କଡ଼ା ପଦକ୍ଷେପ

Dillip Cherian

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନ ଥିବା ବାବୁମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସିକିମରେ ଏକ ଅଲଗା ବିଭାଗ ରହିିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ଗୋଲେ ଘୋଷଣା କରିଛନ୍ତି। ଗ୍ୟାଙ୍ଗ୍‌ଟକରେ ଏଣ୍ଟରପ୍ରିନ୍ୟୁୟରମାନଙ୍କୁ ଏକ ସଭାରେ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି। ଏହା ଏପ୍ରିଲ୍‌ଫୁଲ୍‌ ଡେ’ ଜୋକ୍‌ ନ ଥିଲା। କେତେଜଣ ଅତି ବରିଷ୍ଠ ବାବୁମାନଙ୍କ ସମ୍ମୁଖରେ କୁହାଯାଇଥିବା ଏହି କଥାର ମହତ୍ତ୍ୱ ରହିଛି। କିନ୍ତୁ କେତେଜଣ ପର୍ଯ୍ୟବେକ୍ଷକ କହନ୍ତି ଯେ, ଅମଲାତାନ୍ତ୍ରିକ ଉଦାସୀନତାକୁ ନେଇ ଗୋଲେ କ୍ଷୋଭ ପ୍ରକାଶ କରିବା ସହ ଏମିତି କହିଛନ୍ତି। ସରକାରୀ ଅଫିସ୍‌କୁ ବିଳମ୍ବରେ ଆସୁଥିତ୍ବା ଅଧିକାରୀମାନଙ୍କ ବିରୋଧରେ ଗତବର୍ଷ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ଏବଂ ଏଭଳି ବାବୁମାନଙ୍କୁ ତୀବ୍ର ଭର୍ତ୍ସନା କରାଯାଇଥିଲା। କିନ୍ତୁ ଏହି ପଦକ୍ଷେପ ମାସେ ଭିତରେ ଧୀରେ ଧୀରେ ଶେଷ ହୋଇଯାଇଥିଲା ଏବଂ ବାବୁମାନେ ପୁଣି ସେମାନଙ୍କ ପୁରୁଣା ଧାରାକୁ ଫେରି ଆସିଥିଲେ। ତେବେ ନିଜ ବ୍ୟବହାର ପରିବର୍ତ୍ତନ କରୁ ନ ଥିବା ଜିଦିଆ ବାବୁମାନଙ୍କୁ ଶୃଙ୍ଖଳିତ କରିବା ଲାଗି ଏଥର ଗୋଲେ ଏକ ଯୋଜନା ନିଶ୍ଚିତ କରିଛନ୍ତି। ଗୃହ ବିଭାଗ ଅଧୀନରେ ସରକାର ଏକ ‘ସହଯୋଗ ବିଭାଗ’ ଖୋଲି ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କାମରେ ଢ଼ିଲା କରୁଥିବା ସବୁ ଇଞ୍ଜିନିୟର, ଆକାଉଣ୍ଟସ୍‌ ଅଫିସର ଏବଂ ଅତିରିକ୍ତ ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ସେଠାକୁ ବଦଳି କରାଯିବ କିମ୍ବା ସେମାନଙ୍କୁ ସବୁ କାର୍ଯ୍ୟକଳାପରୁ ଏକ ପ୍ରକାର ସାମାଜିକ ବାସନ୍ଦ କରାଯିବ। ଏଭଳି ବାବୁମାନଙ୍କୁ ସରକାରୀ ଗାଡ଼ି ଓ ସେମାନେ ପାଉଥିବା ସୁବିଧା ସୁଯୋଗ ଦିଆଯିବ ନାହିଁ। ସେମାନେ କେବଳ ଦରମା ପାଇବେ। ଦକ୍ଷ ଓ କାମିକା ବାବୁମାନଙ୍କ ଠାରୁ ଏମାନଙ୍କୁ ଅଲଗା କରିବା ସରକାରଙ୍କ ଲକ୍ଷ୍ୟ। କିନ୍ତୁ ଆଶା କରାଯାଉଛିି ଯେ, ଶାସନରେ ଉନ୍ନତି ଆଣିବା ନାମରେ ନିଆଯାଉଥିବା ପଦକ୍ଷେପରେ ସଚ୍ଚୋଟ କର୍ମଚାରୀମାନେ ଯେଭଳି ଶିକାର ନ ହୁଅନ୍ତି ତାହା ନିଶ୍ଚିତ କରିବାକୁ ହେବ ।
ବାବୁଙ୍କ ବିତର୍କ
ନିକଟରେ ସିଭିଲ ସର୍ଭିସ ସ୍ଥିତିକୁ ନେଇ ଦୁଇ ବାବୁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବାବୁ ପରିସରରେ ଧ୍ୟାନ ଆକର୍ଷଣ କରିଥିଲା। କେତେଜଣ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଉ କେତେକେ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି। ପ୍ରଥମେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ତଥା ପୂର୍ବତନ ଅର୍ଥ ସଚିବ ଡି. ସୁବାରାଓ ଦୁଃଖପ୍ରକାଶ କରି କହିଥିଲେ ଯେ, ଆଇଏଏସ୍‌ ସମ୍ଭ୍ରାନ୍ତବାଦକୁ ପରିବର୍ତ୍ତନ ହୋଇଯାଇଛି । ବାସ୍ତବତାଠାରୁ ଦୂରେଇ ଯାଇଥିବା ଏବଂ ସତ୍ୟକୁ ସାମ୍‌ନା କରିବାର ସାହସ ଓ ଦୃଢ ବିଶ୍ୱାସ ହରାଇଥିବା ବାବୁମାନେ ନିଜ ସ୍ବାର୍ଥ କଥା ଉପରେ ଅଧିକ ଚିନ୍ତା କରୁଛନ୍ତି ବୋଲି ସେ କହିଥିତ୍ଲେ। ତେବେ ସେବାକୁ ଦୁର୍ବଳ କରିବା ଏବଂ ତା’ଠାରୁ ନିଜକୁ ଦୂରେଇ ନେବା କେତେଜଣ ବାବୁଙ୍କ ପାଇଁ ଏକ ଧାରା ପାଲଟିଯାଇଛି ବୋଲି ସାଧାରଣରେ ସନ୍ଦେହ ରହିଛି। ହେଲେ ସୁବାରାଓ ସବୁବେଳେ ତାଙ୍କ ଶାନ୍ତ ଦୃଷ୍ଟିକୋଣ ପାଇଁ ବେଶ ଜଣାଶୁଣା ଏବଂ ସେ ଯାହା କହିଛନ୍ତି ତାହାକୁ ଅଣଦେଖା କରାଯାଇପାରିବ ନାହିଁ। କିନ୍ତୁ କେନ୍ଦ୍ର ଲୋକସେବା ଆୟୋଗ( ୟୁପିଏସ୍‌ସି)ର ପୂର୍ବତନ ଅଧ୍ୟକ୍ଷ ଓ ହିଷ୍ଟ୍ରି ଅଫ୍‌ ଦି ଆଇଏଏସ୍‌ର ଲେଖକ ଦୀପିକ ଗୁପ୍ତା ସୁବାରାଓ ଉଠାଇଥିତ୍ବା ବିଷୟକୁ ପ୍ରତିବାଦ କରିବାକୁ ଏକ ଜବାବୀ ଉତ୍ତର ଲେଖିଲେ। ନିଃସନ୍ଦେହ ଯେ, ଆଇଏଏସ୍‌ର ଏବକାର ସଙ୍କଟକୁ ନେଇ ଉଭୟ ଦୃଷ୍ଟିକୋଣ ଭଲ ଓ ସେମାନେ ଉପସ୍ଥାପନ କରିଥିବା ବିଚାରର ଗୁରୁତ୍ୱ ରହିଛି। ବହୁ ସମୟରେ ପ୍ରଶାସନର ମୌଳିକ ପ୍ରସଙ୍ଗକୁ ନେଇ ଦୁଇ ବରିଷ୍ଠ ବାବୁଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ହେବା ଦେଖାଯାଏ ନାହିଁ। କେତେଜଣ ପର୍ଯ୍ୟବେକ୍ଷକ ଅନୁଭବ କରନ୍ତି ଯେ, ବିିଶେଷ କରି ଏବକାର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବତ୍ତର୍ର୍ନ କଥା ସରକାର ଚିନ୍ତା କରୁଥିତ୍ବା ବେଳେ ଏହି ବିତର୍କ ଆରମ୍ଭ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଆଗାମୀ ଦିନରେ ସର୍ଭିସକୁ ନେଇ ଲୋକମାନଙ୍କ ମନରେ ଥିତ୍ବା ସନ୍ଦେହ ଦୂର ହେବ ବୋଲି ଆଶା କରାଯାଉଛି।
ନେତାଗିରିର ଇସାରା
ହରିୟାଣା ଆଇଏଏସ୍‌ ଅଧିକାରୀ ଏବଂ ହ୍ବିସଲ୍‌ବ୍ଲୋୟର ଅଶୋକ ଖେମ୍‌କା ନିକଟରେ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଦ୍ୱାରା ସେ ରାଜନୀତିରେ କିଛି ନୂଆ କରିପାରନ୍ତି ବୋଲି କୁହାଯାଉଛି। ଗୁରୁଗାଁଓରେ ରବର୍ଟ ଭଦ୍ରାଙ୍କ ବେଆଇନ କିଣାବିକାକୁ ରଦ୍ଦ କରିବାରେ ହ୍ବିସଲବ୍ଲୋୟର ଖେମ୍‌କା ବେଶ୍‌ ଜଣାଶୁଣା। ସେ ବିଭିନ୍ନ ବିଭାଗରେ ରହିଥିବା ସମୟରେ ସେଠାରେ ଦୁର୍ନୀତିକୁ ସାମ୍‌ନାକୁ ଆଣିବା ପରେ ରାଜ୍ୟରେ ବିଭିନ୍ନ ସରକାର ତାଙ୍କୁ ୨୯ ବର୍ଷରେ ୫୪ ଥର ବଦଳି କରିଛନ୍ତି। ଏପରି କି ସଦା ସ୍ବଚ୍ଛ ରହିଥିବା ଏହି ଅଧିକାରୀଙ୍କ ଉତ୍‌ଥାନ ପତନ କ୍ୟାରିୟରର ସବିଶେଷ କାହାଣୀର ଜୀବନୀକୁ ନେଇ ବହି କରାଗଲେ ତାହା ସବୁଠୁ ଅଧିତ୍କ ବିକ୍ରି ହେବ। ଏହା ସମ୍ପୂର୍ଣ୍ଣ ନିଆରା, ଅନୁକରଣୀୟ କିମ୍ବା ଚେତାବନୀ ଦେବାଭଳି କାହାଣୀ ହୋଇପାରିବ। ତେବେ କେତେକ ପର୍ଯ୍ୟବେକ୍ଷକ କହୁଛନ୍ତି ଯେ, ଖେମ୍‌କା କ’ଣ ଅନ୍ୟ ପକ୍ଷକୁ ଅର୍ଥାତ୍‌ ରାଜନୀତି ଆଡ଼କୁ ଢଳିବେ ବୋଲି ଯାହା ଶୁଣିବାକୁ ମିଳୁଛି ତାହା କ’ଣ ସମ୍ଭବ ହେବ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri