Posted inଫୁରସତ

ରହସ୍ୟମୟ ବତିଘର: ଉଡ଼ିବୁଲେ ଶରୀର ବିହୀନ ମୁଣ୍ଡ, ଦେଖିବାକୁ ମିଳେ ରହସ୍ୟମୟ ଛାଇ

ଲାଇଟ୍‌ହାଉସ୍‌ ବା ବତିଘର, ରାତିରେ ଜଳଜାହାଜ ଓ ନୌକା ଚାଳକଙ୍କ ପାଇଁ ସାଜିଥାଏ ପଥପ୍ରଦର୍ଶକ। ତେବେ ନିଛାଟିଆ,
ନିର୍ଜନ ସ୍ଥାନରେ ଠିଆ ହୋଇ ରହିଥିବା ଅନେକ ବତିଘର ସହ ଜଡିତ ରହିଛି କିଛି ଭୟଙ୍କର ଏବଂ ରହସ୍ୟମୟ କାହାଣୀ । ଯାହା ସମ୍ପର୍କରେ ଜାଣିଲେ ଶୀହରି ଉଠିବ ଦେହ..

ଶୁଣିବାକୁ ମିଳେ ରହସ୍ୟମୟ ପିଆନୋ ସ୍ବର : ଆମେରିକା, ନ୍ୟୁ ଇଂଲଣ୍ଡସ୍ଥ ମେଇନ୍‌ ରାଜ୍ୟରେ ଥିବା ସେଗୁଇନ୍‌ ଦ୍ୱୀପରେ ଅଛି ସେଗୁଇନ୍‌ ଲାଇଟ୍‌ ହାଉସ୍‌। ୧୭୯୫ ମସିହାରେ ଏହାର ନିର୍ମାଣ କରାଯାଇଥିଲା। ପରେ ୧୮୫୭ରେ ଏହି ବତିଘରର ପୁନଃନିର୍ମାଣ ହୋଇଥିଲା। ଅନେକେ ଏହି ବତିଘରକୁ ହଣ୍ଟେଡ୍‌ ଲାଇଟ୍‌ ହାଉସ୍‌ ବା ଭୂତିଆ ବତିଘର ବୋଲି କୁହନ୍ତି। କୁହାଯାଏ ଏହି ବତିଘରେ ଜଣେ ଜଗୁଆଳି ଓ ତା ସ୍ତ୍ରୀ ରହୁଥିଲେ। ଜନବସତିଠାରୁ ବହୁତ ଦୂରରେ ଥିବାରୁ ଏକୁଟିଆପଣ ଦୂର କରିବା ଲାଗି ଜଗୁଆଳି ଜଣକ ସ୍ତ୍ରୀଙ୍କ ପାଇଁ ଏକ ପିଆନୋ ଆଣିଦେଇଥିଲେ। ହେଲେ ତାଙ୍କ ସ୍ତ୍ରୀ କେବଳ ଗୋଟିଏ ପ୍ରକାର ଧ୍ୱନି ବଜାଇବା ଜାଣିଥିଲେ ଏବଂ ତାକୁ ବାରମ୍ବାର ବଜାଉଥିଲେ। ଶେଷରେ ଜଗୁଆଳି ଜଣକ ବିରକ୍ତ ହୋଇ ରାଗରେ କୁରାଢ଼ି ଆଣି ପିଆନୋ ଭାଙ୍ଗିଦେବା ସହ ସ୍ତ୍ରୀକୁ ସେହି କୁରାଢ଼ିରେ ହାଣି ହତ୍ୟା କଲେ। ଆଉ ନିଜେ ଆତ୍ମହତ୍ୟା କରିଦେଲେ। କୁହାଯାଏ ଏବେବି ବତିଘରକୁ ବୁଲିବାକୁ ଆସୁଥିବା ଲୋକେ ପିଆନୋର ସ୍ବର ଶୁଣିବାକୁ ପାଆନ୍ତି। ଏଥିସହିତ ଜଣେ ବୟସ୍କ ମହିଳାଙ୍କ ହସିବା ଶବ୍ଦ ଓ କେହି ସେଠାରେ ବୁଲୁଥିବାର ଅନୁଭବ ମଧ୍ୟ କରନ୍ତି।

ଉଡ଼ିବୁଲେ ଶରୀର ବିହୀନ ମୁଣ୍ଡ : ମାସାଚୁସେଟ୍‌ସର ପ୍ଲେମାଉଥ୍‌ ବେ ଲାଇଟ୍‌ହାଉସ୍‌ ସହ ଅନେକ ରହସ୍ୟମୟ କାହାଣୀ ଜଡିତ ରହିଛି। ୧୭୬୮ରେ ଏହି ଲାଇଟ୍‌ ହାଉସ୍‌ ନିର୍ମାଣ ହୋଇଥିଲା। ଏଠାରେ ହିନ୍ନା ଥମାସ ନାମକ ଜଣେ ମହିଳା ବତିଘର ଜଗୁଆଳି ଭାବେ କାମ କରୁଥିଲେ। ଆମେରିକାର ସ୍ଥାନୀୟ ଲୋକମାନଙ୍କଠାରୁ ଶୁଣିବାକୁ ମିଳେ ଯେ, ଏବେର ବତିଘର ପ୍ରଥମ ବତିଘରଠାରୁ ବହୁତ ଭିନ୍ନ। କାରଣ ଏକ ଅଗ୍ନିକାଣ୍ଡରେ ପ୍ରଥମ ବତିଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏଥିରେ ହିନ୍ନାଙ୍କର ମଧ୍ୟ ଅକାଳ ମୃତ୍ୟୁ ହୋଇଥିଲା। ୧୮୦୧ ମସିହାରେ ଏଠାରେ ନୂଆ ଏକ ବତିଘର ନିର୍ମାଣ କରାଯାଇଥିଲା। ଏହାର ନିର୍ମାଣ ସମୟରେ ହିନ୍ନାଙ୍କର ଅତୃପ୍ତ ଆତ୍ମାକୁ ଅନେକେ ଦେଖିଥିବା କୁହନ୍ତି। ଅଷ୍ଟାଦଶ ଶତାବ୍ଦୀ ସମୟରେ ଜଣେ ଫଟୋଗ୍ରାଫର ଏବଂ ତାଙ୍କ ପତ୍ନୀ ଏହି ବତିଘର ନିକଟ ଘରେ ରହିବାକୁ ଆସିଥିବା ବେଳେ ଥରେ ଅର୍ଦ୍ଧରାତିରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା; ସେହି ସମୟରେ ସେ ଲମ୍ବା କେଶ ଥିବା ମହିଳାଙ୍କ ଶରୀର ବିହୀନ ମୁଣ୍ଡର ଆତ୍ମା ତାଙ୍କ ଖଟ ପାଖରେ ଉଡିବୁଲୁଥିବା ଦେଖିଛନ୍ତି ବୋଲି ଦାବି କରନ୍ତି ।

ଦେଖିବାକୁ ମିଳେ ରହସ୍ୟମୟ ଛାଇ : ୧୮୯୬ ମସିହାରେ ମିଚିଗାନ୍‌ ନିକଟସ୍ଥ ବିଗ୍‌ ବେ ସହରରେ ନିର୍ମାଣ କରାଯାଇଥିଲା ବିଗ୍‌ ବେ ପଏଣ୍ଟ ଲାଇଟ୍‌ହାଉସ୍‌। କୁହାଯାଏ ଏଚ୍‌. ଓ୍ବିଲିୟମ୍‌ ପ୍ରିୟର୍‌ ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହି ବତିଘରର ଜଗୁଆଳି ଥିଲେ। ସେ ନିଜ ନାବାଳକ ପୁଅ ଜର୍ଜକୁ ବି ଆସିଷ୍ଟାଣ୍ଟଭାବେ ଏଠାରେ ନିଯୁକ୍ତ କରିଥିଲେ। କିନ୍ତୁ କିଛି ଦିନ ପରେ ଜର୍ଜ ପାହାଚରୁ ପଡି ଗୁରୁତର ଆହତ ହେଲେ। ପରେ ଏହି ଆଘାତ କାରଣରୁ ସେ ପ୍ରାଣ ତ୍ୟାଗ କଲେ। ପୁଅକୁ ହରାଇ ଓ୍ବିଲିୟମ୍‌ ମାନସିକ ଭାରସାମ୍ୟ ହରାଇ ଜଙ୍ଗଲକୁ ଚାଲିଗଲେ। ଘଟଣାର ୧୮ମାସ ପରେ ଜଣେ ଶିକାରୀ ଜଙ୍ଗଲର ଏକ ଗଛରେ କଙ୍କାଳ ଝୁଲୁଥିବାର ଦେଖିଲେ ଏବଂ ଏହା ଓ୍ବିଲିୟମ୍‌ ପ୍ରିୟର୍‌ଙ୍କ କଙ୍କାଳ ବୋଲି ଚିହ୍ନଟ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ଯିଏ ବି ଲାଇଟ୍‌ ହାଉସ୍‌ରେ ରହିଲେ ଓ୍ବିଲିୟମ୍‌ଙ୍କ ଆତ୍ମା ତଥା ରହସ୍ୟମୟ ଛାଇ ଦେଖିଥିବାର ଦାବି କରନ୍ତି। ପରେ ଏହାକୁ ହଣ୍ଟେଡ୍‌ ବୋଲି ଘୋଷଣା କରିଦିଆଗଲା।

ଏବେ ବି ରହିଛି ପୁରୁଣା ଜଗୁଆଳିର ଆତ୍ମା : ଆମେରିକା, ମିସିଗାନ୍‌ସ୍ଥ ଲେକ୍‌ ମିସିଗାନ୍‌ ହ୍ରଦର ଉତ୍ତରପଶ୍ଚିମ ଦିଗରେ ଅଛି ସେଉଲ୍‌ ଚୋଇକ୍ସ ପଏଣ୍ଟ ଲାଇଟ୍‌ ହାଉସ୍‌। ୧୮୯୨ରେ ଏହି ବତିଘର ନିର୍ମିତ ହୋଇଥିଲା। ଏହି ବତିଘର ସହିତ ଅନେକ ଭୂତ କାହାଣୀ ଜଡିତ ରହିଛି। ତେବେ ଏଠାକାର ଗୋଟିଏ ଭୂତ କଥା ବେଶି ଜଣାଶୁଣା, ସେ ହେଉଛି କ୍ୟାପ୍‌ଟେନ୍‌ ଜନ୍‌ ଜୋସେଫ୍‌ ଓ୍ବିଲି ଟାଉନ୍‌ସେଣ୍ଡଙ୍କ କଥା। ସେ ଏହି ବତିଘରେ ଦୀର୍ଘଦିନ ଧରି ଜଗୁଆଳିଭାବେ ରହିଆସୁଥିଲେ। ଟାଉନ୍‌ସେଣ୍ଡ ଜଣେ ଚେନ୍‌ ସ୍ମୋକର୍‌ ଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଲୋକେ କୁହନ୍ତି ଯେ,ଏହି ବତିଘରେ କେହି ନ ଥାଇ ବି ଖାଇବା ଟେବୁଲ ଉପରେ କଣ୍ଟା ଚାମଚ ଥୁଆ ହୋଇଥାଏ, ଆଖପାଖରେ କେହି ସିଗାରେଟ୍‌ ପିଉ ନ ଥିଲେ ବି ବହୁତ ସିଗାରେଟ୍‌ ଗନ୍ଧ ହୋଇଥାଏ। ଏହି ସବୁ ଆଶ୍ଚର୍ଯ୍ୟମୟ କାରଣ ଯୋଗୁ କ୍ୟାପଟେନ୍‌ଙ୍କ ଆତ୍ମା ଏବେ ବି ଘୂରି ବୁଲୁଛି ବୋଲି ଲୋକେ ବିଶ୍ୱାସ କରନ୍ତି।

ଦେଖିବାକୁ ମିଳେ ସିପାହିଙ୍କ ଆତ୍ମା : ଆମେରିକା ମେରୀଲାଣ୍ଡର ପୋଟୋମାକ୍‌ ନଦୀ ତଟରେ ଅଛି ପିନି ପଏଣ୍ଟ ଲାଇଟ୍‌ ହାଉସ୍‌। ସିଭିଲ୍‌ ଓ୍ବାର ପରେ ଏହି ବତିଘରର କୁଖ୍ୟାତି ବଢ଼ିଯାଇଥିଲା। କାରଣ ସେତେବେଳେ ବତିଘରର ଦକ୍ଷିଣରେ କାରାଗାର କ୍ୟାମ୍ପମାନ ଲଗାଯାଇଥିଲା। ଯୁଦ୍ଧ ଶେଷରେ ଆତ୍ମସମର୍ପଣ କରିଥିବା ପ୍ରାୟ ୫୨,୦୦୦ ଯୁଦ୍ଧ ବନ୍ଦୀ ସିପାହିଙ୍କୁ ସେଠାରେ ରଖାଯାଇଥିଲା। ଆଉ ପ୍ରାୟ ୪୦୦୦ ବନ୍ଦୀଙ୍କର ମୃତ୍ୟୁ ସେଠାରେ ହୋଇଥିଲା। ମୃତକଙ୍କୁ ବତିଘର ନିକଟରେ ହିଁ କବର ଦିଆଯାଇଥିଲା। ପରେ ସେହି ସ୍ଥାନରୁ କବରଗୁଡିକୁ ହଟାଇ ଦିଆଯାଇଥିଲେ ବି ଲୋକେ ଅନେକ ସମୟରେ ମୃତ ସିପାହିଙ୍କ ଛାଇ ଦେଖିବାକୁ ପାଆନ୍ତି ବୋଲି ଦାବି କରନ୍ତି।

ଶିଶୁ ଓ ଯୁବକର ଆତ୍ମା : ୧୮୫୬ ମସିହାରେ ବ୍ୟାଟେରୀ ପଏଣ୍ଟ ଲାଇଟ୍‌ ହାଉସ୍‌ ନିର୍ମିତ ହୋଇଥିଲା, ଯାହା କାର୍ଲିଫନିଆର କ୍ରିସେଣ୍ଟ ସହରରେ ଅବସ୍ଥିତ। ଏଠାରେ ଗୋଟିଏ ଶିଶୁ ଏବଂ ଦୁଇଟି ଯୁବକର ଆତ୍ମା ରହିଛି ବୋଲି ଲୋକମାନଙ୍କଠାରୁ ଶୁଣିବାକୁ ମିଳେ। ହଠାତ୍‌ କେହି କାନ୍ଧକୁ ଛୁଇଁବା, ଆପେ ଆପେ ଚେୟାର ହଲିବା ପରି ଅନେକ ଘଟଣା ଘଟୁଥିବା କଥା ପର୍ଯ୍ୟଟକଙ୍କ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri