ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ପଡାକୁ ଯାଇଥିବା ରାସ୍ତାରୁ ମାଟି ଅତଡା ଧସିବାରେ ଲାଗିଛି। ଏଥିଯୋଗୁ ପଡ଼ାବାସୀଙ୍କ ଯାତାୟାତରେ ବାଧା ଉପୁଜିଛି।
ଗୋବରୀ ନାଳ ଦେଇ ବର୍ଷାଦିନେ ଚାଷ ଜମିରୁ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଜଳ ସମ୍ପଦର ଡ୍ରେନେଜ ବିଭାଗ ପକ୍ଷରୁ ଏହାର ସଫେଇ କାର୍ଯ୍ୟ ଜାରି ରହିଛି। ଏଥିସହ ନାଳରେ ପୋଲ ଓ ୨ ପାର୍ଶ୍ୱରେ ବନ୍ଧ ନିର୍ମାଣ କରାଯାଉଛି। ଉକ୍ତ ନାଳ ସଫେଇ ହେବା ଫଳରେ ବାଂଶ ପଞ୍ଚାୟତର ଗୋବରୀକୂଳପଡାର ୪୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଦୁଃଖ ବଢ଼ିବାରେ ଲାଗିଛି। ନାଳ ପାର୍ଶ୍ୱ ଦେଇ ବାଂଶ ଗ୍ରାମରୁ ଏହି ପଡାକୁ ଏକ ସଂଯୋଗୀ କରଣ ରାସ୍ତା ଯାଇଛି। ନାଳ ସଫେଇ ହେବା ଦ୍ୱାରା ରାସ୍ତା ପାର୍ଶ୍ୱରୁ ମାଟି ଖୋଳା ଯାଉଛି। ରାସ୍ତା ନଷ୍ଟ ହେବାକୁ ଦୃଷ୍ଟିରେ ରଖି ଡ୍ରେନେଜ ବିଭାଗ ପକ୍ଷରୁ ଏଠାରେ ଗାର୍ଡ ଓ୍ବାଲ ମଧ୍ୟ ନିର୍ମାଣ ହୋଇଛି। କିନ୍ତୁ ଏହି ଗାର୍ଡ ଓ୍ବାଲଟି ନାଳ ପାର୍ଶ୍ୱରେ ନିର୍ମାଣ କରାଯାଇଛି। ଫଳରେ ରାସ୍ତା ଉଚ୍ଚା ହୋଇଥିବା ବେଳେ ଓ ଗାର୍ଡ ଓ୍ବାଲଟି ତଳେ ରହି ଯାଉଛି। ଏଥିଯୋଗୁ ରାସ୍ତାରୁ ମାଟି ଅତଡା ଖସୁଛି। ମାଟି ଅତଡା ଖସିବାରୁ ପଡାକୁ ସଂଯୋଗ କରୁଥିବା ୨ କି.ମି. ରାସ୍ତା ନଷ୍ଟ ହେବାରେ ଲାଗିଛି। ଉକ୍ତ ପଡା ମଧ୍ୟକୁ ଚାରି ଚକିଆ ଯାନ ଯିବା ତ ଦୂରର କଥା, ଦୁଇ ଚକିଆ ଯାନ ଯିବା କଷ୍ଟକର ହୋଇପଡିଛି। ଏପରିକି ରାତି ଅଧରେ କାହାରେ ଦେହ ଖରାପ ହେଲେ ପଡା ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଯାଇ ପାରୁନାହିଁ। କେବଳ ସେତିକି ନୁହେଁ ଗର୍ଭବତୀ, ବୃଦ୍ଧାବୃଦ୍ଧ ଆଦି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମାଟି ଅତଡା ଖସିବା ଦ୍ୱାରା ରାସ୍ତାଟି ସମ୍ପୂନ୍ନ ନଷ୍ଟ ହେବାକୁ ବସିଛି। ଅପରପକ୍ଷେ ଲଘୁଚାପ ଜନିତ ବର୍ଷା ସହ ଆଗକୁ ବର୍ଷାଦିନ ଆସୁ ଥିବାରୁ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାରେ ଉକ୍ତ ରାସ୍ତାଟି ଧୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି। ରାସ୍ତା ଧୋଇ ହୋଇ ଗଲେ ପଡା ମଧ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ମାଟି ଅତଡା ଖସୁ ଥିବାରୁ ଏହାକୁ ଅଟକାଇବା ପାଇଁ ପଡାବାସୀଙ୍କ ପକ୍ଷରୁ ବାଉଁଶ, ବାଲି ବସ୍ତା ଆଦି ପକା ଯାଉଛି। ଏହି ରାସ୍ତାପାର୍ଶ୍ୱକୁ ଯଥାଶୀଘ୍ର ପଥର ପ୍ୟାକିଂ ସହ ରାସ୍ତା ମରାମତି କରିବାକୁ ପଡାର ସୁରେଶ ଚନ୍ଦ୍ର ଦାସ, ଚୈତନ୍ୟ ଚରଣ ଦାସ, ଉଲ୍ଲାସ ଚନ୍ଦ୍ର ଦାସ, ଚକ୍ରଧର ଦାସ, ଶଙ୍କର ପଲେଇ, ଶଙ୍କର ଦାସ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଡ୍ରେନେଜ ବିଭାଗର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ଗୋବରୀ ନାଳ ସଫେଇ କାର୍ଯ୍ୟ ଜାରି ରହିଛି। ରାସ୍ତାକୁ ସୁରକ୍ଷା ଦେବା ପାଇଁ ସେଠାରେ ଗାର୍ଡ ଓ୍ବାଲ ନିର୍ମାଣ କରାଯାଇଛି। ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri