ବନ୍ଦ ହେଉ ୟୁଜର୍ସ ଫି’ ଆଦାୟ

ଯାଜପୁର ଅଫିସ,୨୨।୧: ସହରର ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ। ଏଥିପାଇଁ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ ଗଠିତ ହୋଇଛି। ହେଲେ ୨୦୧୮ ସେପ୍ଟେମ୍ବରରୁ ଏହି ସଂସ୍ଥା ପ୍ରଶାସକଙ୍କ ଦାୟିତ୍ୱରେ ଚାଲିଛି। ଫଳରେ ସହରର ପରିମଳ, ଆଲୋକୀକରଣ, ଡ୍ରେନେଜ ଆଦି ବ୍ୟବସ୍ଥା ସରକାରୀ ବାବୁଙ୍କ ଦ୍ୱାରା ପରିଚାଳିତ ହେଉଛି। ସଂପୃକ୍ତ ବାବୁଙ୍କ ମନମାନି ଯୋଗୁ ୪ ମାସରୁ ଊର୍ଦ୍ଧ୍ୱ ହେବ ସଫେଇ କର୍ମଚାରୀମାନଙ୍କୁ ଦରମା ଦିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି। ଦୀର୍ଘଦିନ ହେଲା ବହିର୍ଗମନ ପଥ ନ ଥିବାରୁ ଆବର୍ଜନା ପାଣି ରାସ୍ତାରେ ଲହଡି ଭାଙ୍ଗୁଛି। ନିର୍ଦ୍ଧାରିତ ସ୍ଥାନରେ ଅଳିଆ ପକାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା କରାଯାଇ ପରିବେଶକୁ ଦୂଷିତ କରାଯାଉଛି। ପୌରାଞ୍ଚଳରେ ଥିବା ୨୫୦୦ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟରେ ଆଲୋକ ବ୍ୟବସ୍ଥା ନାହିଁ। ତେଣୁ ସମଗ୍ର ପୌରାଞ୍ଚଳରୁ ୟୁଜର୍ସ ଫି ଆଦାୟ ବନ୍ଦ କରାଯାଉ ବୋଲି ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଆହୁରି ଦର୍ଶାଯାଇଛି, ବ୍ୟାସନଗର ପୌର ପରିଷଦ ଏକ ମଧ୍ୟମ ଧରଣର ସହର। ଏଠାକାର ଅଧିବାସୀମାନଙ୍କୁ ଅଦ୍ୟାବଧି ସହରାଞ୍ଚଳର ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ। ତଥାପି ସମସ୍ତ ଗୃହକର୍ତ୍ତା ଓ ବ୍ୟବସାୟୀ ନିର୍ଦ୍ଧାରିତ କର ଦେଇ ସହଯୋଗ କରି ଆସୁଛନ୍ତି। ହେଲେ ତାହା ବଦଳରେ ବସ୍ତିବାସିନ୍ଦା କୌଣସି ମୌଳିକ ସୁବିଧା ପାଉନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପୌରପରିଷଦ ତରଫରୁ ନୂତନ ଭାବେ ୟୁଜର୍ସ ଫି ନାମରେ ଅନ୍ୟ ଏକ ଟିକସ ସହରବାସୀ, ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଓ ଉଠା ବେପାରୀଙ୍କଠାରୁ ପୌର କର୍ମଚାରୀମାନେ ଜୁଲମ୍‌ କରି ଆଦାୟ କରୁଛନ୍ତି। ଉଠାବେପାରୀଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଇନାହିଁ। ସହରର ସମସ୍ତ ବସ୍ତି ଅଞ୍ଚଳକୁ ସଫେଇ କାର୍ଯ୍ୟରେ ସାମିଲ କରାଯାଇନାହିଁ। ବସ୍ତି ଅଞ୍ଚଳର ସବୁ ରାସ୍ତାକୁ ପକ୍କା କରାଯାଇ ପାରି ନାହିଁ।
ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ସହରବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସହରର ରାସ୍ତା, ଡ୍ରେନେଜ, ଆଲୋକୀକରଣ ଆଦି ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ସରକାରୀ ନିର୍ଦ୍ଦେଶ ଅନୁସାରେ ଆମେ ୟୁଜର୍ସ ଫି ଆଦାୟ କରୁଛୁ। ତଥାପି ଜନସାଧାରଣ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେ ସଂକ୍ରାନ୍ତରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସ୍କ ବଣ୍ଟନ

କେନ୍ଦୁଝର, ୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବାରେ ନିୟୋଜିତ ନର୍ସମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। କେନ୍ଦୁଝର ସହରସ୍ଥ ମା’ ଜଗଦମ୍ବା ଟ୍ରଷ୍ଟ ତରଫରୁ...

ଜୁଆ ଆଡ୍ଡାରେ ଚଢ଼ାଉ: ୪ ଜୁଆଡ଼ି ଗିରଫ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ମଙ୍ଗଳା ମନ୍ଦିର ଯାତ୍ରାପଡ଼ିଆ ମଣ୍ଡପ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଅତର୍କିତ ଚଢ଼ାଉ କରି ୪...

୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌: ମ୍ୟାଚ୍‌ ଦେଖିବା ଲାଗି ଏଲ୍‌ଇଡି ଟିଭି ବ୍ୟବସ୍ଥା

ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ...

ଅବକାରୀ ବିଭାଗର ଚଢ଼ାଉ: ୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଗୁଡଭେଲା,୨୦ା୪(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ୪୦ ଲିଟର ରନ୍ଧା ଦେଶୀ ମଦ ସହ ଏକ ବାଇକ୍‌ ଓଡି-୦୩ ଏନ୍‌...

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୨ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ଯବାନ ଆହତ ହୋଇଛନ୍ତି। ଗଙ୍ଗାଲୁର ଥାନା ଅଞ୍ଚଳର ପୁସନାର...

କୋଭିଡ୍‌-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍‌-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି...

ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ...

Advertisement
Archives

Model This Week