ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିହାରୀ କହିଛନ୍ତି ଯେ, ରତ୍ନସିଂହାସନରୁ ଗାଏବ ହୋଇଥିବା ପଥରରେ ଦେଢଟି ପଦ୍ମ ପାଖୁଡ଼ା ରହିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସମ୍ମୁଖ ଭାଗରେ ଏହି ପଥରଟି ଥିଲା। ଏହାର କିଛି ଅଂଶ କଢ଼ାଯାଇଛି। ତେବେ କେବେ କଢ଼ା ହୋଇଛି, କିଏ କାଢ଼ିଛି ଏ ବିଷୟରେ ରାଜ୍ୟ ସରକାର ତଦନ୍ତ କରିବା ଦରକାର। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି ପ୍ରତ୍ନତତ୍ତ୍ବ ବିଭାଗ। ପ୍ରତିବର୍ଷ ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବା ପରେ ଶ୍ରୀମନ୍ଦିର ଯାଞ୍ଚ ଓ ମରାମତି ହୋଇଥାଏ। ଏଥର ମଧ୍ୟ ଗର୍ଭଗୃହ ସମେତ ଜଗମୋହନ, ନାଟମଣ୍ଡପ ରୋଷଶାଳା ଆଦି ଯାଞ୍ଚ ଏବଂ ମରାମତି କରାଯାଇଛି।
ଈପ୍‌ସିତ କହିଛନ୍ତି, ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ମରାମତି ପାଇଁ ମନ୍ଦିର ପ୍ରଶାସନ କେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ? ରକ୍ଷଣାବେକ୍ଷଣ ପରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନର କେଉଁ ଅଧିକାରୀଙ୍କୁ ରିପୋର୍ଟ କରିଥିଲେ ଏହା ସ୍ପଷ୍ଟ କରାଯାଉ। କାରଣ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସେହି ସ୍ଥାନରୁ ପଥରକୁ କାଢ଼ି ଚଞ୍ଚକତା ପୂର୍ବକ ବାଲି ସିମେଣ୍ଟ ଦିଆଯାଇ ତାହାକୁ ମେକପ୍‌ କରିଦିଆଯିବାର ଭ୍ରମ ସୃଷ୍ଟି କରାଯାଇଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଏହା ପାଖରେ ଆଉ ୨ଟି ଜାଗାରେ ଖାଲ ରହିଛି। ଏହି ଖାଲ ଏବେ ହୋଇଛି ନା ଆଗରୁ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର। ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ସମ୍ମୁଖରେ ଏହାକୁ ସ୍ପଷ୍ଟ କରାଯିବା ଜରୁରୀ ବୋଲି ଈପ୍‌ସିତ ଗଣମାଧ୍ୟମକୁ କହିଛନ୍ତି। ତଦନ୍ତ ପରେ ପଥର ଗାଏବରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭକ୍ତ ଦିଲୀପ ବରାଳ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଦିଲୀପ ତାଙ୍କ ନିବେଦନପତ୍ରରେ ଦର୍ଶାଇଛନ୍ତି ଯେ, ରତ୍ନସିଂହାସନରୁ ଖଣ୍ଡିଏ ପଥର ତାଡ଼ି ନିଆଯାଇଥିବା ଶୁଣିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ ଘଟଣା। ଗତବର୍ଷ ଗରୁଡ଼ ସ୍ତମ୍ଭ ତଳ ଭାଗରେ ଥିବା ଏକ ଛୋଟ ମୂର୍ତ୍ତି କେଉଁଆଡେ ଗାଏବ ହୋଇଯାଇଥିଲା। ବର୍ତ୍ତମାନ ରତ୍ନସିଂହାସନରୁ ପଥର ନେଇଯିବା ଘଟଣାର ଉପଯୁକ୍ତ ତଦନ୍ତ ହେବା ଦରକାର। ତେବେ ରତ୍ନସିଂହାସନରୁ ଖଣ୍ଡିଏ ପଥର ଉଭାନ ହୋଇଯିବା ନେଇ ଯେଉଁ ଅଭିଯୋଗ ହେଉଛି ସେଥିରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇର ଜଣେ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri