Posted inଫୁରସତ

ରୁଚି ଦେଇଛି ପରିଚୟ

ବାଲେଶ୍ୱର ଜିଲା ଚାନ୍ଦିପୁର ଗ୍ରାମର ମା’ ମମତା ଏବଂ ବାପା କୃଷ୍ଣ କୁମାର ମହାନ୍ତିଙ୍କ କନ୍ୟା ପ୍ରତ୍ୟାଶା ପ୍ରିୟମ୍ବଦା। ନୃତ୍ୟ କରିବାକୁ ପିଲାଟିଦିନୁ ତାଙ୍କର ରୁଚି ରହିଆସିଛି। ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଥର ନୃତ୍ୟ ଓ ଅଭିନୟ ପରିବେଷଣ କରିଥିଲେ। ଏହା ପରେ ସେ ଦୁଇ ବର୍ଷ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କଲେ। ପରେ ସ୍କୁଲ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣରୁ ସେ ଦୀର୍ଘଦିନ ନିଜ ରୁଚିଠାରୁ ଦୂରେଇ ରହିଥିଲେ। କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ରୁଦ୍ରରଂଜନ ଶେଜପଡ଼ାଙ୍କ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇଲେ। ଯେଉଁଥିରେ ବିନା ଡାଇଗଲ୍‌ରେ କେବଳ ଅଭିନୟ ଦ୍ୱାରା ସମାଜକୁ ମୃତ୍ତିକା ସଂରକ୍ଷଣ ଉପରେ ବାର୍ତ୍ତା ଦେଇ ସେ ଦର୍ଶକଙ୍କ ମନ ଜିଣି ପାରିଥିଲେ। ଏହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଦି ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇ ଚର୍ଚ୍ଚାରେ ରହିଛି। ସାମ୍ବାଦିକତା କରୁଥିବା ପ୍ରତ୍ୟାଶାଙ୍କର ଗପ ରଚନାରେ ରୁଚି ରହିଛି। ତାଙ୍କର ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଥିବା ବେଳେ ଗଳ୍ପ ରଚନା ପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କୁ ମିଳିଛି ବାଲେଶ୍ୱର ପରୀ-୨୦୧୯ ସମ୍ମାନ, କ୍ଷୁଦ୍ର ଗଳ୍ପ ପାଇଁ ଉଦୟ ରାଗ ସମ୍ମାନ-୨୦୧୯। ଏହାବ୍ୟତୀତ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫୁଲ୍‌’ ଦୁଇଥର ପୁରସ୍କୃତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri