Posted inଫୁରସତ

ନଡ଼ା କାରିଗରୀ

ନଡ଼ାରେ ତିଆରି ବିଭିନ୍ନ କଳାକୃତି ପ୍ରଦର୍ଶନ କରି ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ପ୍ରଶଂସିତ ହୋଇପାରିଛନ୍ତି ସେ । ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ପ୍ରଦୀପ୍ତ କୁମାର ନାୟକ, ପିତା ମୁରଲିଧର ନାୟକ, ମା’ କଲ୍ୟାଣୀ ନାୟକ। ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରାଳ ଗାଁରେ । ସେ କୁହନ୍ତି, ମା’ବାପାଙ୍କୁ ଲୁଚାଇ ସ୍କୁଲ ବୟସରୁ ପାଠପଢ଼ା ସହିତ ରଫ୍‌ ଖାତା ଓ ଭେଲ୍‌ଭେଟ୍‌ କାଗଜ, ଦିଆସିଲି କାଠିକୁ ନେଇ ବିଭିନ୍ନ ଚିତ୍ର ତିଆରି କରୁଥିଲି । ଅନେକ ପରିତ୍ୟକ୍ତ ସାମଗ୍ରୀକୁ ନେଇ ବିଭିନ୍ନ କଳାକୃତି ଓ ଚିତ୍ର କରୁଥିଲି। ୧୯୮୯ରେ ହାଇସ୍କୁଲ ପଢ଼ା ସରିଲା ପରେ କଲେଜରେ ପଢିଲି। ସେହି ସମୟରେ ନଡ଼ାରେ ଚିତ୍ର କରିବାକୁ ମନସ୍ଥ କଲି। ଏଥିପାଇଁ ଧାନ ଅମଳ ସମୟରେ ନଡ଼ାକୁ ସଂଗ୍ରହ କରିବାକୁ ପଡ଼ିଥାଏ। କିଛିଦିନ ସେହି ନଡ଼ା ପାଣି ଖାଇଲା ପରେ ହଳଦିଆ ପଡ଼ିଯାଏ। ପରେ ସେହିନଡ଼ାକୁ ପରିଷ୍କାରକରି ସାଇଜ୍‌କରି କାଟି ରଖିଥାଏ। ନଡ଼ାର ଦୁଇଟି ରୂପ ରହିଛି – ଗୋଟିଏ ସୂକ୍ଷ୍ମଅଂଶକୁ ବ୍ଲେଡ୍‌ରେ ଚିରି ପଲିଶ୍‌ କରାଯାଏ, ଏହାକୁ ଫାଇବର କୁହନ୍ତି। କିନ୍ତୁ ଚିତ୍ରର ଆକାର ଅନୁସାରେ ସାଇଜ୍‌ ହୋଇ କଟାଯାଇଥିବା ନଡ଼ାକୁ ପାଣିରେ ଭିଜାଇ ଖରାରେ ଶୁଖାଇଥାଏ। ଡ୍ରଇଂ ଶିଟ୍‌ରେ ଅଙ୍କନ ହୋଇଥିବା ଚିତ୍ରକୁ ଟ୍ରେନ୍ସଂପେପର କିମ୍ବା ପିଚ୍‌ ବୋର୍ଡ ଫ୍ରେମ୍‌ରେ କଳାକପଡ଼ା ଉପରେ ଅଙ୍କିତ ଚିତ୍ରରେ ଆବଶ୍ୟକ ମୁତାବକ ନଡ଼ାର ବିଭିନ୍ନ ଅଂଶକୁ ଅଠା ସାହାଯ୍ୟରେ ଲଗାଯାଇଥାଏ। ଏଥିରେ କୌଣସି ରଙ୍ଗ ଦିଆଯାଇ ନ ଥାଏ। ଏହି ନଡ଼ାକଳାକୃତିକୁ ୧୯୯୩ରେ ବିହାରର ରାଞ୍ଚତ୍ଠାରେ ଆୟୋଜିତ ଜାତୀୟ ଶିଶୁକଳା କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଥିଲି। ସେହିପରି ୧୯୯୪ରେ ଦୁର୍ଗାପୁରଠାରେ ଏକ୍ସପୋ-ସ୍ପେଶାଲ ଟ୍ରେଡ୍‌ ଫେୟାରରେ ନଡ଼ା ଚିତ୍ରକଳା ପ୍ରଦର୍ଶିତ କରାଯାଇଥିଲା। ୧୯୯୫ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଉପଲକ୍ଷେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ମେଳା, ପୁରୀ ବେଳାଭୂମି ମହୋତ୍ସବ, ୧୯୯୬ରେ ସିଲିଗୁଡ଼ିଠାରେ ଆୟୋଜିତ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟର ପ୍ରଦର୍ଶନୀ ମେଳାରେ ନଡ଼ା କଳାକୃତି ପ୍ରଦର୍ଶନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା ଓ ଉତ୍ସବରେ ଏହି କଳାକୃତିକୁ ପ୍ରଦର୍ଶିତ କରିଆସୁଛି। ଏବେ ଆମ ଜିରାଳ ଗ୍ରାମରେ ମା’ କଲ୍ୟାଣୀ ନଡ଼ା କଳା ତାଲିମ କେନ୍ଦ୍ର ଖୋଲି ଶତାଧିକ ଯୁବତୀ ଓ ମହିଳାଙ୍କୁ ତାଲିମ ଦେଉଛି। ବିଭିନ୍ନ ହସ୍ତକଳା ପ୍ରଦର୍ଶନୀରେ ନଡ଼ାରେ ତିଆରି ବିଭିନ୍ନ ଦେବୀଦେବଙ୍କ ଚିତ୍ର, ନାନା ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ଗଛ, ଫୁଲ ଫଳ ଆଦି କଳାକୃତିକୁ ତିଆରିକରି ପ୍ରାୟ ୨ଶହଟଙ୍କାରୁ ଆରମ୍ଭକରି ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ଏହି ନଡ଼ାତିଆରି କଳାକୃତିକୁ ବିକ୍ରି କରାଯାଇଥାଏ। ଆମ ରାଜ୍ୟର ହସ୍ତକଳାକାରିଗରିରେ ଏହି ନଡ଼ାକଳା ଭିନ୍ନ ପରିଚୟସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri