ଗଛର ଦିବ୍ୟ ଗାଥା

ଦେବଦତ୍ତ ପଟ୍ଟନାୟକ

 

ବିଭିନ୍ନ ଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ବରେ ଗଛର ଭୂମିକା ରହିଛି। ବିଶେଷ କରି ନବରାତ୍ରି, ଗୌରୀ ପୂଜା ଓ ତେଜ୍‌ ଭଳି ପର୍ବରେ ମହିଳାମାନେ ଗଛ ପୂଜା କରୁଥିଲେ। ସେମାନେ ପୁଷ୍ଟିକାରକ ତଥା ଔଷଧୀୟ ଗଛ ଭାବେ ଦେବୀଙ୍କୁ ବିବେଚନା କରିବା ସହ ସେମାନଙ୍କୁ ପୂଜା କରୁଥିଲେ। ଏହି ଗଛଗୁଡ଼ିକ ମଧ୍ୟରେ ରହିଛି କଦଳୀ, ଆମ୍ବ, ନଡ଼ିଆ, ଧାନ, ବେଲ, ଅଶୋକ, ଅପରାଜିତା ଏବଂ ଜୟନ୍ତୀ। ବୁଝିବାକୁ ଗଲେ ଏହିସବୁ ଗଛ ଦେବୀଙ୍କର ନଅ ପ୍ରକାର ସ୍ବରୂପ (ନବଦୁର୍ଗା ରୂପ)। ଏଗୁଡ଼ିକ ଆମକୁ ଖାଦ୍ୟ ଯୋଗାନ୍ତି ଓ ସୁନ୍ଦର କରି ଗଢ଼ନ୍ତି । କେବଳ ଏତିକି ନୁହେଁ ଏଗୁଡ଼ିକ ମଧ୍ୟ ଆମକୁ ସୁସ୍ଥ ରଖନ୍ତି। କିନ୍ତୁ ଆମେ ଏବେ ପ୍ରକୃତି ଓ ଉଦ୍ଭିଦ ସହିତ ଆମ ସମ୍ପର୍କ ହରାଇଦେଇଛୁ। ଆମେ ଦେବୀଙ୍କ ସ୍ବରୂପ ଏହି ଗଛକୁ ପୂଜା କିମ୍ବା ରକ୍ଷଣାବେକ୍ଷଣ କରୁନାହୁଁ । ଅନ୍ୟପକ୍ଷରେ ଦେବୀଙ୍କର ପଥର, ଧାତୁ, ପ୍ଲାଷ୍ଟିକ ତଥା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଗ୍ରହଣ କରିଛୁ। ଏଥିପାଇଁ ବୃକ୍ଷକୁ ଗୁରୁତ୍ୱ ଦେଉନାହୁଁ । ଆଧୁନିକ ଯୁଗରେ ବିକାଶ ନାମରେ ରାସ୍ତାଘାଟ, କଳ କାରଖାନା ତିଆରି କରିବାକୁ ଅନେକ ହଜାର ଗଛ କାଟିବାରେ ଲାଗିଛୁ। ଏହା ଆମର ଏକ ଅଭ୍ୟାସ ପାଲଟିଗଲାଣି ଓ ତାହାକୁ ସାମାଜିକ ସ୍ତରରେ ମଧ୍ୟ ଗ୍ରହଣ କରିନେଇଛୁ। ମନେରଖିବାକୁ ହେବ, ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବା ତରଙ୍ଗ ଗଛରୁ ସୃଷ୍ଟି ହୋଇଥାଏ। ଏହା ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ହୋଇଛି। ମଣିଷ ଏହି ତରଙ୍ଗକୁ ଶୁଣିପାରେ ନାହିଁ। ଫଳରେ ମଣିଷ ଅଲଟ୍ରାସୋନିକ ତରଙ୍ଗକୁ ଗୁରୁତ୍ୱ ଦେଉ ନାହିଁ। ଗୋଟିଏ ସମୟ ଥିଲା ଭାରତରେ ସବୁଆଡ଼େ ଗଛ ଥିଲା। ସେହି ସମୟରୁ ଆମେ ଅନେକ ପଥ ଅତିକ୍ରମ କରିଆସିଲୁଣି। ଜଙ୍ଗଲ ସୁରକ୍ଷା ଆମର କର୍ତ୍ତବ୍ୟ ହୋଇ ରହିଥିଲା। ତାହାକୁ ଆମେ ପବିତ୍ର ମନେକରୁଥିଲୁ। ଜଙ୍ଗଲରେ ଗୋରୁ ଚରାଇବା, ଚାଷ କରିବା, ଫଳମୂଳ କିମ୍ବା ଜାଳେଣି କାଠ ସଂଗ୍ରହ ଉପରେ କଟକଣା ଥିଲା। କାହାକୁ ଏଥିପାଇଁ ଅନୁମତି ନ ଥିଲା। ଜଙ୍ଗଲ ଥିଲା ଭାରତର ଆଦ୍ୟ ମନ୍ଦିର। କିନ୍ତୁ ବର୍ତ୍ତମାନ ସମସ୍ତେ ତାହା ପାସୋରିଗଲେଣି। ସେ ସମୟରେ ବୃକ୍ଷପୂଜା ପରମ୍ପରାର ସାକ୍ଷୀ ଭାବେ ରହିଛି ହରପ୍ପା ସଭ୍ୟତା। ଏହି ସଭ୍ୟତାରେ ସେତେବେଳେ ପ୍ରଚଳିତ ମୋହର ଉଦ୍ଭିଦପୂଜନକୁ ଦର୍ଶାଏ। ସଭ୍ୟତାରେ ପ୍ରଚଳିତ ମୁଦ୍ରାଗୁଡ଼ିକରେ ପୁରୁଷ ଏବଂ ମହିଳାମାନେ ଗଛରୁ ଉଦ୍ଭବ ଦେବୀଙ୍କ ଚାରିପାଖରେ ନୃତ୍ୟ କରୁଥିବା ଦେଖାଯାଏ। ତେବେ ସେହି ଉଦ୍ଭିଦ ଦେବୀ ସାକମ୍ବରୀଙ୍କର ପ୍ରାରମ୍ଭିକ ରୂପ ଥିଲେ ବୋଲି ଅନୁମାନ କରାଯାଏ।
ନର୍ମଦା ନଦୀର ଦକ୍ଷିଣରେ ଥିବା ଅଞ୍ଚଳରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଦେବୀଙ୍କ ଚିତ୍ର ପାଇଛନ୍ତି। ଏହି ଦେବୀ ହାତଗୋଡ଼ ଲମ୍ବାଇ ତଳେ ଶୟନ ମୁଦ୍ରାରେ ରହିଛନ୍ତି ଓ ତାଙ୍କ ନାମ ଅଜଣା। ଦେବୀଙ୍କ ମୁଣ୍ଡ ପଦ୍ମଫୁଲ ଆକାରର। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ପ୍ରାକ୍‌ ବୈଦିକ ଦେବୀଙ୍କୁ ଆବିଷ୍କାର କରିଥିଲେ। ଏହି ମା’ଙ୍କ ସ୍ବରୂପ ଶାନ୍ତ ଓ ନମ୍ର। ସେମାନେ ମା’ଙ୍କ ନାମ ଲଜ୍ଜାଗୌରୀ ନାମିତ କରିଥିଲେ। ତେବେ ବଙ୍ଗାଳୀ ବିବାହ ଏବଂ ଅମଳ ପର୍ବରେ ଲାଲ ରଙ୍ଗର ବଙ୍ଗଳା ସ୍ବସ୍ତିକରେ ଜଣେ ନାରୀ ହାତଗୋଡ଼ ଖୋଲା ରଖିଥିବା ଲକ୍ଷ୍ୟ କରାଯାଏ ଓ ତାଙ୍କର ବୈଦିକ ଦେବୀ ଲଜ୍ଜାଗୌରୀଙ୍କ ସହ ସାମଞ୍ଜସ୍ୟ ଥିବା କୁହାଯାଏ। ବୈଦିକ ଶାସ୍ତ୍ରଗୁଡ଼ିକରେ ବିଶେଷକରି ସୋମରସ ପ୍ରସ୍ତୁତି ଏବଂ ଦେବାତାଙ୍କୁ ଅର୍ପଣ ଉଦ୍ଦେଶ୍ୟରେ ପାଳିତ ପର୍ବପର୍ବାଣିର ସ୍ତୋତ୍ରଗୁଡ଼ିକ ବର୍ଣ୍ଣନା କରାଯାଇଛି। ଋଗ୍‌ ବେଦର ୫୦%ରୁ ଊର୍ଦ୍ଧ୍ୱ ସ୍ତୋତ୍ରରେ ୩ଟି ବିଷୟ ମୁଖ୍ୟତଃ ସୋମ, ଇନ୍ଦ୍ର ଓ ଅଗ୍ନି ବିଷୟ ବର୍ଣ୍ଣନା କରାଯାଇଛି। ଋଗ୍‌ ବେଦର ୧୦ଟି ଅଧ୍ୟାୟ ମଧ୍ୟରୁ ସମ୍ପୂର୍ଣ୍ଣ ୯ମ ଅଧ୍ୟାୟରେ ଗଛରୁ ସୋମ ରସ ସଂଗ୍ରହ ଓ ତାହାକୁ ଶୁଦ୍ଧ କରିବା ବିଷୟ ବର୍ଣ୍ଣନା କରାଯାଇଛି। ବୈଦିକ ଲୋକମାନେ ପୁରୋହିତ ଥିବାରୁ ସେମାନେ ଦୂବ ଘାସକୁ ଆଦର କରୁଥିଲେ। ଏହାକୁ ଗୋ ଖାଦ୍ୟ ଭାବେ ବ୍ୟବହାର ହେଉଥିଲା। ସେତେବେଳେ ଦେବତା ଏବଂ ପୂର୍ବପୁରୁଷମାନଙ୍କୁ ପ୍ରଥମେ ବାର୍ଲି ପିଠା ଦିଆଯାଉଥିଲା। ଧାନରୁ ଚାଉଳ ମିଳିବା ପରେ ଚାଉଳ ପିଠା ଦିଆଗଲା । ଅଥର୍ବ ବେଦରେ ଘାସ, ବାର୍ଲି ଓ ଧାନ ବିଷୟରେ ବର୍ଣ୍ଣନା କରାଯାଇଛି।
ସନ୍ନ୍ୟାସୀ ପରମ୍ପରାରେ ଗଛଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଜୈନ ତୀର୍ଥଙ୍କର ଏକ ପବିତ୍ର ଗଛ ସହିତ ଜଡ଼ିତ। ମହାବୀରଙ୍କର ଶାଳଗଛ, ଋଷଭନାଥଙ୍କର ବରଗଛ ସହିତ ସମ୍ପର୍କ ଥିବାବେଳେ ଭୀମନାଥ ଜାମୁ ଗଛସହ ସମ୍ବନ୍ଧିତ। ଏହା ସହ ଆମ୍ବ ଗଛ ସହିତ ଅରନାଥ, ଅଶୋକ ଗଛ ସହିତ ମଲ୍ଲିନାଥ, କୋକୁମ ଗଛ ସହିତ ନେମିନାଥ ଜଡ଼ିତ ଥିବା କୁହାଯାଏ। ଏହି ତାଲିକା ବିଭିନ୍ନ ପରମ୍ପରାରେ ଭିନ୍ନ ହେଲେ ମଧ୍ୟ ଅତି କମ୍‌ରେ ଗୋଟିଏ ଉଦ୍ଭିଦ ମହାନ୍‌ ଜୈନ ଗୁରୁଙ୍କ ଆତ୍ମାକୁ ଧାରଣ କରିଥାଏ ବୋଲି ସମସ୍ତେ ଗ୍ରହଣ କରିଥାନ୍ତି। ବୁଦ୍ଧ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବୁଦ୍ଧଙ୍କ ମା’ ତାଙ୍କୁ ଲୁମ୍ବିନୀରେ ଜନ୍ମ ଦେବା ସମୟରେ ଏକ ଶାଳ ଡାଳକୁ ଜାବୋଡ଼ି ଧରିଥିଲେ। ଏହା ମଧ୍ୟ ସତ୍ୟ ଯେ, ବୁଦ୍ଧ ଦୁଇଟି ଶାଳଗଛ ମଧ୍ୟରେ ଦେହତ୍ୟାଗ କରିଥିଲେ । ବୁଦ୍ଧ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ପ୍ରାପ୍ତି ହୋଇଥିଲେ । ଜ୍ଞାନପ୍ରାପ୍ତି ପରେ ସେ ବାଉଁଶ ବଣରେ ଦିବ୍ୟବଚନ ପ୍ରଦାନ କରିଥିଲେ। କହିବାକୁ ଗଲେ ଗୌତମ ବୁଦ୍ଧଙ୍କ ପୂର୍ବରୁ ଆଉ ଜଣେ ବିପାସୀ ବୁଦ୍ଧ ଥିଲେ। ସେ ମଧ୍ୟ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ଲାଭ କରିଥିଲେ। ସେହି ଅଶ୍ୱତ୍‌ଥ ଗଛର ଚାରିପାଖରେ ପାଟଳିପୁତ୍ର (ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ) ସହର ଗଢିଉଠିିଥିଲା। ଏହାକୁ ଏବେ ଆମେ ପାଟନା କହୁଛୁ, ଯାହା ବିହାରରେ ଅଛି।
ପ୍ରାଚୀନ କାଳରେ ବିଭିନ୍ନ ବଂଶ ଏବଂ ରାଜ ପରିବାରର ଧର୍ମୀୟ ପ୍ରତୀକ ଥିଲା ଗଛ। ସଙ୍ଗମ କାବ୍ୟରେ ଏହିି ରାଜାମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ରାଜାମାନେ ଶତ୍ରୁଙ୍କୁ ଆକ୍ରମଣ କରି ସେମାନଙ୍କ ଧର୍ମୀୟ ପ୍ରତୀକ ଗଛକୁ ନଷ୍ଟ କରି ଦେଉଥିବା ଏହି କାବ୍ୟରେ ଉଲ୍ଲେଖ ରହିଛି। ଚେରା ରାଜବଂଶର ନରମୁଦି ଚେରାଲ ତାଙ୍କ ଶତ୍ରୁ ନାନ୍ନା ରାଜବଂଶକୁ ହରାଇ ତାଙ୍କ ଧର୍ମୀୟ ପ୍ରତୀକ ଶିରୀଷ ଗଛକୁ କାଟି ଦେଇଥିଲେ। ନାରକାସୁରକୁ ପରାସ୍ତ କରିବାରେ ଇନ୍ଦ୍ରଙ୍କୁ କୃଷ୍ଣ ସାହାଯ୍ୟ କରିବା ସହ ସ୍ବର୍ଗକୁ ମୁକୁଳାଇଥିଲେ। ପରେ କୃଷ୍ଣ ସ୍ବର୍ଗରୁ ପାରିଜାତ ଗଛ ନେବାକୁ ଚାହିଁଥିଲେ । ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଖୁସି କରିବା ପାଇଁ ସେ ଏହା କରିଥିଲେ। ହେଲେ ଇନ୍ଦ୍ର ପାରିଜାତ ଗଛକୁ ପୃଥିବୀକୁ ନେବାକୁ ମନା କରିଦେଇଥିଲେ। କିନ୍ତୁ କୃଷ୍ଣ ସେହି ଗଛକୁ ବଳପୂର୍ବକ ଛଡ଼ାଇ ଆଣିଥିଲେ, ଯାହା ଦେବରାଜ ଇନ୍ଦ୍ରଙ୍କ ଉପରେ କୃଷ୍ଣଙ୍କ ବିଜୟର ସଙ୍କେତ ଦିଏ। କୁହାଯାଏ ହନୁମାନ କଦଳୀ ବଣରେ, ଗଣେଶ ଆଖୁ ଜଙ୍ଗଲରେ, ଦେବୀ ନିମ ଏବଂ ତେନ୍ତୁଳି ଜଙ୍ଗଲରେ ରୁହନ୍ତି। ଦେବତାଙ୍କ ସହ ଗଛର ଏଭଳି ସମ୍ପକର୍ର୍ ରହିଥିଲେ ଜାଣି ବି ଆମେ ଜଙ୍ଗଲ ନଷ୍ଟ କରିବାରେ ଲାଗିଛୁ। ଏହି ଧାରା ଜାରି ରହିଲେ ତାହା ଶୀଘ୍ର ଲୋପ ପାଇଯିବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri