ବୁଲା କୁକୁର

ଭାରତରେ ବୁଲା କୁକୁରଙ୍କ ସଂଖ୍ୟା ୨୦୧୯ ପ୍ରାଣୀ ଗଣନା ତଥ୍ୟ ଅନୁଯାୟୀ ୬ କୋଟି। ୨୦୨୫ରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଥିବ। ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା ପାଖାପଖି ୧୮ ଲକ୍ଷ ବୋଲି କୁହାଯାଉଛି, ଯାହା ଉତ୍ତର ପ୍ରଦେଶ ପରେ ଦ୍ୱିତୀୟ ସର୍ବାଧିକ। ବୁଲା କୁକୁର ଗାଁ ଗହଳିଠାରୁ ସହର ବଜାର ଗଳିକନ୍ଦି ଓ ରାସ୍ତା ଉପରେ ଯେଭଳି ବୁଲିଥାଆନ୍ତି ଏବଂ ସେମାନଙ୍କ ଯୋଗୁ ଯେତେ ପ୍ରକାର ଦୁର୍ଘଟଣା ଘଟିଥାଏ ତାହା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିଥାଆନ୍ତି। ଦିଲ୍ଲୀ-ଏନ୍‌ସିଆର୍‌ରେ ବୁଲା କୁକୁରଙ୍କ ଉପଦ୍ରବ ଓ ଜଳାତଙ୍କ ରୋଗରେ ମୃତ୍ୟୁ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡ଼ୁ ୧୧ ଅଗଷ୍ଟ ୨୦୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳରେ ଥିବା ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ବିଭିନ୍ନ ଆବାସିକ ଅଞ୍ଚଳରୁ ଉଠାଇ ନେଇ ଆଶ୍ରୟସ୍ଥଳରେ ରଖିବାକୁ କୁହାଯାଇଛି। ଏଥିରେ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ବାଧା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ପ୍ରାଣୀପ୍ରେମୀ ସଙ୍ଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି। କୁକୁରଙ୍କ ସ୍ବାଧୀନତା ପାଇଁ ଳଢ଼ୁଥିବା ବ୍ୟକ୍ତି ବା ସଙ୍ଗଠନ ନିଶ୍ଚିତ ଉପରୋକ୍ତ ନିର୍ଦ୍ଦେଶକୁ ବିରୋଧ କରିବେ ଜାଣି ଖଣ୍ଡପୀଠ କହିଥିଲେ ଜଳାତଙ୍କ ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ଜୀବନକୁ ଫେରାଇ ଆଣିପାରିବେ କି ? ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଏକ ବିତର୍କକୁ ଜନ୍ମ ଦେଇଛି। ପ୍ରାଣୀପ୍ରେମୀ ଅଦାଲତଙ୍କ ରାୟକୁ ସମାଲୋଚନା କରିଥିବା ବେଳେ କୁକୁର ଉପଦ୍ରବକୁ ସିଧାସଳଖ ଅନୁଭବ କରୁଥିବା ବ୍ୟକ୍ତିବିଶେଷ ସ୍ବାଗତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବଲାଙ୍ଗୀର ଜିଲାରେ ପାରା ଆଥ୍‌ଲେଟ ଯୋଗେନ୍ଦ୍ର ଛତ୍ରିଆଙ୍କ ସମେତ ଦୁଇ ଜଣ କୁକୁର କାମୁଡ଼ାରେ ପ୍ରାଣ ହରାଇବା ଅସଂଖ୍ୟ ଘଟଣା ମଧ୍ୟରୁ ଗୋଟିଏ। ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତି ୧୦ ସେକେଣ୍ଡରେ ଜଣେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ବିଶ୍ୱରେ ଭାରତର ସବୁଠୁ ଅଧିକ ବୁଲା କୁକୁର ଥିବା ବେଳେ ଜଳାତଙ୍କ ରୋଗରେ ମଧ୍ୟ ସର୍ବାଧିକ ଭାରତୀୟଙ୍କ ମୃତ୍ୟୁ ଘଟୁଛି (ବିଶ୍ୱ ଜଳାତଙ୍କଜନିତ ମୃତ୍ୟୁର ୩୬ ପ୍ରତିଶତ)।
ଏଭଳି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏଥିରେ ବାସ୍ତବତାର ଘୋର ଅଭାବ ପରିଲକ୍ଷିତ ହେଉଛି। ମାତ୍ର ୮ ସପ୍ତାହ ମଧ୍ୟରେ ପାଖାପାଖି ୧୦ ଲକ୍ଷ କୁକୁରଙ୍କୁ ଦିଲ୍ଲୀ ବାହାରେ ଥଇଥାନ କରିବାକୁ ହେଲେ କେଉଁ ଆଶ୍ରୟସ୍ଥଳୀରେ ରଖାଯିବ କୋର୍ଟ କହିନାହାନ୍ତି। କୋର୍ଟଙ୍କୁ ମଧ୍ୟ ଜଣାଥାଇପାରେ ଏପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍‌ରେ ଗୋଟିଏ ବି ସରକାରୀ ଆଶ୍ରୟସ୍ଥଳୀ ନାହିଁ। ଏତେ ଅଧିକ ସଂଖ୍ୟକ କୁକୁରଙ୍କ ପାଇଁ କେତୋଟି ଓ କେତେ ବଡ଼ ଆଶ୍ରୟସ୍ଥଳୀର ଆବଶ୍ୟକତା ରହିବ, ତାହା ସକାଶେ ଜାଗା କେଉଁଠି ଚିହ୍ନଟ ହେବ, କେତେ ସମୟ ଭିତରେ ନିର୍ମାଣ କାର୍ଯ୍ୟ ସରିବ, କେତେ ସଂଖ୍ୟକ ଲୋକ ଆଶ୍ରୟସ୍ଥଳୀରେ ନିୟୋଜିତ ହେବେ, କେତେ ପ୍ରାଣୀ ଚିକିତ୍ସକ ଓ ଆମ୍ବୁଲାନ୍ସ ଦରକାର ପଡ଼ିବ ଏବଂ ଏସବୁ ସହ ଔଷଧ, ଟିକା, ଖାଦ୍ୟ ପାଇଁ କେତେ ଅର୍ଥ ଏକକାଳୀନ ଓ ନିୟମିତ ଭାବେ ଖର୍ଚ୍ଚ ହେବ; ସେ ବିଷୟରେ କିଛି କୁହାଯାଇନାହିଁ। ଏସବୁ ଦିଗ ସ୍ପଷ୍ଟ ନ ହେଲେ ୮ ସପ୍ତାହ କ’ଣ ୮ ବର୍ଷରେ ମଧ୍ୟ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା କାଠିକର ପାଠ। ସାଧାରଣତଃ ରାସ୍ତା ଉପରେ ବୁଲୁଥିବା ଗୋରୁଙ୍କର ମାଲିକ ଅଛନ୍ତି। ମ୍ୟୁନିସିପାଲିଟି ସେଗୁଡ଼ିକୁ ରାସ୍ତାରୁ ହଟାଇପାରୁ ନାହିଁ ।
ସେଭଳି ସ୍ଥଳେ କୁକୁରଙ୍କୁ ଥଇଥାନ କରିବା କଷ୍ଟକର ବ୍ୟାପାର। ସବୁଠାରୁ ବଡ଼ କଥା ହେଲା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ ଉପଯୁକ୍ତ ପଦ୍ଧତିରେ କରାଯିବା ଦରକାର। ସେଭଳି କୁକୁରଙ୍କ ଟ୍ୟାଗିଂ ହେଲେ ପ୍ରକ୍ରିୟା ଆହୁରି ସହଜ ହେବ। ଏଥିସହିତ ଜଳାତଙ୍କ ରୋଗ ନ ବ୍ୟାପିବା ସକାଶେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତେବେ ୨୦୨୪ର ଏକ ତଥ୍ୟରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୨୦୨୨-୨୩ରେ ୮ଟି ସହରରେ ୪,୬୦୫ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିଲା। ଆମ ରାଜ୍ୟରେ ୧୮ ଲକ୍ଷ କୁକୁର ମଧ୍ୟରୁ ଯଦି ଏହି ସୀମିତ ସଂଖ୍ୟାର ବନ୍ଧ୍ୟାକରଣକୁ ଦେଖାଯାଏ, ତେବେ ଟାର୍ଗେଟ ପୂରଣ କରିବା ଅସମ୍ଭବ ମନେହେଉଛି।
କୁକୁରଙ୍କ ସଂଖ୍ୟା ବୃଦ୍ଧି ଯେଭଳି ଉପଦ୍ରବ ସୃଷ୍ଟି କରୁଛି, ନିହାତି ପକ୍ଷେ ପ୍ରତିକାର ବ୍ୟବସ୍ଥା କରାଯାଉ। କିନ୍ତୁ ଏଥିଲାଗି ଗଭୀର ଅନୁଧ୍ୟାନ, ଆର୍ଥିକ ବ୍ୟବସ୍ଥା କରାଯାଇ ବାସ୍ତବଧର୍ମୀ ପଦକ୍ଷେପ ନିଆଗଲେ ପରିବର୍ତ୍ତନ ଆସିପାରନ୍ତା। ସେହିପରି କୁକୁର ପ୍ରେମୀ ଓ ପ୍ରାଣୀ ମଙ୍ଗଳ ସଙ୍ଗଠନଗୁଡ଼ିକ ଏହି କାର୍ଯ୍ୟରେ ସାମିଲ ହୋଇ ସକ୍ରିୟ ଯୋଗଦାନ କରିବା ସକାଶେ ଆଗେଇ ଆସିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?