ଜୋରରେ ହସିଲେ ହୋଇପାରେ ପକ୍ଷାଘାତ

ଓ୍ବାଶିଂଟନ, ୮।୭: କୁହାଯାଏ ହସ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଲାଫିଙ୍ଗ୍‌ କ୍ଲବ୍‌। ହସିବା ଯୋଗୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ହସିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏପରିକି ଜୋରରେ ହସିବା ଦ୍ୱାରା ପକ୍ଷାଘାତ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଥାଏ। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ କାଟାପ୍ଲେକ୍ସ୍‌ କୁହାଯାଇଥାଏ। ଏହା ପ୍ରକୃତରେ ଏକ ପ୍ରକାର ମାନସିକ ଅସନ୍ତୁଳନ ଅବସ୍ଥା। ଏହାଦ୍ୱାରା ମସ୍ତିଷ୍କର କିଛି ଅଂଶରେ ସୁକ୍ଷ୍ମ ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧି ଯାଇଥାଏ। ଫଳରେ ଏହି ଅଂଶ ସହିତ ଜଡ଼ିତ ଥିବା ଅଙ୍ଗର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଏହାକୁ ପକ୍ଷାଘାତ କୁହାଯାଇଥାଏ। ଏହାଦ୍ୱାରା କଥା କହିବାରେ ସମସ୍ୟା ଦେଖାଦିଏ। ପାଟି ଖନି ମାରିଯାଏ। ଏହି ରୋଗର ମଧ୍ୟ କୌଣସି ଚିକିତ୍ସା ନାହିଁ। ନିୟମିତ ଧ୍ୟାନ କରିବା ଦ୍ୱାରା ଶରୀର ଉପରେ ନିୟନ୍ତ୍ରଣ ଅଣାଯାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଏହା ନାକୋଲେପ୍ସି ରୋଗର ଅନ୍ତର୍ଗତ। ନାକୋଲେପ୍ସି ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଯେ କୌଣସି ସ୍ଥାନରେ ନିଜ ଅଜାଣତରେ ଶୋଇପଡ଼େ। ଏହି ଦୁଇ ପ୍ରକାର ସମସ୍ୟା ଥିବା ଲୋକଙ୍କ ମସ୍ତିଷ୍କରେ ଆବଶ୍ୟକ ଅନୁସାରେ ହାଇପୋକ୍ରିଟିନ୍‌ ରାସାୟନିକ ପଦାର୍ଥ ନ ଥାଏ। ଏହି ରାସାୟନିକ ପଦାର୍ଥ ମସ୍ତିଷ୍କକୁ ସଚେତନ ଏବଂ ନିୟନ୍ତ୍ରିତ କରିଥାଏ। ହାଇପୋକ୍ରିଟିନ୍‌ ନିଦ ଆସିବା ସମୟକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ଔଷଧ ବନ୍ଦ ହେଲେ ଏହା ପୁଣି ଦେଖାଦେଇଥାଏ। ମସ୍ତିଷ୍କକୁ ଶକ୍ତିଶାଳୀ କରିବା ଦ୍ୱାରା ଏହାର ଦୂର ହୋଇପାରିବ। ତେଣୁ ଅଭିଜ୍ଞ ଯୋଗଗୁରୁଙ୍କ ସହାୟତାରେ ଧ୍ୟାନ ଏବଂ ଯୋଗ କରାଗଲେ ଏହି ସମସ୍ୟାରୁୁ ମୁକ୍ତି ମିଳିବାର ଆଶା ରହିଥାଏ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri