କୋଟିଆର ଡୋଲିଆମ୍ବରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୨।୧(ସ୍ବ.ପ୍ର.) – ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଡୋଲିଆମ୍ବ ଗ୍ରାମରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ। ଜିଲାପାଳ ଅବଦଲ ଏମ. ଅଖତାରଙ୍କ ନିର୍ଦ୍ଦେଶରେ ପିଏ ଆଇଟିଡିଏ କାରୁ ସୋରେନଙ୍କ ତତ୍ୱାବଧାନରେ କୋଟିଆର ଡୋଲିଆମ୍ବ ଗ୍ରାମର ୩ଟି ଆଦିବାସୀ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ନେଇ ଗ୍ରାମର ୫ ଏକର ଜମିରେ ଏହି ଚାଷ ଆରମ୍ଭ କରାଯାଇଛି। ଏଥିରେ ପ୍ରାୟ ୪୫ ହଜାର ଷ୍ଟ୍ରବେରି ଗଛ ଲାଗିଛି । ଧାଡ ଧାଡି କରି ଚାରା ରୋପଣ କରାଯାଇ ଏହା ଉପରେ ପଲିଥିନ ଘୋଡାଯାଇଛି। ଚାଷୀ ଭାର୍ଗବ ଲାକେଇଙ୍କ ସହ ଆଇଟିଡିଏର ମିଳିତ ସହଯୋଗରେ ଏହି ଚାଷ କରାଯାଉଛି। ଆସନ୍ତା ୪୫ରୁ ୬୦ ଦିନ ମଧ୍ୟରେ ଏହା ଅମଳ ହେବ। ଏକରପ୍ରତି ପ୍ରାୟ ୨ ହଜାରରୁ ୫ହଜାର କେଜି ଷ୍ଟ୍ରବେରି ଅମଳ ହେବ ବୋଲି ଆଶା କରାଯାଉଛି।ଆଗାମୀ ଦିନରେ ଭଲ ପରିବେଶ ରହିଲେ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରିବ ବୋଲି ଆଇଟିଡିଏର କାର୍ଯ୍ୟକ୍ରମ ଅଧିକାରୀ କାଶିପ୍ରସାଦ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri