ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ ବୈଶ୍ୱିକ ତୈଳ ପରିବହନ କ୍ଷେତ୍ରରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ଇରାନ ଏବଂ ଓମାନ ଉପକୂଳ ସମେତ ୟୁଏଇ ଉପକୂଳକୁ ଲାଗି ରହିଥିବା ମାତ୍ର ୩୩ କି.ମି ଚଉଡ଼ା ବିଶିଷ୍ଟ ଏହି ସାମୁଦ୍ରିକ ପଥ ଉତ୍ତରରେ ପାରସ୍ୟ ସାଗର ଏବଂ ଦକ୍ଷିଣରେ ଆରବସାଗରକୁ ଯୋଡୁଛି। ଅନ୍ତର୍ଜାତୀୟ ତୈଳ ପରିବହନ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଶହ ବର୍ଷ ତଳେ ଏହି ସାମୁଦ୍ରିକ ପଥ ଦେଇ ଚାଇନା ସମେତ ଅନ୍ୟ ବହୁ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଉପସାଗରୀୟ ଦେଶଗୁଡିକ ସହ ବାଣିଜ୍ୟ କାରବାର କରୁଥିଲେ। ହେଲେ ସାମ୍ପ୍ରତିକ ସମୟରେ ଏହି ସାମଦ୍ରିକ ପଥ ବିଶ୍ୱର ବୃହତ୍‌ ଏନର୍ଜି କରିଡର୍‌ ଭାବେ ପ୍ରତିଷ୍ଠାଲାଭ କରିଛି। ବିଶ୍ୱର ପ୍ରମୁଖ ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବ, ୟୁଏଇ, କାତାର୍‌, ଇରାକ୍‌, ଇରାନ, ବାହାରିନ୍‌ ଏବଂ କୁଏତ୍‌ରୁ ଏହି ପଥ ଦେଇ ବିଶ୍ୱର ବିଭିନ୍ନ ଭାଗକୁ ତୈଳ ଓ ଗ୍ୟାସ୍‌ ପରିବହନ ହୋଇଥାଏ। ଏହି ପଥ ଦେଇ ବିଶ୍ୱର ୨୦ରୁ ୨୫ ପ୍ରତିଶତ ଅଶୋଧିତ ପେଟ୍ରୋଲିୟମ ପରିବହନ ହୋଇଥିଲା ବେଳେ ଦୈନିକ ୨୦ ନିୟୁତ ବ୍ୟାରେଲ୍‌ରୁ ଅଧିକ ତୈଳ ପରିହନ ହୋଇଥାଏ। ମାଲାକା ଷ୍ଟ୍ରେଟ୍‌ ହେଉଛି ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ପଥ, ଯେଉଁ ପଥ ଦେଇ ଦୈନିକ ୩.୩ ନିୟୁତ ବ୍ୟାରେଲ ତୈଳ ପରିବହନ ହୋଇଥାଏ। ଏହାପରେ ହୋର୍ମୁଜ୍‌ ହେଉଛି ଦ୍ୱିତୀୟ ବୃହତ୍‌ ସାମୁଦ୍ରିକ ପଥ, ଯେଉଁଠି ଉପରୋକ୍ତ ପରିମାଣର ତୈଳ ଓ ଗ୍ୟାସ୍‌ ପରିହବନ ହୋଇଥାଏ। କାତାର ବିଶ୍ୱର ସର୍ବବୃହତ୍‌ ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନକାରୀ ରାଷ୍ଟ୍ର ରୂପେ ଏହାର ଶତପ୍ରତିଶତ ଗ୍ୟାସ୍‌ ଏହି ପଥ ଦେଇ ରପ୍ତାନି କରିଥାଏ। କାତାର ବ୍ୟତୀତ ଅନ୍ୟ ଦେଶର ଗ୍ୟାସ୍‌ ମଧ୍ୟ ଏହି ପଥ ଦେଇ ପରିବହନ ହୋଇଥିଲା ବେଳେ ବିଶ୍ୱର ଅନୂ୍ୟନ ୪୦ ଭାଗ ଉତ୍ପାଦିତ ଗ୍ୟାସ୍‌ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ପରିବହନ ହୋଇଥାଏ। ଫଳରେ ଏହି ସାମୁଦ୍ରିକ ପଥ ବୈଶ୍ୱିକ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେରିକା-ଇସ୍ରାଏଲ ଆକ୍ରମଣକୁ ନେଇ ଇରାନ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡିକ ଉପରେ ଆକ୍ରମଣ କରିବା ଘଟଣା ହୋର୍ମୁଜ୍‌ ସାମୁଦ୍ରିକ ପଥ ଦେଇ ତୈଳ ଓ ଗ୍ୟାସ୍‌ ପରିବହନ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ବୈଶ୍ୱିକ ତୈଳ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ସହ ଅର୍ଥନୀତି ପରୋକ୍ଷରେ ପ୍ରଭାବିତ ହେବା ଆଶଙ୍କା ବଢାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri