ବାତ୍ୟା: କ୍ଷୟକ୍ଷତି ଆଶଙ୍କାରେ ଚାଷୀ

ପଟ୍ଟାମୁଣ୍ଡାଇ,୧୧।୫(ସ୍ବ.ପ୍ର.): ସମ୍ଭାବ୍ୟ ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ କରାଇଛି। ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି। ସବୁଠୁ ଅଧିକ ଚିନ୍ତାରେ ଚାଷୀମାନେ ରହିଛନ୍ତି। ବର୍ଷା ଅଧିକ ହେଲେ ଡାଳୁଅ ଧାନ, ମୁଗ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ କହିଛନ୍ତି। ଗତବର୍ଷ ଖରିଫ ଋତୁରେ ଲଘୁଚାପଜନିତ ବର୍ଷା ବିପତ୍ାତରେ ଧାନ ଫସଲ ନଷ୍ଟ ହୋଇଥିଲା। ପରେ ମୁଗ ଫସଲରେ ପୋକ ଲାଗିଥିବା ବେଳେ ଲଘୁଚାପଜନିତ ବର୍ଷାରେ ସମୂଳେ ନଷ୍ଟ ହୋଇଯାଇଥିଲା। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ମଧ୍ୟ ବ୍ୟାପକ ପନିପରିବା ନଷ୍ଟ ହୋଇଥିଲା। ଖରାଦିନେ ପୁଣି ଚାଷୀମାନେ କେନାଲ ଓ ଉଠା ଜଳସେଚନ ସୁବିଧା ଥିବା ସ୍ଥାନରେ ମୁଗ, ବିରି, ଡାଳୁଅ ଧାନ ଓ ପରିବା ଫସଲ କରିଛନ୍ତି। ବାତ୍ୟା ପ୍ରଭାବରେ ଯଦି ଅଧିକ ବର୍ଷା ହେବ ତେବେ ଫସଲ ସବୁ ଉଜୁଡିଯିବା ଚିନ୍ତା ଚାଷୀଙ୍କୁ ଘାରିଛି। ୧୯୯୯ ମହାବାତ୍ୟା ସମୟରେ ଉପକୂଳବର୍ତ୍ତୀ ରାଜନଗର ବ୍ଲକ ଅପେକ୍ଷା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମହାବାତ୍ୟା ଅଧିକ ତାଣ୍ଡବ ରଚିଥିଲା। ପୂର୍ବକଥାକୁ ସ୍ମରଣ କରି ଲୋକମାନେ ଏବେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ଝିପିଝିପି ବର୍ଷା ଲାଗିରହିଛି। ଏଥିସହ ପବନର ବେଗ ମଧ୍ୟ ସାମାନ୍ୟ ଅଧିକ ଥିବା ଦେଖିବାକୁ ମିଳିଛି। ତେବେ ପ୍ରଶାସନ ପକ୍ଷରୁ ଜିଲାକୁ ରେଡ୍‌ ଆଲର୍ଟରେ ରଖାଯାଇଛି। ବାତ୍ୟାକୁ ଲକ୍ଷ୍ୟକରି ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ଆଶ୍ରୟସ୍ଥଳ ଓ ସ୍କୁଲଘରଗୁଡିକୁ ବ୍ୟବହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯିବା ସହ ଡଙ୍ଗା, ମୋଟରଯାନ ବ୍ୟବସ୍ଥା ଓ ଗମନାଗମନକୁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି। ଜିରୋ କାଜୁଆଲିଟି ପ୍ରଥମ ଲକ୍ଷ୍ୟ ବୋଲି ଜିଲାପାଳ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି। ଅତ୍ୟଧିକ ବର୍ଷାରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବାତ୍ୟା ଅସାନିର ମୁକାବିଲା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ତହସିଲଦାର ଦିଲୀପ କୁମାର ସେଠୀ, ବିଡିଓ ଭରତ ଚନ୍ଦ୍ର ପରିଡା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବାବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ମେଡିକାଲ ଟିମ୍‌କୁ ମଧ୍ୟ ସଜାଗ ରହିବାକୁ ଜିଲାପାଳ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri