ବୁଲା କୁକୁର

ଭାରତରେ ବୁଲା କୁକୁରଙ୍କ ସଂଖ୍ୟା ୨୦୧୯ ପ୍ରାଣୀ ଗଣନା ତଥ୍ୟ ଅନୁଯାୟୀ ୬ କୋଟି। ୨୦୨୫ରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଥିବ। ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା ପାଖାପଖି ୧୮ ଲକ୍ଷ ବୋଲି କୁହାଯାଉଛି, ଯାହା ଉତ୍ତର ପ୍ରଦେଶ ପରେ ଦ୍ୱିତୀୟ ସର୍ବାଧିକ। ବୁଲା କୁକୁର ଗାଁ ଗହଳିଠାରୁ ସହର ବଜାର ଗଳିକନ୍ଦି ଓ ରାସ୍ତା ଉପରେ ଯେଭଳି ବୁଲିଥାଆନ୍ତି ଏବଂ ସେମାନଙ୍କ ଯୋଗୁ ଯେତେ ପ୍ରକାର ଦୁର୍ଘଟଣା ଘଟିଥାଏ ତାହା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିଥାଆନ୍ତି। ଦିଲ୍ଲୀ-ଏନ୍‌ସିଆର୍‌ରେ ବୁଲା କୁକୁରଙ୍କ ଉପଦ୍ରବ ଓ ଜଳାତଙ୍କ ରୋଗରେ ମୃତ୍ୟୁ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡ଼ୁ ୧୧ ଅଗଷ୍ଟ ୨୦୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳରେ ଥିବା ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ବିଭିନ୍ନ ଆବାସିକ ଅଞ୍ଚଳରୁ ଉଠାଇ ନେଇ ଆଶ୍ରୟସ୍ଥଳରେ ରଖିବାକୁ କୁହାଯାଇଛି। ଏଥିରେ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ବାଧା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ପ୍ରାଣୀପ୍ରେମୀ ସଙ୍ଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି। କୁକୁରଙ୍କ ସ୍ବାଧୀନତା ପାଇଁ ଳଢ଼ୁଥିବା ବ୍ୟକ୍ତି ବା ସଙ୍ଗଠନ ନିଶ୍ଚିତ ଉପରୋକ୍ତ ନିର୍ଦ୍ଦେଶକୁ ବିରୋଧ କରିବେ ଜାଣି ଖଣ୍ଡପୀଠ କହିଥିଲେ ଜଳାତଙ୍କ ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ଜୀବନକୁ ଫେରାଇ ଆଣିପାରିବେ କି ? ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଏକ ବିତର୍କକୁ ଜନ୍ମ ଦେଇଛି। ପ୍ରାଣୀପ୍ରେମୀ ଅଦାଲତଙ୍କ ରାୟକୁ ସମାଲୋଚନା କରିଥିବା ବେଳେ କୁକୁର ଉପଦ୍ରବକୁ ସିଧାସଳଖ ଅନୁଭବ କରୁଥିବା ବ୍ୟକ୍ତିବିଶେଷ ସ୍ବାଗତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବଲାଙ୍ଗୀର ଜିଲାରେ ପାରା ଆଥ୍‌ଲେଟ ଯୋଗେନ୍ଦ୍ର ଛତ୍ରିଆଙ୍କ ସମେତ ଦୁଇ ଜଣ କୁକୁର କାମୁଡ଼ାରେ ପ୍ରାଣ ହରାଇବା ଅସଂଖ୍ୟ ଘଟଣା ମଧ୍ୟରୁ ଗୋଟିଏ। ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତି ୧୦ ସେକେଣ୍ଡରେ ଜଣେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ବିଶ୍ୱରେ ଭାରତର ସବୁଠୁ ଅଧିକ ବୁଲା କୁକୁର ଥିବା ବେଳେ ଜଳାତଙ୍କ ରୋଗରେ ମଧ୍ୟ ସର୍ବାଧିକ ଭାରତୀୟଙ୍କ ମୃତ୍ୟୁ ଘଟୁଛି (ବିଶ୍ୱ ଜଳାତଙ୍କଜନିତ ମୃତ୍ୟୁର ୩୬ ପ୍ରତିଶତ)।
ଏଭଳି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏଥିରେ ବାସ୍ତବତାର ଘୋର ଅଭାବ ପରିଲକ୍ଷିତ ହେଉଛି। ମାତ୍ର ୮ ସପ୍ତାହ ମଧ୍ୟରେ ପାଖାପାଖି ୧୦ ଲକ୍ଷ କୁକୁରଙ୍କୁ ଦିଲ୍ଲୀ ବାହାରେ ଥଇଥାନ କରିବାକୁ ହେଲେ କେଉଁ ଆଶ୍ରୟସ୍ଥଳୀରେ ରଖାଯିବ କୋର୍ଟ କହିନାହାନ୍ତି। କୋର୍ଟଙ୍କୁ ମଧ୍ୟ ଜଣାଥାଇପାରେ ଏପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍‌ରେ ଗୋଟିଏ ବି ସରକାରୀ ଆଶ୍ରୟସ୍ଥଳୀ ନାହିଁ। ଏତେ ଅଧିକ ସଂଖ୍ୟକ କୁକୁରଙ୍କ ପାଇଁ କେତୋଟି ଓ କେତେ ବଡ଼ ଆଶ୍ରୟସ୍ଥଳୀର ଆବଶ୍ୟକତା ରହିବ, ତାହା ସକାଶେ ଜାଗା କେଉଁଠି ଚିହ୍ନଟ ହେବ, କେତେ ସମୟ ଭିତରେ ନିର୍ମାଣ କାର୍ଯ୍ୟ ସରିବ, କେତେ ସଂଖ୍ୟକ ଲୋକ ଆଶ୍ରୟସ୍ଥଳୀରେ ନିୟୋଜିତ ହେବେ, କେତେ ପ୍ରାଣୀ ଚିକିତ୍ସକ ଓ ଆମ୍ବୁଲାନ୍ସ ଦରକାର ପଡ଼ିବ ଏବଂ ଏସବୁ ସହ ଔଷଧ, ଟିକା, ଖାଦ୍ୟ ପାଇଁ କେତେ ଅର୍ଥ ଏକକାଳୀନ ଓ ନିୟମିତ ଭାବେ ଖର୍ଚ୍ଚ ହେବ; ସେ ବିଷୟରେ କିଛି କୁହାଯାଇନାହିଁ। ଏସବୁ ଦିଗ ସ୍ପଷ୍ଟ ନ ହେଲେ ୮ ସପ୍ତାହ କ’ଣ ୮ ବର୍ଷରେ ମଧ୍ୟ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା କାଠିକର ପାଠ। ସାଧାରଣତଃ ରାସ୍ତା ଉପରେ ବୁଲୁଥିବା ଗୋରୁଙ୍କର ମାଲିକ ଅଛନ୍ତି। ମ୍ୟୁନିସିପାଲିଟି ସେଗୁଡ଼ିକୁ ରାସ୍ତାରୁ ହଟାଇପାରୁ ନାହିଁ ।
ସେଭଳି ସ୍ଥଳେ କୁକୁରଙ୍କୁ ଥଇଥାନ କରିବା କଷ୍ଟକର ବ୍ୟାପାର। ସବୁଠାରୁ ବଡ଼ କଥା ହେଲା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ ଉପଯୁକ୍ତ ପଦ୍ଧତିରେ କରାଯିବା ଦରକାର। ସେଭଳି କୁକୁରଙ୍କ ଟ୍ୟାଗିଂ ହେଲେ ପ୍ରକ୍ରିୟା ଆହୁରି ସହଜ ହେବ। ଏଥିସହିତ ଜଳାତଙ୍କ ରୋଗ ନ ବ୍ୟାପିବା ସକାଶେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତେବେ ୨୦୨୪ର ଏକ ତଥ୍ୟରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୨୦୨୨-୨୩ରେ ୮ଟି ସହରରେ ୪,୬୦୫ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିଲା। ଆମ ରାଜ୍ୟରେ ୧୮ ଲକ୍ଷ କୁକୁର ମଧ୍ୟରୁ ଯଦି ଏହି ସୀମିତ ସଂଖ୍ୟାର ବନ୍ଧ୍ୟାକରଣକୁ ଦେଖାଯାଏ, ତେବେ ଟାର୍ଗେଟ ପୂରଣ କରିବା ଅସମ୍ଭବ ମନେହେଉଛି।
କୁକୁରଙ୍କ ସଂଖ୍ୟା ବୃଦ୍ଧି ଯେଭଳି ଉପଦ୍ରବ ସୃଷ୍ଟି କରୁଛି, ନିହାତି ପକ୍ଷେ ପ୍ରତିକାର ବ୍ୟବସ୍ଥା କରାଯାଉ। କିନ୍ତୁ ଏଥିଲାଗି ଗଭୀର ଅନୁଧ୍ୟାନ, ଆର୍ଥିକ ବ୍ୟବସ୍ଥା କରାଯାଇ ବାସ୍ତବଧର୍ମୀ ପଦକ୍ଷେପ ନିଆଗଲେ ପରିବର୍ତ୍ତନ ଆସିପାରନ୍ତା। ସେହିପରି କୁକୁର ପ୍ରେମୀ ଓ ପ୍ରାଣୀ ମଙ୍ଗଳ ସଙ୍ଗଠନଗୁଡ଼ିକ ଏହି କାର୍ଯ୍ୟରେ ସାମିଲ ହୋଇ ସକ୍ରିୟ ଯୋଗଦାନ କରିବା ସକାଶେ ଆଗେଇ ଆସିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri