Posted inଫୁରସତ

ରୁଚି ଦେଇଛି ପରିଚୟ

ବାଲେଶ୍ୱର ଜିଲା ଚାନ୍ଦିପୁର ଗ୍ରାମର ମା’ ମମତା ଏବଂ ବାପା କୃଷ୍ଣ କୁମାର ମହାନ୍ତିଙ୍କ କନ୍ୟା ପ୍ରତ୍ୟାଶା ପ୍ରିୟମ୍ବଦା। ନୃତ୍ୟ କରିବାକୁ ପିଲାଟିଦିନୁ ତାଙ୍କର ରୁଚି ରହିଆସିଛି। ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଥର ନୃତ୍ୟ ଓ ଅଭିନୟ ପରିବେଷଣ କରିଥିଲେ। ଏହା ପରେ ସେ ଦୁଇ ବର୍ଷ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କଲେ। ପରେ ସ୍କୁଲ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣରୁ ସେ ଦୀର୍ଘଦିନ ନିଜ ରୁଚିଠାରୁ ଦୂରେଇ ରହିଥିଲେ। କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ରୁଦ୍ରରଂଜନ ଶେଜପଡ଼ାଙ୍କ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇଲେ। ଯେଉଁଥିରେ ବିନା ଡାଇଗଲ୍‌ରେ କେବଳ ଅଭିନୟ ଦ୍ୱାରା ସମାଜକୁ ମୃତ୍ତିକା ସଂରକ୍ଷଣ ଉପରେ ବାର୍ତ୍ତା ଦେଇ ସେ ଦର୍ଶକଙ୍କ ମନ ଜିଣି ପାରିଥିଲେ। ଏହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଦି ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇ ଚର୍ଚ୍ଚାରେ ରହିଛି। ସାମ୍ବାଦିକତା କରୁଥିବା ପ୍ରତ୍ୟାଶାଙ୍କର ଗପ ରଚନାରେ ରୁଚି ରହିଛି। ତାଙ୍କର ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଥିବା ବେଳେ ଗଳ୍ପ ରଚନା ପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କୁ ମିଳିଛି ବାଲେଶ୍ୱର ପରୀ-୨୦୧୯ ସମ୍ମାନ, କ୍ଷୁଦ୍ର ଗଳ୍ପ ପାଇଁ ଉଦୟ ରାଗ ସମ୍ମାନ-୨୦୧୯। ଏହାବ୍ୟତୀତ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫୁଲ୍‌’ ଦୁଇଥର ପୁରସ୍କୃତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri