ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ଶେଷ କରାଯିବ। ସମ୍ପ୍ରତି ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଲଗାଯାଉଥିବାବେଳେ ଗୁରୁବାର ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଇଛି।
ପ୍ରଶାସନ ଓ ପୂର୍ତ୍ତ ବିଭାଗର ମିଳିତ କମିଟି ପକ୍ଷରୁ ଗୁରୁବାର ରଥ ନିର୍ମାଣ କାର୍ଯ୍ୟ ଯାଞ୍ଚ କରାଯାଇଛି। କମିଟିର ସଦସ୍ୟ ତଥା ଅଧିକାରୀମାନେ ରଥଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବା ସହ ଠିକ ଭାବେ କାମ ହେଉଛି କି ନାହିଁ ତାହା ତଦାରଖ କରିଥିଲେ। ସ୍ନାନଯାତ୍ରା ପୂର୍ବରୁ ରଥକାର୍ଯ୍ୟ ଅଗ୍ରଗତି ଯେଉଁଭଳି ଭାବେ ହେବା କଥା ତାହା ହୋଇଛି କି ନାହିଁ ତାହା ବୁଝିଥିଲେ। ରଥ ଚକ ଓସାରଠାରୁ ଆରମ୍ଭକରି ଚକର ବିଭିନ୍ନ ଅଂଶକୁ ଟିମ୍‌ ମାପଚୁପ କରିଛି। ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ସି. ପାଲ୍‌, ଯନ୍ତ୍ରୀ ବିନ୍ଦେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସେହିପରି ଏଏସ୍‌ଆଇ, ରାଜ୍ୟ ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଏକ ମିଳିତ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ କିଭଳି ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପ ଇତ୍ୟାଦିର ମରାମତି ହେବ ସେନେଇ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଭିତର ଅଂଶକୁ କେମିକାଲ୍‌ କ୍ଲିନିଂ କରାଯିବା ପରେ ଫାଟ ମରାମତି କରାଯିବ। ନାଟମଣ୍ଡପରେ ହୋଇଥିବା ଫାଟ ମଧ୍ୟ ମରାମତି କରାଯିବ। କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ପୂର୍ବବର୍ଷ ରଥଯାତ୍ରା ସମୟରେ ସରି ନ ଥିଲା। ଚଳିତ ବର୍ଷ ରଥଯାତ୍ରା ସମୟରେ ତାହାକୁ ଶେଷ କରାଯିବ। ବୈଠକରେ ଏଏସ୍‌ଆଇ ଅଧିକାରୀମାନେ ମରାମତି କାର୍ଯ୍ୟରେ ସେବାୟତମାନଙ୍କର ସହଯୋଗ ଲୋଡ଼ିଛନ୍ତି। ସେହିଭଳି ଏଏସ୍‌ଆଇ ରୋଷଘର ଚଟାଣରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଇବ। ଅଧିକାଂଶ ପଥର ନଷ୍ଟ ହୋଇଥିବାରୁ ଏହି କାର୍ଯ୍ୟ ଚଳିତ ବର୍ଷ କରାଯିବ। ଅନ୍ୟପକ୍ଷରେ ସ୍ନାନଯାତ୍ରାରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଉଛି। ଦୁଇଟି ପୃଥକ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଯାଇ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିପାରିବେ। ଶ୍ରୀମନ୍ଦିରକୁ ଯିବା ପାଇଁ ମଧ୍ୟ ବ୍ୟାରିକେଡ୍‌ରେ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା ହେଉଛି। ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳୀଠାରୁ ବ୍ୟାରିକେଡ୍‌ କରାଯାଉଛି। ଦକ୍ଷିଣ ଦ୍ୱାରରେ ସିସିଟିଭି କ୍ୟାମେରା ଲଗାଯାଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲେ ହେଁ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ସିସିଟିଭି ଲଗାଇବା ସମ୍ପର୍କରେ ସୂଚନା ଦେଇନାହିଁ। ଶ୍ରୀମନ୍ଦିର ଚାରିପାଖ ଓ ସ୍ନାନବେଦୀ ସମ୍ମୁଖରେ ସିସିଟିଭି ଲଗାଇବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇନାହିଁ। ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକ କହିଛନ୍ତି, ସିସିଟିଭି ଲଗାଯିବା ନେଇ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଜିଲାପାଳଙ୍କ ଉତ୍ତର ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନ ଚିହ୍ନଟ କରିବ। ଜିଲା ପ୍ରଶାସନକୁ ଏ ନେଇ ଅବଗତ କରାଯିବ। ତେବେ ଶ୍ରୀମନ୍ଦିର ଚାରିପାଖରେ କାହା ପକ୍ଷରୁ ସିସିଟିଭି ଲଗାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ପୋଲିସ ପ୍ରଶାସନ ପକ୍ଷରୁ ସାହି କମିଟିଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି କମିଟିର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ। ସ୍ନାନଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସ୍ବେଚ୍ଛାସେବୀ ଯୋଗାଇଦେବା ପାଇଁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି। ସ୍ବେଚ୍ଛାସେବୀମାନେ ସେବାୟତଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri