ଶିଶୁପାଳଗଡ଼, ଯାଜପୁର ଖଣ୍ଡୋଲାଇଟ୍‌ ଖଣି ଖନନ ବନ୍ଦ କର

ଭୁବନେଶ୍ବର,୧୮ା୩(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ। ଏହାକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ସେହିପରି ଯାଜପୁର ଜିଲା ଐତିହାସିକ ଲଳିତଗିରି ନିକଟ ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍‌ ଖଣି ଖନନକୁ ମଧ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଧର୍ମେନ୍ଦ୍ର ଆଉ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଶିଶୁପାଳଗଡ଼ରେ ବ୍ୟାପକ ଭାବେ ଖନନ କାର୍ଯ୍ୟ ଦ୍ୱାରା ଐତିହ୍ୟ ନଷ୍ଟହେବାକୁ ବସିଛି। ଏହି ଖନନ ଦ୍ୱାରା ଶିଶୁପାଳଗଡ଼ ଦୁର୍ଗର ପୁରାତନ କୀର୍ତ୍ତିରାଜି, ମୁଖ୍ୟଦ୍ୱାର, କୂଅ ଓ ପୋଖରୀ ନଷ୍ଟ ହେଉଛି। ଏହି ଅଞ୍ଚଳର ପ୍ରାକୃତିକ ପରିବେଶ, ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି। ଏହି ଖନନ କାର୍ଯ୍ୟ ଆନ୍‌ସିଏଣ୍ଟ ମନୁମେଣ୍ଟ ଆଣ୍ଡ୍‌ ଆର୍କିଓଲୋଜିଓକାଲ ସାଇଟ ଆଣ୍ଡ୍‌ ରିମେନ୍ସ ଆକ୍ଟ ୧୯୫୮ର ଉଲ୍ଲଂଘନ କରୁଛି। ଏହା ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ ଓ ଖନନ କାର୍ଯ୍ୟକୁ ନିଷେଧ କରୁଛି। ଏହି ଖନନ କାର୍ଯ୍ୟ ଓଡ଼ିଶାରେ ଥିବା ଶାସକ ଦଳର ନେତାଙ୍କ ଦ୍ୱାରା ସ୍ଥାନୀୟ ପ୍ରଶାସନ ଓ ପୋଲିସର ପୃଷ୍ଠପୋଷକତାରେ ଜାରି ରହିଛି। ପ୍ରତିବନ୍ଧକ ଥିବା ସତ୍ତ୍ୱେ ଐତିହାସିକ ସ୍ଥଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଜାରି ରହିଥିବା ଖନନ କାର୍ଯ୍ୟକୁ ଜିଲା ପ୍ରଶାସନ ଓ ପୋଲିସ ଅଣଦେଖା କରୁଛି। ଏହି ବେଆଇନ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ। ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ଶିଶୁପାଳଗଡ଼ରେ ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ ଉକ୍ତ ଅଞ୍ଚଳକୁ ଖାଲି କରିବା ଲାଗି ମଧ୍ୟ ନିବେଦନ କରିବାକୁ ସେ କହିଛନ୍ତି। ଏଏସ୍‌ଆଇ ଯଥାଶୀଘ୍ର ଏହାର ପୁନରୁଦ୍ଧାର କରିବା ସହ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାକୁ ସେ କହିଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍‌ସି) ଦ୍ୱାରା ଯାଜପୁର ଜିଲାର ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍‌ ଖଣି ଖନନ ସମୟରେ ଏଏସ୍‌ଆଇ ଦ୍ୱାରା ୧୩୦୦ ବର୍ଷ ପୁରୁଣା ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି। ଏଏସ୍‌ଆଇ ସଂସ୍ଥାର ପୁରୀ ସର୍କଲର ତଥ୍ୟାନୁସାରେ ଏହି ସ୍ଥାନରେ ଖନନ କାରଣରୁ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ୪.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ବୌଦ୍ଧସ୍ତୂପ ଉଦ୍ଧାର କାରାଯାଇଥିଲା। କିନ୍ତୁ ଖନନ କାର୍ଯ୍ୟ ଯୋଗୁ ଅନ୍ୟ ଏକ ଛୋଟ ସ୍ତୂପ ନଷ୍ଟ ହୋଇଯାଇଥିଲା। ଲଳିତଗିରି ନିକଟ ପାରାଭାଡିରେ କୀର୍ତ୍ତିରାଜି ମିଳିବା ପରେ ଏଏସ୍‌ଆଇ ରାଜ୍ୟ ସରକାରଙ୍କୁ ଓଏମ୍‌ସି ଦ୍ୱାରା ଜାରି ରହିଥିବା ଖଣି ଖନନକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଶା ସରକାର ଏହି ସ୍ଥାନରେ ଥିବା ଐତିହ୍ୟର ମୂଲ୍ୟାଙ୍କନ ନ କରି ଖନନ ପାଇଁ ଅନୁମତି ଦେଇଥିଲେ। ଏହାଦ୍ୱାରା ଏଠାରେ ଥିବା ଐତିହ୍ୟ ନଷ୍ଟ ହେଉଛି। ଭାରତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଉପରେ ଚିନ୍ତା କରିବା ତଥା ଉକ୍ତ ୨ଟି ସ୍ଥାନରେ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଧର୍ମେନ୍ଦ୍ର ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri