ଅଜବ ପ୍ରସ୍ତାବ

Dillip Cherian

ଏକଦା ପ୍ରଶଂସାରେ ପୋତି ଦିଆଯାଉଥିବା ମହାରାଷ୍ଟ୍ର ପୋଲିସ୍‌ର ଆଣ୍ଟି ଟେରରିଜମ୍‌ ସ୍କ୍ବାଡ୍‌ (ଏଟିଏସ୍‌) ଏବେ ତା’ ଚମକ ହରାଇବା ଭଳି ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ଏବଂ ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ ବିବାଦ ମଧ୍ୟରେ ଗତ କିଛିବର୍ଷ ହେବ ଏହାକୁ ଅଣାଯାଇଥିଲା ବୋଲି ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିଶ୍ୱାସ ରହିଛି। ତୀବ୍ର ରାଜନୈତିକ ବିବାଦ ଭିତରେ ଏବେ କିଛି ହାଇ ପ୍ରୋଫାଇଲ ମାମଲା ରହିଥିବାବେଳେ ରାଜ୍ୟରେ ଅନେକ ପୋଲିସ ଅଧିକାରୀ ଏଟିଏସ୍‌ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ମନେହେଉଛି। ଏଟିଏସ୍‌ରେ ବହୁ ପଦବୀ ଖାଲି ରହିଛି। ସେଗୁଡ଼ିକ ମଧ୍ୟରୁ ଅଳ୍ପ କିଛି ପଦବୀ ପୂରଣ କରିବା ଲାଗି ଏବେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ସଞ୍ଜୟ ପାଣ୍ଡେ ଆଗକୁ ବଢ଼ିଛନ୍ତି ଓ ଏଟିଏସ୍‌ ମୁମ୍ବାଇରେ ସୁପରିଣ୍ଟେଣ୍ଡେଣ୍ଟ ପାଇଁ ଦୁଇଟି ପଦବୀ ଫାଙ୍କା ରହିଥିବା ମେସେଜ ଫେସ୍‌ବୁକରେ ପୋଷ୍ଟ୍‌ କରିଛନ୍ତି। ପାଣ୍ଡେଙ୍କ ଏଭଳି କାର୍ଯ୍ୟରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆଗ୍ରହୀ ପ୍ରାର୍ଥୀମାନେ ବିଭାଗକୁ ଆବେଦନ କରିବାକୁ କିମ୍ବା ଫେସ୍‌ବୁକରେ ତାଙ୍କ ସହ ଯୋଗାଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟର ଏଟିଏସ୍‌ ମୁଖ୍ୟ ବିନିତ ଅଗ୍ରଓ୍ବାଲ ମଧ୍ୟ ସ୍କ୍ବାଡ୍‌ ପାଇଁ ଅଧିକ ଅଧିକାରୀଙ୍କୁ ନିଯୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କୁ ଲେଖିଛନ୍ତି। ଯଦିଓ ଏଟିଏସ୍‌ରେ ନିଯୁକ୍ତ ହେବା ଏକ ସମ୍ମାନର ବିଷୟ, ତଥାପି ପାଣ୍ଡେ ଅଧିକାରୀମାନଙ୍କୁ ଏଥିପ୍ରତି ଆକର୍ଷିତ କରିବା ଲାଗି ଭତ୍ତା ଆକାରରେ ଅଧିକ ୨୫ ପ୍ରତିଶତ ଦରମା ଦେବା ଲାଗି ପ୍ରସ୍ତାବ ଦେଇଛନ୍ତିି। ତାଙ୍କ କଥାରୁ ଜଣାପଡୁଛି ଯେ, ସୋସିଆଲ ମିଡିଆରେ ଦରଖାସ୍ତ କରିବା ଲାଗି ତାଙ୍କ ଅଣପରମ୍ପରାଗତ ତଥା ଅଜବ ପ୍ରସ୍ତାବ ବା ଦୃଷ୍ଟିକୋଣ ପୋଲିସ ଅଧିକାରୀମାନଙ୍କୁ ଉତ୍ସାହିତ କରିବାରେ ବିଫଳ ହୋଇଛି।
ମୂଲ୍ୟ ଦେବାକୁ ପଡ଼ିଲା
କେରଳର ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ଏବଂ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ମଧ୍ୟରେ ଲାଗିଥିବା ବିବାଦରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କିନ୍ତୁ କିଛି ସମୟ ପାଇଁ ଏହା ଏକ ଅଦ୍ଭୁତ ସ୍ଥିତି ସୃଷ୍ଟି କରିଥିଲା, ଯେଉଁଥିରେ ଖାନ୍‌ ରାଜ୍ୟ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କ ଦାବିରୁ ଓହରିବାକୁ ବାଧ୍ୟ ହୋଇଥିଲେ। ତେବେ ଆଉ ଏକ ବିବାଦରେ ଜଣେ ବାବୁଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା। ସାଧାରଣ ପ୍ରଶାସନ ବିଭାଗ(ଜିଏଡି)ର ପ୍ରମୁଖ ସଚିବ କେ.ଆର୍‌. ଜ୍ୟୋତିଲାଲଙ୍କୁ ବଦଳି କରାଯାଇଛି। ରାଜ୍ୟପାଳଙ୍କ ଅତିରିକ୍ତ ପିଏ ଭାବେ ଭାଜପା ନେତା ହରି କର୍‌ଥାଙ୍କ ନିଯୁକ୍ତି ଅର୍ଡର ସେ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବାରୁ ଖାନ୍‌ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟପାଳଙ୍କ ଇଚ୍ଛା ଅନୁଯାୟୀ କର୍‌ଥାଙ୍କ ନିଯୁକ୍ତିକୁ ସରକାର ଅନୁମୋଦନ କରିଥିଲେ ବୋଲି ଏହି ଅର୍ଡରରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ରାଜଭବନରେ ରାଜନେତାଙ୍କ ନିଯୁକ୍ତିର ଦୃଷ୍ଟାନ୍ତ ପୂର୍ବରୁ ନ ଥିଲା ବୋଲି କୁହାଯିବାରୁ ଏଥିତ୍ରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିତ୍ଲେ। ରାଜ୍ୟପାଳ ଏହାକୁ ଏକ ଅପମାନ ବୋଲି ଭାବିଲେ ଏବଂ ତାଙ୍କୁ ଶାନ୍ତ କରିବା ଲାଗି ମୁଖ୍ୟଶାସନ ସଚିବ ଭି.ପି. ଜୟଙ୍କ ହସ୍ତକ୍ଷେପ ଦରକାର ପଡ଼ିଲା। ଏପରି କି ବିଜୟନଙ୍କୁ ଏହି ଘଟଣାକୁ ଆଉ ଖରାପ ନ କରିବାକୁ ବୁଝାଇବାକୁ ପଡ଼ିଲା। ଏହି ବିବାଦକୁ ସହଜରେ ଟାଳିବା ଲାଗି ଜିଏଡିରୁ ଜ୍ୟୋତିଲାଲଙ୍କ ବଦଳି ଏକ ପ୍ରୟାସ ଥିଲା ବୋଲିି କୁହାଯାଉଛି।
ଆଇଏଏସ୍‌ ଅଭାବ
ରାଜ୍ୟରୁ ଅଧିତ୍କ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ଗତ ମାସରେ କେନ୍ଦ୍ର ସରକାର ଆଇଏଏସ୍‌ କ୍ୟାଡର ନିୟମ ସଂଶୋଧନ କରିବା ଲାଗି ଏକ ପ୍ରସ୍ତାବ ଆଣିଥିଲେ। ଏହା ଉପରେ ରାଜ୍ୟଗୁଡ଼ିକର ମତ ଚାହଁିଥିଲେ। ସରକାରଙ୍କ ଏହି ପଦକ୍ଷେପକୁ କର୍ନାଟକ ସମେତ ୧୧ଟି ରାଜ୍ୟ ବିରୋଧ କରିଥିଲେ। କିନ୍ତୁ କର୍ନାଟକ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଚାଲିଥିବାରୁ କର୍ନାଟକ ଏବେ ତା’ମତ ବଦଳାଇଛି। ତେବେ କର୍ନାଟକରେ ୬୩ ଜଣ ଅଧିକାରୀଙ୍କ ଅଭାବ ରହିଛି; ଯାହା ଫଳରେ ଏବେ ରାଜ୍ୟରେ ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଆଇଏଏସ୍‌ ଅଧିକାରୀମାନେ ଅନେକ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ସହର ବିକାଶ ଏବଂ ଜଳ ସଂସାଧନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାକେଶ ସିଂ ମଧ୍ୟ କର୍ନାଟନ ମିଲ୍କ ଫେଡେରେଶନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି। ଏଭଳି ଆହୁରି ଅନେକ ଦୃଷ୍ଟାନ୍ତ ରହିଛି। ବାସବରାଜ ବୋମାଇ ସରକାର ତାଙ୍କର ପ୍ରଥମ ମତ ପରିବର୍ତ୍ତନ କରିବା ଓ କେନ୍ଦ୍ର ତା ପ୍ରସ୍ତାବ ଜାରି ରଖିବା ଯୋଗୁ ସ୍ଥିତି ଆହୁରି ଖରାପ ହେବ। କୁହାଯାଉଛି, କେନ୍ଦ୍ରରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଥିବାରୁ ଏଭଳି ପ୍ରସ୍ତାବ ଆଣିବା ଲାଗିି ପ୍ରେରିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri