ଅଜବ ଅର୍ଡର

Dillip Cherian

ନିକଟରେ ସ୍ପେସିଆଲ ପ୍ରୋଟେକଶନ ଗ୍ରୁପ୍‌ (ଏସ୍‌ପିଜି)ର ମୁଖ୍ୟ ଭାବେ ଅରୁଣ କୁମାର ସିହ୍ନାଙ୍କ ନିଯୁକ୍ତିରେ କରାଯାଇଥିବା ତ୍ରୁଟି ବାବୁ ପରିସରରେ ଚିନ୍ତାର ଉଦ୍ରେକ କରିଛି। କାର୍ମିକ ଓ ପ୍ରଶାସନ ବିଭାଗ ( ଡିଓପିଟି) ଅପ୍‌ଲୋଡ୍‌ କରିଥିବା ଏକ ଅଜବ ଅର୍ଡର ବା ନିର୍ଦ୍ଦେଶରେ ଦର୍ଶାଇଥିଲା ଯେ, ସିହ୍ନା ଚୁକ୍ତିଭିତ୍ତିରେ ଏକ ବର୍ଷ ପାଇଁ ନିଯୁକ୍ତ ହେବେ। ଏଭଳି ନିର୍ଦ୍ଦେଶ ଜାରି ହେବାର ଏକ ଘଣ୍ଟା ପରେ ତାହାକୁ ପ୍ରତ୍ୟାହାର କରାଗଲା ଓ ଏକ ନୂଆ ନିର୍ଦ୍ଦେଶ ଜାରି କରାଯାଇ ସିହ୍ନାଙ୍କୁ ଏସ୍‌ପିଜି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଗଲା। ଏବେ କୁହାଯାଉଛି,ସିହ୍ନାକୁ ଚୁକ୍ତିଭିତ୍ତିରେ ଅଣାଯାଇଥିବା ପ୍ରଥମ ନିର୍ଦ୍ଦେଶ ଜାରି କରାଯାଇ ନ ଥିଲା। ଏହା ଏକ ଡ୍ରାଫ୍ଟ ଥିଲା ଯାହା ଭୁଲ୍‌ରେ ଡିଓପିଟି ଓ୍ବେବ୍‌ସାଇଟରେ ଅପ୍‌ଲୋଡ୍‌ ହୋଇଥିଲା। ଏପରି କି ଦୁଇଟି ଅର୍ଡରରେ ଜଣେ ଅଧିକାରୀ ସ୍ବାକ୍ଷର କରିଥିଲେ ଓ ତାହାକୁ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସମେତ ଅନେକ ବିଭାଗକୁ ପଠାଯାଇଥିବା ଚିହ୍ନତ ହୋଇଥିଲେ ମଧ୍ୟ ଏଭଳି କୁହାଯାଇଛି। ବୋକାଙ୍କ ଭଳି କରାଯାଇଥିବା ଏଭଳି ଏକ ତ୍ରୁଟି ପଛରେ ଏସ୍‌ପିଜି ମୁଖ୍ୟଙ୍କ ନିଯୁକ୍ତିକୁ ନେଇ କରାଯାଇଥିବା ଏସ୍‌ପିଜି ଆକ୍ଟ ଓ ନିୟମର ଏବେକାର ଗେଜେଟ ନୋଟିଫିକେଶନ ରହିଥିବା ମନେହେଉଛି। ଏହି ନିୟମଗୁଡ଼ିକ ସ୍ପଷ୍ଟ ଦର୍ଶାଏ ଯେ, ଏସ୍‌ପିଜି ମୁଖ୍ୟ ଅତରିକ୍ତ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କର ହେବା ଉଚିତ ଏବଂ ସର୍ବ ଭାରତୀୟ ସେବାଗୁଡ଼ିକର ଅଧିକାରୀମାନେ ଏସ୍‌ପିଜିରେ ସମାନ ସର୍ତ୍ତ ଓ ନିୟମ ଅନୁଯାୟୀ ନିଯୁକ୍ତ ହେବା ଆବଶ୍ୟକ। କେନ୍ଦ୍ର ସରକାରରେ ଥିବା ଏହିସବୁ ର଼୍ୟାଙ୍କର ଅଧିକାରୀମାନଙ୍କ ପାଇଁ ମଧ୍ୟ ଏହି ସର୍ତ୍ତ ଓ ନିୟମ ଲାଗୁ ହେବ। ଜଣେ ଅଧିକାରୀଙ୍କୁ ଚୁକ୍ତିଭିତ୍ତିରେ ଆଣିବାରେ ଏହି ସର୍ତ୍ତ ଓ ନିୟମ ଲାଗୁ ହୋଇ ନ ପାରିବାରୁ ଅର୍ଡରର ସଂଶୋଧନ ଆବଶ୍ୟକ ହୋଇଛି। କେତେଜଣ ପର୍ଯ୍ୟବେକ୍ଷକ କହନ୍ତି ଯେ,ଏହି ନିୟମଗୁଡ଼ିକ ବିଷୟରେ ଡିଓପିଟି ବାବୁମାନେ ଜାଣିନାହାନ୍ତି।
ଅବାଞ୍ଛିତ ବିଭେଦ
ପୂର୍ବତନ ଦିଲ୍ଲୀ ଜଳ ବୋର୍ଡ(ଡିଜେବି) ସିଇଓ ଉଦିତ୍‌ ପ୍ରକାଶ ରାୟଙ୍କ ସରକାରୀ ବାସଭବନର ନିର୍ମାଣ ପାଇଁ ଏକ ଐତିହ୍ୟସ୍ମାରକ ବହନ କରୁଥିବା ବିଲ୍ଡିଂକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ବିବାଦ ଦେଖାଦେବା ସହ ରାଜଧାନୀର ବାବୁମାନଙ୍କ ମଧ୍ୟରେ ବିଭେଦ ସାମ୍ନାକୁ ଆସିଛି। ତଦନ୍ତର ତଦାରଖ କରୁଥିବା ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସ୍ବତନ୍ତ୍ର ସଚିବ (ଭିଜିଲାନ୍ସ) ଓ୍ବାଇଭିଭିଜେ ରାଜଶେଖରଙ୍କ ବିରୋଧରେ ରାୟ ନିର୍ଯାତନା ଅଭିଯୋଗ ଆଣିିଛନ୍ତି । ତାଙ୍କ ବିରୋଧରେ ଏହା ରାଜନୈତିକ ପ୍ରରୋଚିତ ବୋଲି ରୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଜଶେଖର କହିଛନ୍ତି , ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ କରାଯାଇଛି ଓ ସବୁ ବିଷୟ ଠିକ୍‌ ଭାବେ ରେକର୍ଡ ହୋଇଛି। ଦିଲ୍ଲୀ ମଦ ଦୁର୍ନୀତି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବାସଭବନ ନବୀକରଣ ହେରଫେରର ତଦନ୍ତ କରୁଛନ୍ତି। ରାୟ ଏବେ ତାଙ୍କ ଅଭିଯୋଗର ନକଲ ଲ୍ୟୁଟ୍‌ନାଣ୍ଟ ଗଭର୍ନର ବିନୟ କୁମାର ସକ୍‌ସେନା, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଓ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଏ.କେ. ଭାଲାଙ୍କ ନିକଟକୁ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି , ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଏସ୍‌ଜେବି ଦ୍ୱାରା କରାଯାଇଥିବା ମିଳିତ ତଦନ୍ତ ରିପୋର୍ଟ ମଧ୍ୟଯୁଗୀୟ ଐତିହାସିକ ବିଲ୍ଡଂକୁ ଭାଙ୍ଗିବାକୁ ନିଶ୍ଚିତ କରିଥିବାରୁ ଏହି ରିପୋର୍ଟ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିର ଗୁରୁତ୍ୱ ବଢାଇଦେଇଛି। ଏହି ଦୃଷ୍ଟିକୋଣରୁ ନିର୍ଯାତନା ଅଭିଯୋଗକୁ ଦେଖିବା ଦରକାର। ଏଭଳି ଦାବି ଓ ପ୍ରତିଦାବିର ଲଢେଇ ଦିଲ୍ଲୀ ବାବୁ ପରିସରରେ ଅବାଞ୍ଛିତ ଫାଟ ବା ବିଭେଦ ସୃଷ୍ଟି କରିଛି ।
ଦୁର୍ଘଟଣାର କାରଣ
ବାଲେଶ୍ୱର ରେଳ ଦୁର୍ଘଟଣାରେ ଅନେକଙ୍କ ମୃତ୍ୟୁ ଘଟିଛି ଓ ଏହା ମନେପକାଇ ଦେଇଛି ଯେ, ସୁରକ୍ଷା ସର୍ବାଧିକ ପ୍ରାଥମିକତା ହେବା ଉଚିତ। ଏକ ବିଦ୍ୟୁତ ଚାଳିତ ଟ୍ରାକ୍‌ ପରିଚାଳନା ବ୍ୟବସ୍ଥା ଉପରେ ଅଧିକାରୀମାନେ ନିରୀକ୍ଷଣ କରୁଛନ୍ତି ଏବଂ ଏହାର ବିଫଳତା ଏହି ଭୟଙ୍କର ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି। ଏହା ପଛର ଆପରାଧିକ ସନ୍ଦେହ ଉପରେ ତଦନ୍ତ କରିବାକୁ ସିବିଆଇକୁ ଦାୟିତ୍ୱ ଦିଆଯାଇଛି। କେତେଜଣ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, ପାରିପାର୍ଶ୍ୱିକ ସ୍ଥିତିିରୁ ଜଣାପଡ଼ୁଛି ଦୁର୍ଘଟଣା ରେଲଓ୍ବେର ବ୍ୟବସ୍ଥାଗତ ସମସ୍ୟା ଯୋଗୁ ନୁହେଁ, ବରଂ ତାହା ମନୁଷ୍ୟକୃତ ଭୁଲ୍‌ ପାଇଁ ଘଟିଛି। କେଉଁ କାରଣଗୁଡ଼ିକ ଯୋଗୁ ଦୁର୍ଘଟଣା ଘଟୁଛି ତାହା ଭଲ ଭାବେ ଜଣା। ପୁରୁଣା ସିଗ୍‌ନାଲ ସିଷ୍ଟମ, ଅପର୍ଯ୍ୟାପ୍ତ ପରିଚାଳନା ପଦ୍ଧତି ଏବଂ ହାଇ ସ୍ପିଡ୍‌ ଟ୍ରେନ ଚଳାଚଳ ଆରମ୍ଭ କରିବାରେ ସରକାରଙ୍କ ଗୁରୁତ୍ୱ। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଦ୍ୱାରା ପ୍ରକାଶ କରାଯାଇଥିବା ରିପୋର୍ଟ ପ୍ରାଥମିକତା ନ ଥିବା କାର୍ଯ୍ୟ ଉପରେ ଅଧିମ ବ୍ୟୟ କରାଯିବା ଧାରାକୁ ପାଦକୁ ଆଣିଛି। ଏପରି କି ଟ୍ରାକ୍‌ ନବୀକରଣ ଓ ତାହାର ପରିଚାଳନା ପାଇଁ ଆବଣ୍ଟିତ ପାଣ୍ଠି ବି ଦ୍ରୁତ ଗତିରେ ହ୍ରାସ ପାଇଥିବା ଦର୍ଶାଇଛି। ଏହି ସମୟରେ ରେଳ ମନ୍ତ୍ରଣାଳୟର ବାବୁମାନେ କିଛି କହିବାର ସମ୍ଭାବନା ନ ଥିଲେ ବି ସିଗ୍‌ନାଲ ସୁରକ୍ଷା ଏବଂ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିବେଶ ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟ ପକ୍ଷରୁ ବି ଅନେକ ଥର ଲିଖିତ ଭାବେ ଦର୍ଶାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri