ଲିଭିଯିବ ଷ୍ଟ୍ରିଟ୍‌ ଲାଇଟ୍‌

ବଇଣ୍ଡା,୧୬ା୬
(ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ ବ୍ୟବସ୍ଥା ପରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ପଞ୍ଚାୟତକୁ। ହେଲେ ୧୨ ଲକ୍ଷ ୯୮ ହଜାର ୫୩୧ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପୈଠ କରୁନି ସ୍ଥାନୀୟ ପ୍ରଶାସନ। ଫଳରେ ଆଠମଲ୍ଲିକ ଉପଖଣ୍ଡରେ ଲାଗିଥିବା ୨୯ ଷ୍ଟ୍ରିଟ୍‌ ଲାଇଟ୍‌ରୁ ୬ଟିର ସଂଯୋଗ କାଟିଦିଆଯାଇଛି। ଶୀଘ୍ର ପଦକ୍ଷେପ ନିଆ ନ ଗଲେ ବାକି ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକୁ ମଧ୍ୟ ଲିଭାଇ ଦେବ ବିଦ୍ୟୁତ୍‌ ବିଭାଗ।
ଆଠମଲ୍ଲିକ ବ୍ଲକର ପାଇକସାହି ପଞ୍ଚାୟତରେ ଲାଗିଛି ଗୋଟିଏ ଷ୍ଟ୍ରିଟ ଲାଇଟ୍‌। ଏ ବାବଦରେ ୫୩ ହଜାର ୭୪୨ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ଉପରେ ବକେୟା ରହିଛି। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ଦେୟ ପୈଠ କରୁନି ପ୍ରଶାସନ। ସେହିପରି ମଇମୁରା ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୬ ହଜାର ୯୮୦ ଟଙ୍କା, ଠାକୁରଗଡ ପଞ୍ଚାୟତ ଗଣେଶ ବଜାରରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୯ ହଜାର ୯୯୦ ଟଙ୍କା, ଲକ୍ଷ୍ମୀବଜାର ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୬ ହଜାର ୯୯୦ ଟଙ୍କା ଓ ନାକିଚି ରୋଡ୍‌ ଷ୍ଟ୍ରିଟ ଲାଇଟ୍‌ ବିଲ୍‌ ବାବଦ ୩୫ ହଜାର ୨୫୨ ଟଙ୍କା ବାକି ରହିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଦେୟ ଦେଉ ନ ଥିବାରୁ ଉପରୋକ୍ତ ୪ଟି ଷ୍ଟ୍ରିଟ୍‌ ଲାଇଟ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଠମଲ୍ଲିକ ଏନ୍‌ଏସି କଇଁତ୍ରାଗଡଠାରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୪ ଲକ୍ଷ ୨୪ ହଜାର ୬୨୮ ଟଙ୍କା, ଏନ୍‌ଏସି ଅଫିସରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୨ ହଜାର ୬୨୯ ଟଙ୍କା, ଲିପ୍ତଙ୍ଗା ଷ୍ଟ୍ରିଟ ଲାଇଟ୍‌ ପାଇଁ ୬ ହଜାର ୩୯୦ ଟଙ୍କା, ବରଙ୍ଗା ଷ୍ଟ୍ରିଟ ଲାଇଟ୍‌ ପାଇଁ ୧୪ ହଜାର ୭୭୦ ଟଙ୍କା, ମାଣିକପଥର ଷ୍ଟ୍ରିଟ୍‌ ଲାଇଟ୍‌ ବାବଦରେ ୧୧ ହଜାର ୯୭୨ ଟଙ୍କାର ବିଲ୍‌ ବାକି ରହିଛି। କିଆକଟା ପଞ୍ଚୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବିଲ୍‌ ବାବଦରେ ୭୦ ହଜାର ୩୯୩ ଟଙ୍କା, ଟୁସର ପଞ୍ଚାୟତରେ ୬ ହଜାର ୬୦୩ ଟଙ୍କା, ମାଧପୁର ପଞ୍ଚାୟତରେ ୯ ହଜାର ୬୭ ଟଙ୍କା ଓ କୁଦଗାଁ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୩୫ ହଜାର ୨୫୨ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଉପରେ ୭୨ ହଜାର ୯୩ ଟଙ୍କା, ଧଉରାପାଲି ପଞ୍ଚାୟତ ଉପରେ ୧୬ ହଜାର ୧୧୦ ଟଙ୍କା, ହିମିତିରା ପଞ୍ଚାୟତ ଉପରେ ୨୯ ହଜାର ୮୫୨ ଟଙ୍କା, ବିଲେଇନାଳି ପଞ୍ଚାୟତ ଉପରେ ୩୩ ହଜାର ୨୩ ଟଙ୍କା, ହଣ୍ଡପା ପଞ୍ଚାୟତ ଉପରେ ୩୧ ହଜାର ୬୨୧ ଟଙ୍କା, କଣ୍ଟେଇକୋଳିଆ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ବାବଦରେ ୬ ହଜାର ୭୬୬ ଟଙ୍କା, ନୁନୁକାପଶି ପଞ୍ଚାୟତ ଉପରେ ୩୧ ହଜାର ୬୪୯ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ରଣିଆକଟା ପଞ୍ଚାୟତ ୩୫ ହଜାର ୫୫ ଟଙ୍କା, ବାମୁର ପଞ୍ଚାୟତ ୩୯ ହଜାର ୭୮୧ ଟଙ୍କା, ଅଙ୍ଗପଡା ପଞ୍ଚାୟତ ୧୭ ହଜାର ୮୫୪ ଟଙ୍କା, କଦଳୀମୁଣ୍ଡା ପଞ୍ଚାୟତ ୬୨ ହଜାର ୩୯୯ ଟଙ୍କା, ସଞ୍ଜାମୁରା ପଞ୍ଚାୟତ ୫୧ ହଜାର ୮୮୮ ଟଙ୍କା, ନାକିଚି ପଞ୍ଚାୟତ ୬୩ ହଜାର ୫୫୦ ଟଙ୍କା ଷ୍ଟ୍ରିଟ୍‌ ଲାଇଟ୍‌ ବାବଦ ବିଦ୍ୟୁତ୍‌ ବିଲ୍‌ ବାକି ରଖିଛନ୍ତି। ବିଲ୍‌ ପୈଠ କରାଯାଇ ନ ଥିବା ଯୋଗୁ ନାକିଚି ଓ ସଞ୍ଜାମୁରା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସଂଯୋଗ କାଟି ଦିଆଯାଇଛି। ଅନ୍ୟ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଗଲେ ଉପଖଣ୍ଡର କେତେକ ପଞ୍ଚାୟତ, ବଜାର ଓ ଏନ୍‌ଏସି ଅଞ୍ଚଳର ବହୁ ଛକ ରାତିରେ ଅନ୍ଧାରରେ ରହିବ। ଏହାଦ୍ୱାରା ଜନସାଧାରଣ ରାତିରେ ଯାତାୟାତରେ ଅସୁବିଧାରେ ପଡ଼ିବେ। ଏ ନେଇ କିଶୋରନଗର ବିଡିଓ ଶ୍ୟାମଳ କୁମାର ରାଏ କହିଛନ୍ତି, ଷ୍ଟ୍ରିଟ ଲାଇଟ୍‌ ବାବଦ ବକେୟା ଥିବା ବିଦ୍ୟୁତ୍‌ ବିଲ୍‌ ପୈଠ ନିମନ୍ତେ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ।
ପଦକ୍ଷେପ ନେଉନି ପଞ୍ଚାୟତ
ଷ୍ଟ୍ରିଟ ଲାଇଟ୍‌ ଗୁଡିକର ବିଲ୍‌ ପଞ୍ଚାୟତ ପକ୍ଷରୁ ଦିଆଯାଉ ନାହିଁ। ଏ ନେଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବହୁବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଚିଠି କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ୬ଟି ଷ୍ଟ୍ରିଟ ଲାଇଟ୍‌ରୁ ସଂଯୋଗ କାଟି ଦିଆଯାଇଛି। ତୁରନ୍ତ ବିଲ୍‌ ଦେବାକୁ ନିବେଦନ କରାଯାଉଛି।
-ସିପକ ଦାସ, ଏସ୍‌ଡିଓ, ବଇଣ୍ଡା ବିଦ୍ୟୁତ୍‌ ବିଭାଗ
ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦିଆଯାଉ
ପଞ୍ଚାୟତଗୁଡ଼ିକରେ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ବାବଦରେ ସରକାର ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କି ବିଲ୍‌ ପୈଠ କରାଯାଉ ନାହିଁ। ପଞ୍ଚାୟତ ଓ ଏନ୍‌ଏସି କର୍ତ୍ତୃପକ୍ଷ ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦେବା ଦରକାର। ଏହା କରାଗଲେ ସରକାରୀ ଯୋଜନାର ସୁଫଳ ମିଳିବ।
-ଅଞ୍ଜନ କୁମାର ପ୍ରଧାନ, ଆଠମଲ୍ଲିକ
ବିଡିଓଙ୍କୁ ଚିଠି କରାଯାଇଛି
ଷ୍ଟ୍ରିଟ ଲାଇଟ୍‌ ବାବଦ ବିଲ୍‌ ଦେବାକୁ ପଞ୍ଚାୟତ ପକ୍ଷରୁ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ହେଲେ ବ୍ଲକ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଶୀଘ୍ର କିଭଳି ବିଲ୍‌ ପୈଠ କରାଯିବ ସେ ନେଇ ବ୍ଲକ ପ୍ରଶାସନକୁ ପୁନର୍ବାର ଅବଗତ କରାଯିବ।
-ସତ୍ୟାନଦ ରାଉତ, ସରପଞ୍ଚ, ମଇମୁରା
ପରିଚାଳନାରେ ପ୍ରଶାସନ ବିଫଳ
ପଞ୍ଚାୟତରେ ଥିବା ଛକ, ବଜାରର ଆଲୋକୀକରଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ଏହାର ପରିଚାଳନା କରିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ବିଫଳ ହେଉଛନ୍ତି। ଠାକୁରଗଡ ଷ୍ଟ୍ରିଟ୍‌ ଲାଇଟ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଥିବାରୁ ବଜାର ଅଞ୍ଚଳ ରାତିରେ ଅନ୍ଧାରରେ ରହୁଛି।
-ବିଭୁ ପ୍ରସାଦ ସେନାପତି, ଠାକୁରଗଡ
ଆଲୋକୀକରଣ ଅର୍ଥ ପାଣିରେ ପଡ଼ିବ
ସରକାରୀ ଅର୍ଥର ଠିକ୍‌ ବ୍ୟବହାର କରାଯାଉ ନାହିଁ। ଷ୍ଟ୍ରିଟ ଲାଇଟ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନି କି ପ୍ରତି ମାସରେ ବିଦ୍ୟୁତ୍‌ ବାବଦ ବିଲ୍‌ ଦିଆଯାଉନି। ବିଭାଗୀୟ କର୍ତ୍ତୃପକ୍ଷ ସଂଯୋଗ ବିଚ୍ଛିନ୍ନ କଲେ ଆଲୋକୀକରଣ ବାବଦ ଖର୍ଚ୍ଚ ହୋଇଥିବା ଅର୍ଥ ପାଣିରେ ପଡ଼ିବା ସାର ହେବ।
-ସୁଶାନ୍ତ ସାହୁ, ସଞ୍ଜାମୁରା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri