦ ପଟ୍ଟନାୟକ, ପ୍ରଦୀପ୍ତ କବି, ଅକ୍ଷୟ କୁମାର ମହାନ୍ତି, ଏସିଏଫ୍‌ ନିକେଶ କୁମାର ମହାପାତ୍ର, ଫାଲଗୁନୀ ବେହେରା,ଦିଲ୍ଲୀପ କୁମାର ବାରିକ, ରବି ନାରାୟଣ ମହାନ୍ତି,ବନସୁରକ୍ଷା କମିଟିର ରାଜ୍ୟ ସଦସ୍ୟ ଗୋପୀନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri