Posted inଖେଳ

ମନେପଡ଼ିବେ ମାରାଡୋନା

ରେଫରିଙ୍କ ହ୍ବିସିଲ ବାଜିବ। ପଡ଼ିଆରେ ଖେଳାଳିମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବ। ସମର୍ଥକମାନେ ଗ୍ୟାଲେରିରେ ନାଚିବେ। ଏସବୁ ଦେଖିବାକୁ ମିଳିବ କାତାରରେ। କିନ୍ତୁ ଜଣେ ଅନୁପସ୍ଥିତ ରହିବେ। ଲୋକେ ତାଙ୍କୁ ‘ଗଡ୍‌ ଅଫ୍‌ ଫୁଟ୍‌ବଲ’ କହୁଥିବା ବେଳେ ଅନ୍ୟ କେତେକ ତାଙ୍କୁ ‘କିଙ୍ଗ୍‌’ ବୋଲି କହିଥାନ୍ତି। ସେ ଯାହା ହେଉ ନା କାହିଁକି ରବିବାର ଆରମ୍ଭ ହେବାକୁଥିବା ଫୁଟ୍‌ବଲ ବିଶ୍ୱକପ୍‌ରେ ଡିଏଗୋ ମାରାଡୋନାଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ, ଯିଏକି ଖେଳ ପାଇଁ ସବୁକିଛି ଦେଇଛନ୍ତି। ଆମେ ଏଥର ତାଙ୍କୁ ମିସ୍‌ କରିବା। ବେଳେବେଳେ ମୁଁ ଭାବେ ସେ ଏବେ ମଧ୍ୟ ଜୀବିତ ଅଛନ୍ତି। ମାରାଡୋନା ବିଶ୍ୱକପ୍‌ କେବେ ମିସ୍‌ କରନ୍ତି ନାହିଁ। ଦର୍ଶକଙ୍କ ମହଲରେ ସେ ତାଙ୍କ ଆର୍ଜେଣ୍ଟିନା ଦଳକୁ ଉତ୍ସାହିତ କରିଥାନ୍ତି। ସେ ସବୁବେଳେ ମନେପଡ଼ିବେ। ନଭେମ୍ବର ୨୫ରେ ତାଙ୍କର ମୃତ୍ୟୁ ବାର୍ଷିକୀ ପଡୁଛି ତାହା ପୁଣି ବିଶ୍ୱକପ୍‌ ଚାଲିଥିବା ବେଳେ। ଲୋକେ ତାଙ୍କ ପ୍ରତି କ୍ରମାଗତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି। ଆହୁରି ଅନେକ କିଛି ଦେଖିବାକୁ ମିଳିବ। ମେକ୍ସିକୋର ଫେଡେରାଲ ଡିଷ୍ଟ୍ରିକ୍ଟରେ ପହଞ୍ଚତ୍ବା ପରେ ମାରାଡୋନାଙ୍କୁ ନେଇ ମୋର ସୁନ୍ଦର ସ୍ମୃତି ରହିଛି। ଆମେ ସେତେବେଳେ କ୍ଲବ ଆମେରିକାରେ ଟ୍ରେନିଂ ନେଉଥିଲୁ। ସେ ଆମକୁ ଖୁବ୍‌ ଉତ୍ସାହିତ କରୁଥିଲେ, ସତେଯେମିିତି ସେ ଆମର ଲିଡର। ମୋ ଜୀବନରେ ସେ ଜଣେ ଅନନ୍ୟ ଚରିତ୍ର ଥିଲେ। ବିଶ୍ୱକପ୍‌ ସମୟର ଗୋଟିଏ କଥା ମୋର ମନେପଡୁଛି। ଆମେ ୪ରୁ ୫ଜଣ ଖେଳାଳି ତାଙ୍କ ସହିତ ଏକାଠି ଭୋଜନ କରିଥିଲୁ। ମାରାଡୋନା ସେତେବେଳେ ଆମକୁ କହିଥିଲେ, ପ୍ରତିଦ୍ୱନ୍ଦ୍ୱୀ ଦଳର ଖେଳାଳି ତାଙ୍କୁ ରୋକିବାକୁ ଚେଷ୍ଟା କରିଥାନ୍ତି। ତାଙ୍କୁ କିକ୍‌ ମଧ୍ୟ କରିଥାନ୍ତି। କିନ୍ତୁ ବଲ୍‌ ଯେତେବେଳେ ତାଙ୍କ ନିୟନ୍ତ୍ରଣକୁ ଚାଲି ଆସେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳି ତାଙ୍କୁ ରୋକିବାରେ ସମର୍ଥ ହୋଇ ନ ଥାନ୍ତି। ତାଙ୍କର ଏହି ବାର୍ତ୍ତା ଆମକୁ ପ୍ରେରଣା ଦେଇଥିଲା। ଯାହାଫଳରେ ସେହି ବିଶ୍ୱକପ୍‌ରେ ଆମେ ଶତ ପ୍ରତିଶତ ପ୍ରଦର୍ଶନ କରିପାରିଥିଲୁ। ୬୦ବର୍ଷ ବୟସରେ ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଏହା ଏକ ଧକ୍କା ଥିଲା, ଯାହାକି ଦେଶକୁ ଏକପ୍ରକାର ପଙ୍ଗୁ କରିଦେଇଥିଲା। ୧୯୮୬ରୁ ୨୦୨୨ ଅର୍ଥାତ୍‌ ମେକ୍ସିକୋରୁ କାତାର ପର୍ଯ୍ୟନ୍ତ ପ୍ରଥମଥର ଶୀତ ଋତୁରେ ବିଶ୍ୱକପ୍‌ ଅନୁଷ୍ଠିତ ହେଉଛି, ତାହା ପୁଣି ସିନ୍ଥେଟିକ୍‌ ଘାସ ଓ ବହୁ କଟକଣା ମଧ୍ୟରେ। ୧୯୮୬ ବିଶ୍ୱକପ୍‌ ଗୌରବ ଫେରାଇ ଆଣିବା ଦାୟିତ୍ୱ ବର୍ତ୍ତମାନ ଲିଓନେଲ ମେସିଙ୍କ ଉପରେ। ଜଣେ ଆର୍ଜେଣ୍ଟାଇନ୍‌ ହିସାବରେ ମୁଁ ମେସି ଓ ତାଙ୍କ ଦଳକୁ ସମର୍ଥନ କରିବି। ମାତ୍ର ଜଣେ ପୂର୍ବତନ ଖେଳାଳି ହିସାବରେ ‘ଫୁଟ୍‌ବଲ’କୁ ସମର୍ଥନ କରିବି। ଏହି ବିଶ୍ୱକପ୍‌ରେ ଆମେ ଫୁଟ୍‌ବଲ ଖେଳକୁ ଭଲ ରୂପେ ଉପଭୋଗ କରିବୁ ବୋଲି ମୋର ଆଶା।

(ଚିଭାକସ୍ପୋଟର୍‌ସ ମ୍ୟାନେଜମେଣ୍ଟ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri