Posted inଫୁରସତ

ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ

ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ ଶିକ୍ଷା କହିଲେ ଆମେ ବୁଝୁ ଯେ, ମାଟ୍ରିକ୍‌, ଇଣ୍ଟରମିଡ଼ିଏଟ୍‌ ତା’ପରେ ସ୍ନାତକ, ସ୍ନାତକୋତ୍ତର ନ ହେଲେ ଅତି ବେଶିରେ ବୃତ୍ତିଗତ ବା ବ୍ୟବସାୟିକ ଶିକ୍ଷା ନିମନ୍ତେ ଡିପ୍ଲୋମା ଆଦି ପାଠ୍ୟକ୍ରମ। ଏହାକୁ ଦୃଷ୍ଟିରେ ରଖି ଆମର ଜାତୀୟ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ ହୋଇଛି। ବାସ୍ତବରେ ଏତିକି ଯାଏ କ’ଣ ପାଠ ସୀମିତ? ଆଉ କ’ଣ କିଛି ପାଠ୍ୟକ୍ରମ ନାହିଁ? ଜାଣିଲୋ ଆଶ୍ଚର୍ଯ୍ୟ ଲାଗିବ ଯେ, ଏହାକୁ ବାଦ୍‌ଦେଇ ମଧ୍ୟ ଅନେକ ପ୍ରକାରର ପାଠ୍ୟକ୍ରମ ରହିଛି, ଯାହାକୁ ଆମେ ଅଜବ ବା ନିଆରା ବୋଲି କହିପାରିବା। ଆଉ ବିଭିନ୍ନ ଦେଶରେ ମଧ୍ୟ ସେହି ସବୁ ପାଠ୍ୟକ୍ରମର ପ୍ରଚଳନ ମଧ୍ୟ କରାଯାଇଛି।

ଭୂତ ବିଦ୍ୟା : ଭୂତ ବିଦ୍ୟା କଥା କହିଲେ ସମସ୍ତେ ବୁଝିଯିବେ। ତେବେ ଯଦି କୁହାଯାଏ ଯେ, ଭୂତ ବିଦ୍ୟାକୁ ନେଇ ପାଠ୍ୟ ଖସଡ଼ା ରହିଛି। ଗଣିତ, ବିଜ୍ଞାନ, ସାହିତ୍ୟ ପରି ଭୂତ ପାଠମଧ୍ୟ ପଢ଼ାଯାଉଛି ତା’ହେଲେ ନିଶ୍ଚିତ ଭାବରେ ଯେ କେହି ବିସ୍ମିତ ହେବ। ମାତ୍ର ଏହା ହିଁ ସତ। ଉତ୍ତରପ୍ରଦେଶର ବାରାଣସୀସ୍ଥିତ କାଶୀଠାରେ ରହିଛି ହିନ୍ଦୀ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟର ଏକ ପାଠ୍ୟକ୍ରମ ହେଉଛି ଭୂତ ବିଜ୍ଞାନ ବା ଯାହାକୁ ଇଂଲିଶରେ କୁହାଯାଉଛି Science of Paranormal. ଏହା ହେଉଛି ଏକ ୬ ମାସିଆ କୋର୍ସ। ଏଥିରେ ରହିଥିବା ପାଠ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ମାନସିକ ବିକୃତି, ମାନିଆ, ଅନ୍ଧାର ପ୍ରତି ଭୟ ତଥା ଏସବୁର ଉପଚାର ଏବଂ ମନୋଚିକିତ୍ସା। ଅନ୍ୟ ପାଠ୍ୟକ୍ରମରେ ଯେପରି ବିଧିବଦ୍ଧ ପରୀକ୍ଷା ହୋଇଥାଏ ଏବଂ ସାର୍ଟିଫିକେଟ୍‌ ମିଳିଥାଏ ଏହି ଭୂତ ପାଠ୍ୟକ୍ରମରେ ମଧ୍ୟ ସେପରି ସାର୍ଟିଫିକେଟ୍‌ ପରୀକ୍ଷା ହୋଇଥାଏ।

ପତିପତ୍ନୀ କୋର୍ସ : ସୁଖୀ ସଂସାରର ମୂଳ ହେଉଛନ୍ତି ପତି ପତ୍ନୀ। ପତିପତ୍ନୀଙ୍କ ମଧ୍ୟରେ ଯଦି ମଧୁର ଦାମ୍ପତ୍ୟ ପ୍ରେମ ରହିଥାଏ ତଥା ସେମାନେ ଭଲ ପତିପତ୍ନୀ ହୋଇଥାନ୍ତି ତା’ହେଲେ ସେମାନଙ୍କଠାରୁ ଉତ୍ତମ ସନ୍ତାନମାନ ଜନ୍ମ ହୋଇ ଏ ପୃଥିବୀକୁ ବୈକୁଣ୍ଠରେ ରୂପାନ୍ତରିତ କରିଥାନ୍ତି। ତେବେ କେବଳ ବାହା ହୋଇଗଲେ କିମ୍ବା ସାଥିରେ ରହି ସନ୍ତାନ ଜନ୍ମ କରିଦେଲେ କେହି ପତି ପତ୍ନୀ ହୋଇପାରନ୍ତି ନାହିଁ। ସେଥିପାଇଁ ଲୋଡ଼ା ତ୍ୟାଗ, ପ୍ରେମ ତଥା ତପସ୍ୟା। କେମିତି ଜଣେ ଭଲ ସ୍ବାମୀ ହେବ ବା କେମିତି ଜଣେ ଭଲ ସ୍ତ୍ରୀ ହୋଇପାରିବ ସେଥିଲାଗି ମଧ୍ୟ ଏକ ପାଠ୍ୟକ୍ରମ ରହିଛି। ଏଭଳି ପାଠ ପଢ଼ାଯାଉଛି ଇଣ୍ଡୋନେସିଆର କେତେକ ୟୁନିଭର୍ସିଟିରେ। ଏହା ହେଉଛି ଏକ ତିନିମାସିଆ ପ୍ରି’ଓ୍ବେଡିଂ କୋର୍ସ। ଅବିବାହିତ ପୁଅଝିଅଙ୍କୁ ଏହି ଶିକ୍ଷାରେ ପ୍ରାଥମିକତା ଦିଆଯାଇଥାଏ। ଏଥିରେ ପରସ୍ପର ପ୍ରତି କଥାବାର୍ତ୍ତା, ବ୍ୟବହାର, ପରସ୍ପରକୁ କେମିତି ବୁଝିବା, ଗୋଟିଏ ପରିବାରକୁ କେମିତି ମ୍ୟାନେଜ୍‌ କରିବା, ମନୋବିଜ୍ଞାନ, ସମାଜ ବିଜ୍ଞାନ, ପ୍ରେମ, ସହବାସ ତଥା ସନ୍ତାନଜନ୍ମ ଏବଂ ତାହାର ରକ୍ଷଣାବେକ୍ଷଣ ଆଦି ଶିକ୍ଷା ଦିଆଯାଇଥାଏ ଓ ତାହାର ସାର୍ଟିଫିକେଟ୍‌ ପରୀକ୍ଷା ମଧ୍ୟ ହୋଇଥାଏ।

ସୁନ୍ଦରୀ ହେବାର ଶିକ୍ଷା: ଏହା ମୁଖ୍ୟତଃ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ କୋର୍ସ। ସବୁ ମହିଳା ଚାହାନ୍ତି ସୁନ୍ଦରୀ ଦିଶିବାକୁ। ନିଜ ରୂପରେ ଅନ୍ୟକୁ ଆକର୍ଷିତ କରିବାକୁ। ତେବେ ସୁନ୍ଦରୀ ବନିବା ବି ଗୋଟେ କଳା। ନିଜର ବାହ୍ୟ ରୂପକୁ ଆକର୍ଷିତ କରିବା, ଅନ୍ତରୀଣ ବିଶ୍ୱାସ ବୃଦ୍ଧି କରିବା, ଅଙ୍ଗଭଙ୍ଗୀରେ ସୁଧାର ଆଣିବା, କଥା କହିବା ବେଳର ଆଚରଣରେ ଶୁଦ୍ଧତା ଆଦି ଏହି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ଆମେରିକାର ଓବର୍ଲିନ୍‌ କଲେଜ୍‌ରେ ଏହି ପାଠକ୍ରମ ପ୍ରଚଳିତ। ବିଶ୍ୱ ସୁନ୍ଦରୀ ଆଦି ପ୍ରତିଯୋଗିତାରେ ଭାଗନେବାକୁ ଆଗ୍ରହୀ ଥିବା ଯୁବତୀମାନେ ଏଠାରେ ଆଡ୍‌ମିଶନ୍‌ ନେଇଥାନ୍ତି।

ପାଣି ଫୋଟକା ପାଠ୍ୟକ୍ରମ : ଏହା ନିଶ୍ଚିତ ଭାବରେ ଓଠରେ ହସ ନେଇ ଆସିବ। ପାଣି ଫୋଟକାକୁ ନେଇ କ’ଣ ଗୋଟେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ? ବାସ୍ତବରେ ସେମିତି ବି ଏକ ପାଠ୍ୟକ୍ରମ ରହିଛି କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ। ଏହି ପାଠ୍ୟକ୍ରମର ନାମ ରହିଛି Cavitation and Bubble Dynamics. ମଜାର କଥା ହେଉଛି ସବୁ ଛାତ୍ରୀଛାତ୍ର ଏହାକୁ ପଢ଼ିପାରିବେ ନାହିଁ। କେବଳ ସାଇନ୍ସ ବା ବିଜ୍ଞାନରେ ଭଲ ନମ୍ବର ରଖିଥିବା ଛାତ୍ରୀଛାତ୍ରମାନଙ୍କୁ ଏଥିରେ ଆଡମିଶନ୍‌ ମିଳିଥାଏ। କାରଣ ଏହା ହେଉଛି ଏକ ଫିଜିକ୍ସ ପାଠ୍ୟକ୍ରମ।

ହ୍ୟାରି ପୋଟର୍‌ ଓ ଗେମ୍‌ ଅଫ୍‌ ଥ୍ରୋନ୍ସ : ହ୍ୟାରିପୋଟର୍‌ ତଥା ଗେମ୍‌ ଅଫ୍‌ ଥ୍ରୋନ୍ସ ଫିଲ୍ମ ସବୁ ଅନେକଙ୍କର ପ୍ରିୟ। ଏହି ଦୁଇଟି ହେଉଛି ଫାଣ୍ଟାସୀ ଫିଲ୍ମ। କଲିକତାର ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ଜୁରିଡିକାଲ୍‌ ସାଇନ୍ସେସ୍‌ରେ ଏହାକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। କିଭଳି ଫାଣ୍ଟାସୀ ତିଆରି କରାଯାଏ, ଏହାର ଲେଖକମାନେ କିଭଳି ଏସବୁକୁ ଲେଖିଲେ ସେସବୁ ରହିଛି ଏହି ପାଠ୍ୟକ୍ରମରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri