ଡାଉନିଂ ଷ୍ଟ୍ରିଟ୍‌ରେ ଷ୍ଟର୍ମର

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ ପୁରୁଣା। ୧୯୯୭ରେ ଭାରତ ବ୍ରିଟେନ୍‌ଠାରୁ ସ୍ବାଧୀନତା ପ୍ରାପ୍ତିର ୫୦ତମ ବର୍ଷପୂର୍ତ୍ତି ପାଳନ କରୁଥିଲା। ସେତେବେଳେ ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ଏବଂ ଭାରତ ସରକାର ଏହି ଉତ୍ସବରେ କୁଇନ୍‌ ଏଲିଜାବେଥ୍‌ଙ୍କୁ ଅତିଥି କରିବା ପାଇଁ ଯୋଜନା କରିଥିଲେ। ତେବେ ମେ’ରେ ଅନୁଷ୍ଠିତ ନିର୍ବାଚନରେ ଜନ୍‌ ମେଜରଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ଟୋନି ବ୍ଲେୟାରଙ୍କ ଲେବର ପାର୍ଟିଠାରୁ ହାରିଯାଇଥିଲା। ଭାରତରେ ମଧ୍ୟ ଇନ୍ଦର କୁମାର ଗୁଜରାଲଙ୍କ ନେତୃତ୍ୱରେ ମିଳିତ ସରକାର ଗଠନ ହେଲା।
ଏଲିଜାବେଥ୍‌ ଅକ୍ଟୋବରରେ ଭାରତ ଆସିବା ପୂର୍ବରୁ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ସହ ପାକିସ୍ତାନରେ ଅଟକିଯାଇଥିଲେ। ଇସ୍‌ଲାମାବାଦର ଏକ ସରକାରୀ କାର୍ଯ୍ୟକ୍ରମରେ ଏଲିଜାବେଥ୍‌ କହିଥିଲେ, କଶ୍ମୀର ପ୍ରସଙ୍ଗ ଉପରେ ଭାରତ ଓ ପାକିସ୍ତାନ ମତଭେଦ ଦୂରକରି ସମାଧାନ କରିବା ଉଚିତ। ରାଣୀଙ୍କ ସହ ଗସ୍ତ କରିଥିବା ବ୍ରିଟିଶ୍‌ ଫରେନ୍‌ ସେକ୍ରେଟାରି ରୋବିନ୍‌ କୁକ୍‌ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କୁ ଭେଟିବା ପରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସବୁ ବିଗିଡ଼ିଯାଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ ବ୍ରିଟେନ୍‌କୁ ଏକ ‘ତୃତୀୟ ଶ୍ରେଣୀର ଶକ୍ତି’
ଭାବେ ଅଭିହିତ କରିଥିଲେ। ବ୍ରିଟେନ୍‌ର ଏଭଳି ଆଭିମୁଖ୍ୟକୁ ଭାରତରେ ଦୃଢ଼ ନିନ୍ଦା କରାଯାଇଥିଲା। କୁଇନ୍‌ ଏଲିଜାବେଥ୍‌ଙ୍କ ଗସ୍ତ କେବଳ ଏକ ଔପଚାରିକତାରେ ସୀମିତ ହୋଇଯାଇଥିଲା। ଏହା ଏକ କୂଟନୈତିକ ବିପର୍ଯ୍ୟୟ ଥିଲା। କଶ୍ମୀର ଉପରେ ଲେବର ପାର୍ଟିର ଆଭିମୁଖ୍ୟ ଏବଂ ଏହାର ପାକିସ୍ତାନ ପ୍ରୀତି ଯୋଗୁ ଭାରତ ଏବଂ ବ୍ରିଟିଶ୍‌ ଇଣ୍ଡିଆନ୍‌ କମ୍ୟୁନିଟି ସହ ବ୍ରିଟେନ୍‌ର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।
ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଏହା ପରେ ଜେରେମି କୋର୍ବିନ୍‌ଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ବ୍ରିଟେନ୍‌ ପାର୍ଲାମେଣ୍ଟରେ ଭାରତ ବିରୋଧୀ ସଂକଳ୍ପନାମା ‘କଶ୍ମୀରରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଏବଂ ଜାତିସଂଘ ନେତୃତ୍ୱରେ ଗଣଭୋଟର ଆହ୍ବାନ’କୁ ଗୃହୀତ କରାଇଥିଲେ। ଏହାକୁ ସେତେବେଳେ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷବାଦୀ ଆଭିମୁଖ୍ୟ ବୋଲି କେନ୍ଦ୍ରର ମୋଦି ସରକାର ବିବେଚନା କରିଥିଲେ। କୋର୍ବିନ୍‌ଙ୍କ ନିକଟକୁ ଶତାଧିକ ଭାରତୀୟ ଗୋଷ୍ଠୀ ପତ୍ର ଲେଖି ଏହାର ପ୍ରତିବାଦ ଜଣାଇଥିଲେ। ବ୍ରିଟିଶ୍‌-ଭାରତୀୟ ଭୋଟର ଲେବର ପାର୍ଟି ବିରୋଧରେ କଞ୍ଜରଭେଟିଭ୍‌ ପାର୍ଟିକୁ ବିପୁଳ ଭୋଟରେ ଜିତାଇଥିଲେ। ନିର୍ବାଚନରେ ପରାଜୟ ପାଇଁ କଶ୍ମୀର ସଂକଳ୍ପନାମାକୁ ଲେବର ପାର୍ଟି ଅଧ୍ୟକ୍ଷ ଇଆନ୍‌ ଲାଭେରି ଦାୟୀ କରିଥିଲେ। ଏହା ପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଲେବର ପାର୍ଟିର କୋହଳ ମନୋଭାବକୁ ନେଇ ମଧ୍ୟ ଭାରତ ସହ ଏହାର ସମ୍ପର୍କ ଖରାପ ହୋଇଛି। ତେଣୁ ଲେବର ପାର୍ଟି କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ କିପରି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri