ଷ୍ଟ୍ରେସ୍‌ ଫ୍ରି

କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ। ପରିବାରରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଉଦ୍ୟମ। କର୍ମଜୀବୀ ମହିଳାଙ୍କ ପାଇଁ ସବୁକିଛିକୁ ମ୍ୟାନେଜ କରିବା ଏତେ ସହଜ ନୁହେଁ। ଏଥିପାଇଁ ବେଳେବେଳେ ଚାପଗ୍ରସ୍ତ ହୁଏ ମନ। ଭାରାକ୍ରାନ୍ତ ମନକୁ ନିୟନ୍ତ୍ରଣରେ ରଖି ସଫଳତା ପାଇବାକୁ ଆବଶ୍ୟକ ଷ୍ଟ୍ରେସ ଫ୍ରି ମନ୍ତ୍ର।

ପରିବାରର ଦାୟିତ୍ୱ ଆଉ କର୍ମକ୍ଷେତ୍ରରେ କାମର ଚାପ, ଏସବୁ ଭିତରେ ଛନ୍ଦି ହୋଇ ବେଳେବେଳେ ଅଣନିଃଶ୍ୱାସୀ ହୋଇଯାଏ ମନ। ଆଉ ଧୀରେ ଧୀରେ ଏଇ ପରିସ୍ଥିତି ମାନସିକ ଚାପଗ୍ରସ୍ତ ବି କରିଦିଏ। କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏପରି ଲକ୍ଷଣ ଦେଖାଗଲେ ସବୁକିଛି ଓଲଟପାଲଟ ହୋଇଯାଏ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ରାସ୍ତା ତ ବନ୍ଦ ହୋଇଯାଏ ତା’ ସହ ପରିବାରରେ ବି ସମସ୍ତଙ୍କ ସୁଖ ଶାନ୍ତି ଅନେକାଂଶରେ ପ୍ରଭାବିତ ହୋଇଥାଏ। ତେଣୁ କର୍ମଜୀବୀ ମହିଳାଙ୍କୁ ମାନସିକ ଚାପରୁ ମୁକ୍ତ ରହିବା ପାଇଁ ସଚେତନ ହେବାକୁ ପଡିବ।
ଆତ୍ମସଂଯମ
ଚାପମୁକ୍ତ ହୋଇ ସବୁବେଳେ ଖୁସି ମନରେ କାମ କଲେ ସବୁ କ୍ଷେତ୍ରରେ ସଫଳତା ମିଳିପାରିବ। ତେଣୁ ଚାପଗ୍ରସ୍ତ ହେଉଥିବାର ଅନୁଭବ କରିବା ମାତ୍ରେ ନିଜେ ସଚେତନ ହୋଇଯିବା ଉଚିତ୍‌। ଚାପରୁ ମୁକ୍ତି ପାଇବା ପାଇଁ ହେଲେ ଆତ୍ମ ସଂଯମ ନିହାତି ଆବଶ୍ୟକ। ନିଜ ଉପରେ ସବୁ ସମୟରେ ନିୟନ୍ତ୍ରଣ ରଖିବା ପାଇଁ ହେଲେ ଯୋଗ, ଧ୍ୟାନ ଆଦି କରିବାକୁ ହେବ। ଏହା ସହିତ ସ୍ପା ସେଣ୍ଟରରେ କେବେ କେବେ ମାଲିସ କରାଇଦେଲେ ଶରୀର ତାଜା ରହିବା ସହିତ ମନ ବି ଖୁସି ରହିଥାଏ।
ସମସ୍ୟାର କାରଣ
କର୍ମଜୀବୀ ମହିଳା ପ୍ରଥମେ ନିଜ ଚିନ୍ତା ବା ସମସା୍ୟାର କାରଣ କ’ଣ ତାହା ଖୋଜି ବାହାର କରନ୍ତୁ। ସମସ୍ୟା ଜାଣିବା ପରେ ହିଁ ସମାଧାନ ନିମନ୍ତେ ପ୍ରୟାସ କରାଯାଇପାରେ। ତେଣୁ କୌଣସି ପରିସ୍ଥିତିରେ ବି ଭାବପ୍ରବଣ ନ ହୋଇ ନିଜ ସମସ୍ୟା ସମାଧାନର ରାସ୍ତା ବାହାର କରିବା ନିମନ୍ତେ ଚେଷ୍ଟା କରିବା ଉଚିତ୍‌।
ସଫାସୁତୁରା
ସାଧାରଣତଃ ମହିଳାଙ୍କୁ ସଫାସୁତୁରା ପସନ୍ଦ ହୋଇଥାଏ। ତେଣୁ ଘରକୁ ସଜାଡ଼ିବା ଓ ସଫା ରଖିବା ଫଳରେ ସେମାନେ ଏକ ମାନସିକ ଶାନ୍ତି ପାଇଥାନ୍ତି। ଅନେକେ ଏପରି ଭାବିଥାନ୍ତି ଯେ ଘର ଅପରିଷ୍କାର ରହିଲେ ସେମାନେ ଶାନ୍ତିରେ ବସିପାରିବେ ନାହିଁ। ତେଣୁ ରୋଷେଇ ଘର ହେଉ କି ଶୋଇବା ଘର ସବୁ ଘରକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ନିଜକୁ ଏସବୁ କାମ ପାଇଁ ସମୟ ହେଉ ନାହିଁ ତେବେ ଅନ୍ୟ କାହା ମାଧ୍ୟମରେ ଘରର ଏସବୁ କାମ କରାଇ ନେଇପାରିଲେ ଅନେକାଂଶରେ ଚିନ୍ତାରୁ ମୁକ୍ତି ମିଳିଥାଏ।
ଖୁସି ରହିବାର କଳା
କିଛି ମାତ୍ରାରେ ସ୍ବାଧୀନତା ବି ଢେର୍‌ ଖୁସି ଦେଇଥାଏ। ଏଇ ଯେମିତି କ’ଣ ଖାଇବେ କ’ଣ ପିନ୍ଧିବେ ଆଦି ଏମିତି କେତେଗୁଡ଼ିଏ ଛୋଟ ଛୋଟ ନିଷ୍ପତ୍ତି ନିଜେ ନେଇପାରିଲେ ଖୁସି ଲାଗିଥାଏ। କାହିଁକି ନା ନିଜର ସ୍ବାଧୀନତା ଓ ସ୍ବାଭିମାନକୁ ଉପଭୋଗ କରିବା ଭଳି ମନେ ହୋଇଥାଏ। ତେଣୁ ଏହି ମାଧ୍ୟମରେ ଖୁସି ରହିବା ଫଳରେ ମାନସିକ ଅବସାଦ ବି କମ୍‌ ହୋଇଯାଏ।

ଏମାନେ କ’ଣ କହନ୍ତି

ସାଙ୍ଗମାନଙ୍କ ସହ ଶେୟାର କରେ
ନିଜକୁ ଖୁସିରେ ରଖିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରେ। ଏଥିପାଇଁ ତ ସପ୍ତାହକୁ ଥରେ ମୁଁ ଅଳ୍ପ କିଛି ସମୟ ପାଇଁ ହେଲେ ବି ସାଙ୍ଗମାନଙ୍କ ସହିତ ଦେଖା କରି କିଛି ସମୟ ଗପସପ କରିଥାଏ। ଘଣ୍ଟାଏ ହେଉ ପଛେ ସାଙ୍ଗମାନଙ୍କ ସହ ଏକାଠି ଗପ କରି ମୁଁ ରିଲାକ୍ସ ହୋଇଥାଏ। ତା’ ଛଡ଼ା ଫୋନରେ ଆମ ସାଙ୍ଗମାନଙ୍କ ଗ୍ରୁପରେ ମୁଁ ସବୁଦିନ କଥା ହୁଏ। ମୋର ଯାହା ବି ଟେନସନ୍‌ ଥାଏ ସମସ୍ତଙ୍କ ସହ କଥା ହେଲେ ସମାଧାନର ବାଟ ବାହାରି ଯାଏ।
– ରଶ୍ମିତା ପାତ୍ର, ସେଲ୍ସ ୱିମେନ୍‌, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର
ଘର କାମ ସରିଗଲେ ରିଲାକ୍ସ
ମୋ ଘର କାମ ଠିକ୍‌ ସମୟରେ ହୋଇଗଲେ ମୁଁ ବହୁତ ରିଲାକ୍ସ ରହିଥାଏ। ଘର ସଫାସୁତୁରା କରିବା, ରୋଷେଇ କରିବା ଆଉ ପିଲାଙ୍କ ପାଠପଢା ଠିକ୍‌ ସମୟରେ ହୋଇଗଲେ ମୋର ଆଉ କିଛି ଅଭିଯୋଗ ନ ଥାଏ। ସେଥିପାଇଁ ମୁଁ ଆଗରୁ ବ୍ୟବସ୍ଥା କରିଥାଏ। ମୋର ଅଫିସ୍‌ କାମ ଡେରି ହେଲେ ଘରକୁ ଫୋନ୍‌ କରି କ’ଣ ରୋଷେଇ କରିବାକୁ ହେବ କହି କରାଇ ନିଏ କିମ୍ବା ବାହାରୁ କିଣି ନେଇଯିବାର ବ୍ୟବସ୍ଥା କରିଥାଏ। ତେଣୁ ଅଫିସରୁ ଫେରି ମୁଁ ଠିକ୍‌ ସମୟରେ ସମସ୍ତଙ୍କ ଖିଆପିଆ କାମ କରିପାରେ ଆଉ ଠିକ୍‌ ସମୟରେ ଶୋଇଥାଏ। ତା’ ଛଡ଼ା ମୁଁ ନିଜେ ମୋ ଦେହକୁ ସୁସ୍ଥ ରଖିବା ପାଇଁ ସବୁ ସମୟରେ ସଚେତନ ରହିଥାଏ।
-ନିବେଦିତା ମିଶ୍ର, ଚଳଚ୍ଚିତ୍ର ସମ୍ପାଦିକା, ଗୌରୀ ଗାର୍ଡେନ, ଗ୍ୟାରେଜ ଛକ, ଭୁବନେଶ୍ୱର
ଶପିଂ କରେ
ନିଜକୁ ଚାପ ମୁକ୍ତ ରଖିବା ପାଇଁ ମୁଁ ମାସକୁ ଥରେ ଶପିଂ କରେ। ଶପିଂ କରିବାକୁ ମତେ ବହୁତ ଭଲ ଲାଗେ। ସେଥିପାଇଁ ନିଜ ପାଇଁ ହେଉ କି ଘର ପାଇଁ ହେଉ ଯାହା ସବୁ ଆବଶ୍ୟକ ହୋଇଥାଏ ସେସବୁ ମୁଁ ନିଜେ କିଣାକିଣି କରି ରିଲାକ୍ସ ଅନୁଭବ କରେ। ଏହା ବ୍ୟତୀତ ଘର ଲୋକଙ୍କ ପାଇଁ କିଛି କିଣାକିଣି କରି ସମସ୍ତଙ୍କୁ ଖୁସି କରି ପାରିଥାଏ।
– ସାରାଣୀ ନାୟକ, ସ୍ବାସ୍ଥ୍ୟକର୍ମୀ, ଇରମ ଉପକେନ୍ଦ୍ର, ବାସୁଦେବପୁର, ଭଦ୍ରକ
ବୁଲିବାକୁ ଯାଉ
ମୋ ଫୋନ ହିଁ ମତେ ଚାପ ମୁକ୍ତ କରିବାରେ ସାହାଯ୍ୟ କରେ। କାମ କରି ହାଲିଆ ଅନୁଭବ କଲେ ଫୋନରେ କିଛି ସମୟ ପାଇଁ ଫେସବୁକ୍‌ ଆଉ ୟୁଟ୍ୟୁବ ଦେଖିଲେ ଭଲ ଲାଗେ। ଆଉ ବେଳେବେଳେ ପରିବାର ସହିତ ମିଶି ବାହାରକୁ ବୁଲିବାକୁ ଯାଇ ଖିଆପିଆ କରି ଆସୁ। ତାପରେ ଘରେ ସମସ୍ତେ ବହୁତ ଖୁସି ହେଇଯାନ୍ତି। ସେଥିପାଇଁ ମୁଁ ରିଲାକ୍ସ ହେଇଯାଏ।
– ନିର୍ମଳା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ, ପଣ୍ଡୁ ପ୍ରାଥମିକ ବିଦ୍ୟାଳୟ,
ସିମୁଳିଆ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri