Posted inଫୁରସତ

ଅଜବ ଜିନ୍ସ

ଜିନ୍ସ ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌ ହୋଇ ନ ଥାଏ। ସବୁବେଳେ ଏହାର ଚାହିଦା ରହି ଆସିଛି। କାରଣ ସମୟକ୍ରମେ ଏହାର ଷ୍ଟାଇଲ୍‌ରେ ଆସିଛି ଅନେକ ପରିବର୍ତ୍ତନ। ହେଲେ କିଛି ଜିନ୍ସର ଷ୍ଟାଇଲ୍‌ ଏତେ ଅଜବ ଭାବେ ଡିଜାଇନ୍‌ କରାଯାଇଛି ଯେ, ତାକୁ ପିନ୍ଧିବାକୁ ହୁଏତ କେହି ଚାହିଁବେ…

ଏସିମେଟ୍ରିକାଲ ଜିନ୍ସ: ୟୁକ୍ରେନ୍‌ର ଫ୍ୟାଶନ ବ୍ରାଣ୍ଡ କସେନିୟା ଶନାଇଡର ଜିନ୍ସର ଏକ ନୂଆ ଫ୍ୟାଶନ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ସେ ହେଉଛି ଏସିମେଟ୍ରିକ ଜିନ୍ସ। ଏଥିରେ ଗୋଟିଏ ଗୋଡ଼ ଫିଟେଡ ଟାଇଟ୍‌ ଲେଗ୍‌ ହେଇଥିବାବେଳେ ଅନ୍ୟଟି ଓ୍ବାଇଡ୍‌ ଲେଗ୍‌ ହୋଇଥାଏ। ଅର୍ଥାତ୍‌ ଏଥିରେ ଦୁଇଟି ଷ୍ଟାଇଲ୍‌ର କମ୍ବିନେଶନ୍‌ ଦେଖିବାକୁ ମିଳେ।

ମେଶ୍‌ ଏସିମେଟ୍ରିକାଲ ଜିନ୍ସ: ଏସିମେଟ୍ରିକାଲ ଜିନ୍ସ ଭଳି ଏଥିରେ ବି ଗୋଟିଏ ଗୋଡ଼ ଟାଇଟ୍‌ ଲେଗ୍‌ ହୋଇଥିବାବେଳେ ଅନ୍ୟଟି ଓ୍ବାଇଡ ଲେଗ୍‌। ତେବେ ଓ୍ବାଇଡ ଲେଗ୍‌ର ଗୋଟିଏ ପାର୍ଶ୍ୱ ଟ୍ରାନ୍ସପରେଣ୍ଟ ହୋଇଥାଏ। ଫଳରେ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ କିଛି ଅଂଶ ଦେଖାଯାଏ।

ଓ୍ବାନ୍‌ ଲେଗ୍‌ଡ ଜିନ୍ସ: ଏହି ଜିନ୍ସ ତ ବହୁତ ଅଜବ। ଏହାର ଗୋଟିଏ ପଟ ଗୋଡ ନ ଥିବାବେଳେ ଅନ୍ୟ ଗୋଡ଼ଟି ପାଦ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ତେଣୁ ଏହି ଫ୍ୟାଶନ ଟ୍ରେଣ୍ଡକୁ ଆପଣେଇବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ।

ମିଟ୍‌ ନି’ ପ୍ୟାଚ୍‌ ଜିନ୍ସ: ରିପ୍ଡ ଜିନ୍ସ ତ ପ୍ରାୟ ସମସ୍ତେ ପିନ୍ଧିଥିବେ। ହେଲେ ଏହା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଜିନ୍ସର ଫଟା ଅଂଶରେ କଞ୍ଚା ତାଜା ମାଂସ ଦେଖିବାକୁ ମିଳେ। ଫଳରେ ଏହା ଦେଖିବାକୁ ବେଶ୍‌ ଅଜବ ଲାଗେ।

ମଡ୍‌ ସ୍ପ୍ଲାଟର୍ଡ ଜିନ୍ସ ଓ ଜ୍ୟାକେଟ୍‌: ସମସ୍ତେ ସଫା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ହେଲେ ଏହି ଜିନ୍ସ ଆପଣଙ୍କୁ ଦେବ ଡର୍ଟି ଲୁକ୍‌। କାରଣ ଏଥିରେ କାଦୁଅ ଦାଗ ଲାଗିବା ଭଳି ଡିଜାଇନ୍‌ ହୋଇଛି। ଖାଲି ଜିନ୍ସ ପ୍ୟାଣ୍ଟ ନୁହେଁ ଜ୍ୟାକେଟ୍‌ ବି ଏହି ଡିଜାଇନ୍‌ରେ ଉପଲବ୍ଧ ହେଉଛି।

କ୍ଲିୟର୍‌ ନି’ ପ୍ୟାଚ୍‌ ଜିନ୍ସ: ଏହି ଜିନ୍ସର ଆଣ୍ଠୁ ନିକଟରେ ଝରକା ପରି ଟ୍ରାନ୍ସପରେଣ୍ଟ ପ୍ୟାଚ୍‌ ରହିଥାଏ। ଫଳରେ ଆଣ୍ଠୁ ସମ୍ପୂର୍ଣ୍ଣଭାବେ ଦେଖାଯାଏ।

ଡବଲ୍‌ ଜିନ୍ସ: ଏଥିରେ ବୟଫ୍ରେଣ୍ଡ ଜିନ୍ସ ଓ ହାଇ ଓ୍ବେଷ୍ଟ ଜିନ୍ସର କମ୍ବିନେଶନ୍‌ ଦେଖିବାକୁ ମିଳେ। ଅର୍ଥାତ୍‌ ଉକ୍ତ ଜିନ୍ସର ଓ୍ବେଷ୍ଟ ଲାଇନ୍‌ ଦୁଇଟି। ଗୋଟିଏ ହାଇ ଓ୍ବେଷ୍ଟ ହୋଇଥିବାବେଳେ ଏହାର ତଳକୁ ବୟଫ୍ରେଣ୍ଡ ଜିନ୍ସର ଓ୍ବେଷ୍ଟ ରହିଛି।

ଡବଲ କଲର୍‌ ପ୍ୟାଣ୍ଟ: ଏହି ପ୍ୟାଣ୍ଟର ଦୁଇଟିଯାକ ଗୋଡ଼ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଅର୍ଥାତ୍‌ ଗୋଟିଏ ପଟ ବ୍ଲୁ ହୋଇଥିଲେ ଅନ୍ୟ ପଟ ବ୍ଲାକ୍‌ ହୋଇଥାଏ। ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri